Advertisment

ହିଜାବ ପିନ୍ଧିଥିବା ଜଣେ ମହିଳା ହେବେ ଦେଶର ପ୍ରଧାନମନ୍ତ୍ରୀ: ଓୱେସି

ରବିବାର ଟ୍ୱିଟ୍‌ରରେ ଏକ ବୟାନ ଜାରି କରି ହିଜାବ ବିବାଦ ନିଆଁ ଘିଅ ଢ଼ାଳିଛନ୍ତି

author-image
Chandan Shishu
ଅଦ୍ୟତନ ହୋଇଛି
 AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦଉଦ୍ଦିନ ଓୱେସି

AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦଉଦ୍ଦିନ ଓୱେସି

ନୂଆଦିଲ୍ଲୀ: ହିଜାବ୍‌କୁ ନେଇ ପୁଣି ଥରେ ଚର୍ଚ୍ଚାରେ ଓୱେସି।  ହିଜାବକୁ ନେଇ ଚାରିଆଡେ ବିବାଦ ଲାଗିଥିବା ବେଳେ AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦଉଦ୍ଦିନ ଓୱେସି କହିଛନ୍ତି ‘ଦିନ ଆସିବ ଦେଶର ଜଣେ ହିଜାବ ପିନ୍ଧା ମହିଳା ପ୍ରଧାନମନ୍ତ୍ରୀ ହେବେ।’ କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଏକ ସରକାରୀ କଲେଜରେ ହିଜାବ ପିନ୍ଧିଥିବା କିଛି ମୁସଲିମ୍‌ ଯୁବତୀଙ୍କୁ କଲେଜ ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। କଲେଜରେ ୟୁନିଫର୍ମ ପିନ୍ଧିବା ଜରୁରୀ ବୋଲି କୁହାଯାଇଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ଏହି ବିବାଦ ଏବେ ଉଗ୍ର ରୂପ ନେଇ ସାରିଲାଣି। ବେଙ୍ଗାଳୁରୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆଦି ଏଭଳି ଅନେକ ରାଜ୍ୟକୁ ଏହା ଡେଇଁ ସାରିଲାଣି।  ଅଧିକାଂଶ କଲେଜର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ଏହି ବିବାଦ ହାଇକୋର୍ଟ ଯାଏଁ ମଧ୍ୟ ପହଞ୍ଚି ସାରିଲାଣି।

Advertisment

ଏତିକି ବେଳେ  ଅସଦଉଦ୍ଦିନ ଓୱେସି ଏହି ହିଜାବକୁ ନେଇ ରବିବାର ଟ୍ୱିଟ୍‌ରରେ ଏକ ବୟାନ ଜାରି କରି ହିଜାବ ବିବାଦ ନିଆଁ ଘିଅ ଢ଼ାଳିଛନ୍ତି। ସେ କହିଛନ୍ତି, ହିଜାବ ପିନ୍ଧି ମହିଳାମାନେ କଲେଜ ଯିବ, ଜିଲ୍ଲା କଲେକ୍ଟର ହେବେ, ମାଜିଷ୍ଟ୍ରେଟ୍‌, ଡାକ୍ତର, ଉଦ୍ୟୋଗପତି ଆଦି ଖୁବଶୀଘ୍ର ବନିପାରିବେ। କେବଳ ସେତିକି ନୁହେଁ ଦିନ ଆସିବ ହିଜାବ ପିନ୍ଧିଥିବା ଜଣେ ମହିଳା ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ବନିବେ ବୋଲି ଓୱେସି ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି।

Advertisment

ଓୱେସି ଆହୁରି ଚେତାବନୀ ଦେଇ କହିଛନ୍ତି, ହିଜାବ ପିନ୍ଧିବା ପାଇଁ ଯଦି ଆମ ଝିଅମାନେ ନିଷ୍ପତ୍ତି ନିଅନ୍ତି, ନିଜ ବାପା-ମା’ଙ୍କୁ କହନ୍ତି ତେବେ ତାଙ୍କ ବାପା ମା’ ଏଥିରେ ସମର୍ଥନ କରିବେ। ତାଙ୍କୁ କିଏ ଅଟକାଇବ ଦେଖିବା।

କିଛି ଶିକ୍ଷାନୁଷ୍ଠାନରେ ହିଜାବ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ପରେ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୪୪ ଧାରା ଲଗାଇବା ସହିତ ୩ ଦିନ ଲାଗି ଛୁଟି ଘୋଷଣା କରିଥିଲେ । ସେପଟେ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଜଷ୍ଟିସ କ୍ରିଷ୍ଣା ଏସ ଦିକ୍ଷିତଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା। କର୍ଣ୍ଣାଟକ ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଧାର୍ମିକ ପୋଷାକ ପିନ୍ଧିବା ପାଇଁ ଛାତ୍ରଛାତ୍ରୀ ଜିଦ୍ କରିପାରିବେ ନାହିଁ। କର୍ଣ୍ଣାଟକରେ ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ମାମଲାକୁ ନେଇ ଏହି ରାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ଅପିଲ୍ କରାଯାଇଥିଲା।

ହିଜାବ୍ ମାମଲାରେ ତ୍ୱରିତ ଶୁଣାଣି ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଉଚିତ୍ ସମୟରେ ମାମଲାର ଶୁଣାଣି ହେବ ବୋଲି ରୋକଠୋକ୍ କହିଛନ୍ତି ସବୋର୍ଚ୍ଚ ଅଦାଲତ । କର୍ଣ୍ଣାଟକ ହାଇକୋର୍ଟର ଶୁଣାଣି ଓ ରାୟ ଉପରେ ନଜର ରହିଛି । ଘଟଣାକୁ ନେଇ କଣ କଣ ହେଉଛି ତାହା ବି ସୁପ୍ରିମକୋର୍ଟ ଅନୁଧ୍ୟାନ କରୁଛନ୍ତି । ତେଣୁ ଏହାକୁ ଜାତୀୟ ପ୍ରସଙ୍ଗରେ ପରିଣତ କରାନଯାଉ ବୋଲି ସୁପ୍ରିମକୋର୍ଟ ଆବେଦନକାରୀ ଓକିଲଙ୍କୁ କହିଛନ୍ତି ।

Supreme Court Hijab Row
Advertisment
Advertisment