• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

15-year-old girl Tanishka
ଆଶ୍ଚର୍ଯ୍ୟ ! ୧୧ ବର୍ଷରେ ବୋର୍ଡ ପରୀକ୍ଷା, ୧୫ରେ ବିଏ.ଏଲ.ଏଲ ବି

ମଧ୍ୟପ୍ରଦେଶ ଭୋପାଳର ସୁନା ଝିଅ ତନିଷ୍କା । ଏମିତିକି ତାଙ୍କୁ ପ୍ରଶଂସା କରି ମୋଦି ଇନ୍ଦୋରର ସାଂସଦ ଶଙ୍କର ଲାଲବାନୀଙ୍କୁ କହିଲେ, ‘ତନିଷ୍କା ଇନ୍ଦୋରର ଗର୍ବ । ତେଣୁ ତାଙ୍କର ଧ୍ୟାନ ରଖନ୍ତୁ, ଆଗକୁ ବଢିବାରେ ସହଯୋଗ କରନ୍ତୁ । ମାତ୍ର ୧୧ ବର୍ଷରେ ଦଶମ ବୋର୍ଡ ପରୀକ୍ଷା ଦେବା ପରେ ୧୨ ବର୍ଷରେ ଏକାଥରକେ ଦ୍ୱାଦଶ ପାସ୍ କଲେ । ଏହାପରେ ମାତ୍ର ୧୫ ବର୍ଷ ବୟସରେ ମନସ୍ତତ୍ୱ ବିଜ୍ଞାନ ବିଷୟରେ ଗ୍ରାଜୁଏସନ୍ ଶେଷ କରି ଦେଶରେ ଏବେ ଚର୍ଚ୍ଚାରେ

Titanic
ଅଧରାତିରେ କେମିତି ସମୁଦ୍ରରେ ବୁଡ଼ିଗଲା ଟାଇଟେନିକ୍‌ ?

ଅଧ ରାତିରେ ସମୁଦ୍ରରେ କେମିତି ବୁଡ଼ିଥିଲା ବିଶ୍ୱର ସବୁଠୁ ବଡ଼ ଜାହାଜ ଟାଇଟେନିକ୍‌ ? ବାରମ୍ବାର କ୍ୟାପଟେନ୍‌ଙ୍କୁ ସୂଚନା ଦିଆଯିବା ପରେ କାହିଁକି ଗତି ପରିବର୍ତ୍ତନ କରିନଥିଲେ ? ଏତେ ବଡ଼ ଜାହାଜରେ କାହିଁକି ନଥିଲା ଅଧିକ ଲାଇଫ୍‌ବୋଟ୍‌ ?

Social Worker Chinmayee Dash
ପକ୍ଷୀଙ୍କ ଶୋଷ ବୁଝିଲେ ଚିନ୍ମୟୀ : ପାହାଡ଼ ଚଢ଼ିଲେ, ଠେକିରେ ପାଣି ରଖିଲେ

ଅନୁଗୁଳ ଜରପଡ଼ା ରେଂଜ୍‌ରେ ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ସମାଜସେବୀ ଓ ବନ କର୍ମଚାରୀ ପାହାଡ଼ ଉପରକୁ ଚଢ଼ିଥିଲେ । ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ମହିଳା ମାନେ ବି ଏହି ଯାତ୍ରାରେ ସାମିଲ ଥିଲେ । ସମସ୍ତଙ୍କ ହାତରେ ପାଣି ଠେକି ବି ଥିଲା । ପ୍ରାୟ ୨ ଶହ ଫୁଟ ପାହାଡ଼ ଚଢ଼ିବା ପରେ ପାଣି ଭର୍ତ୍ତି ଠେକିକୁ ରଖିଥିଲେ। ଆଉ ଏଇ ପାଣି ଠେକିରୁ ଏବେ ଶହଶହ ପକ୍ଷୀ ପିଉଛନ୍ତି ପାଣି।

Bee Farming
ମାଲାମାଲ୍‌ କରିଦେଲା ମହୁଚାଷ : ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

କାଠକୁ କାଠ ସହିତ ଯୋଡ଼ିବାର ବ୍ୟସ୍ତ ଥିଲେ ମହିଳା । ଗୋଟିଏ କି ଦୁଇଟି ନୁହେଁ ଶତାଧିକ କାଠ ଖଣ୍ଡକୁ କଂଟା ସାହାଯ୍ୟରେ ଯୋଡ଼ି ବାକ୍ସ ତିଆରି କରିବାରେ ଲାଗି ପଡ଼ନ୍ତି ମହିଳାମାନେ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ହରିଶଙ୍କରପୁର ଗ୍ରାମର ସୁମିତ୍ରା ମହାରଣାଙ୍କ ମହୁ ଚାଷକୁ ନେଇ ଏବେ କିନ୍ତୁ ଭାରି ଚର୍ଚ୍ଚା

Athagarh
ଅଲୌକିକ ଘଟଣା : ୫୦ ବର୍ଷ ହେଲା ଚୁଲି ଜଳୁଛି, ପାଉଁଶ ବାହାରୁନି

ତିଗିରିଆ ବ୍ଲକ ଗଦାଧରପୁର ଗାଁରେ ୫୦ ବର୍ଷ ତଳେ ଲାଗିଥିଲା ଭୟାନକ ନିଆଁ । ନିଆଁ ଏତେ ଭୟଙ୍କର ଥିଲା ଯେ ପୋଡ଼ିଜଳି ଅନେକ ଘର ନଷ୍ଟ ହୋଇଥିଲା । ପରେ ଗାଁ ଲୋକେ ଚିନ୍ତା କଲେ ଶ୍ରୀରାମଙ୍କ ମନ୍ଦିରଟିଏ ତୋଳିବେ । ଖାଲି ଚିନ୍ତା କଲେ ତାହା ନୁହେଁ ବରଂ ଏକ ମନ୍ଦିର ନିର୍ମାଣ କଲେ । ମନ୍ଦିରରେ ପୂଜା ପାଉଛନ୍ତି ଦାରୁ ଦେବତା ରାମ, ଲକ୍ଷ୍ମଣ, ସୀତା । ଯାହାକି ରଘୁନାଥଜୀଉ ମନ୍ଦିର ନାମରେ ବିଖ୍ୟାତ ।

 Happiness Friendship
ପର କରିଦେଲା ପରିବାର : ଅଧ ରାତିରେ ଟ୍ରଲିରେ ବୋହି ବୋହି ସାଙ୍ଗକୁ ମେଡ଼ିକାଲ ନେଲା ସାଙ୍ଗ

ପରିବାର ପଚାରିଲାନି...ପରିଣତ ବୟସରେ ପର କରିଦେଲେ । ହେଲେ ଆପଣାର କରିନେଲା ବନ୍ଧୁ । ଖାଲି ଆପଣାର କଲା ତାହା ନୁହେଁ ବରଂ ଜୀବନ ଦାନ ବି ଦେଲା । ପୁରୀରୁ ଆସିଥିବା ଏଇ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ଶ୍ରୀକ୍ଷେତ୍ରରେ ରହୁଥିବା ଏଇ ଦୁଇ ବନ୍ଧୁଙ୍କ ନିଆରା ସଂପର୍କ କଥା ଯିଏ ଜାଣୁଛି ସିଏ ବି ସଲାମ କରୁଛି ।

 obsessed with flowers
ଫୁଲ ପାଇଁ ଚାକିରି ଛାଡ଼ିଲେ...ଘରେ ରହି ଗଛର ଯତ୍ନ ନେଲେ

ପାଗଳ କରିଛି ଫୁଲ । ମୋଟା ଦରମା ପାଉଥିଲେ ବି ଛାଡ଼ି ଦେଲେ ଚାକିରି । ଏବେ ଘରେ ରହି ଗଛର ନେଉଛନ୍ତି ଯତ୍ନ । ପୂରା ଏରିଆରେ ରଶ୍ମିତାଙ୍କୁ ନେଇ ବଢିଲା ଚର୍ଚ୍ଚା

Blind faith or miracle!
ବିଞ୍ଚଣା ଦାନ କଲେ ଭଲହେବ ରୋଗ !

ମାଆଙ୍କ ଏହି ଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସାୟୀମାନେ ବି ବେଶ୍‌ ରକମ ରକମ ପସରା ଖୋଲନ୍ତି । ଘରକରଣା ଜିନିଷ ଠାରୁ ଆରମ୍ଭ କରି ଚଟ୍‌ପଟା ଖାଦ୍ୟର ବି ଦୋକାନ ଖୋଲେ । ମାଆଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କ ଲାଗି ବେପାର ବି ଭଲ ହୁଏ ।

orphaned grand daughters
ବୁଢା ବୟସରେ ଦୁଇ ନାତୁଣୀଙ୍କ ବୋଝ... କାନ୍ଦି କାନ୍ଦି କଟୁଛି ଦିନ

ବାପା ନାହାନ୍ତି କି ମାଆ ନାହାନ୍ତି ।  ଆଗପଛ ହୋଇ ଆରପାରିକୁ ଚାଲିଗଲେ ଉଭୟ । ବାପା ଆଉ ମାଆଙ୍କ ଅବର୍ତ୍ତମାନରେ ଏବେ ବଡ଼ କଷ୍ଟରେ ଦିନ କାଟୁଛନ୍ତି କରଞ୍ଜିଆର ଅନିତା ଓ ସୋନାଲି । ଜଣଙ୍କୁ ୮ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ୫ । ଏ ବୟସରେ ନିଜ ହାତରେ ଖାଇବା ବି କଷ୍ଟକର ହୋଇପଡ଼ୁଥିବା ବେଳେ ପରିସ୍ଥିତର ଦାସ ହୋଇ ନିଜ କାମ ନିଜେ କରୁଛନ୍ତି ଦୁଇ ଭଉଣୀ ।

After husband’s death, woman seeks assistance to raise two children
ସ୍ୱାମୀ ଚାଲିଯିବା ପରେ ସବୁ ସରିଗଲା...ଦୁଇ ପିଲାଙ୍କ କଥା ବୁଝିବ କିଏ ?

ବାପା ଥିଲା ବେଳେ କଷ୍ଟେମଷ୍ଟେ ଚଳୁଥିଲେ, ସେ ଚାଲିଯିବା ପରେ ସବୁ ସରିଗଲା । ମୁଠେ ଖାଇବାକୁ ଘରେ ନାହିଁ । କିଏ ଦେଲେ ଖାଇବେ ନହେଲେ ଉପବାସରେ ରହିବେ । ପାଠ ପଢିବା ୟାଙ୍କ ଲାଗି ସତେ ଯେମିତି ପାଲଟିଲାଣି ସ୍ୱପ୍ନ...

People have toothsome Odia delicacy bara to celebrate ‘Bara Dibasa’ in Dhenkanal
ଗରମ ଗରମ ବରା ସାଙ୍ଗକୁ ଆଳୁ ଝୋଳ...

ପ୍ଲେଟରେ ଗରମ ଗରମ ବରା, ଖଣ୍ଡେ ଛଣା ଲଙ୍କା ଆଉ ଆଳୁ ତରକାରୀ.. ବାଃ ପାଟିକୁ ଯାଉ ଯାଉ ମଜା ଆସିଯାଉଛି.. ୟେ ଏମିତି ସେମିତି ବରା ନୁହେଁ ଆଜ୍ଞା.. ଏ ହେଉଛି ଢେଙ୍କାନାଳ ବରା..

plantation drive
ପରିବେଶ ଚିନ୍ତା : ୨ ବର୍ଷରେ ଲଗାଇଲେଣି ୧୦ ହଜାର ଗଛ

କଟକ ସଦର ଅଞ୍ଚଳର Hindustan helping hands ସାମାଜିକ ସଂସ୍ଥାର ସଦସ୍ୟମାନେ ଏକାଠି ହୋଇ ଅନାବାଦୀ ଓ ଗୋଚର ସ୍ଥାନରେ ଲଗାଇଛନ୍ତି ଗଛ । ଆଉ ଗଛ ଗୁଡ଼ିକ ପରିବେଶ ଲାଗି ବେଶ ଉପଯୋଗୀ ମଧ୍ୟ । ତେଣୁ ଅକ୍ଲାନ୍ତ ପରିଶ୍ରମ କରି ଏମିତି ଗଛ ଲଗାଉଛନ୍ତି ଯୁବକ ।

statues of freedom fighters
ନିଜ ପକେଟ୍‌ରୁ ଦେଢଲକ୍ଷ ଖର୍ଚ୍ଚ କରି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତିଆରି କଲେ ଶିକ୍ଷକ

୨୬ ନଭେମ୍ବର, ୨୦୨୧ ମସିହାରେ ହିର୍ଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରାନ୍ସଫର ହୋଇ ଆସିଥିଲେ ଏବଂ ଡିସେମ୍ବର ୧୬ ତାରିଖରେ ପ୍ରଧାନ ଶିକ୍ଷକର ଦାୟିତ୍ୱ ନେଲେ l ନିଜ କାର୍ଯ୍ୟକାଳ ମଧ୍ୟରେ ସ୍କୁଲର ସୌନ୍ଦର୍ଯ୍ୟକରଣ କରିବାକୁ ସତେ ଯେମିତି ନିଷ୍ପତ୍ତି ନେଇଥିଲେ ଶିବପ୍ରସାଦ । ସେଇଥି ଲାଗି ତ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ପରାମର୍ଶ ନେବା ପରେ ସୋନପୁର ଜିଲ୍ଲାରୁ ଶିଳ୍ପୀଙ୍କୁ ଯୋଗାଯୋଗ କରି ୧୦ ମହାପୁରୁଷଙ୍କ ସହ ଶ୍ରୀ ଗଣେଶ, ଗୌତମ ବୁଦ୍ଧ ଏବଂ ଅଶୋକ ସ୍ତମ୍ଭର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଶିବପ୍ରସାଦ।

Havildar Rajesh Sahu
ହାବିଲଦାର ରାଜେଶ ସାହୁ; ସେନାରେ କ୍ୟାରିୟର ଚାହୁଁଥିବା ଯୁବପିଢିଙ୍କ ଦକ୍ଷ ଗୁରୁ

ତାଙ୍କ କ୍ୟାମ୍ପର ମୋଟ ୪୨ ପିଲାଙ୍କ ଭିତରୁ ୩୦ ଜଣ ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ରାଜେଶଙ୍କୁ ନେଇ ଜିଲ୍ଲା ବ୍ୟାପୀ ଚର୍ଚ୍ଚା।

Gajamuan Bhoga
ନିଆରା ପରମ୍ପରା: ରାତିସାରା ବୁଲିବେ...ସକାଳୁ ଗଜମୁଆଁ ପାଇବେ

ମଙ୍ଗଳବାର ସହର ପରିକ୍ରମା କରିବା ପରେ ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲାଗି ହେବ। ଏହାକୁ ସମସ୍ତେ ପ୍ରସାଦ ରୂପେ ଗ୍ରହଣ କରନ୍ତି । ମୁଆଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ସେଇଥି ଲାଗି ତ ବାଜା ବାଜିବା ମାତ୍ରେ ଅନେକ ନାଚରେ ଝୁମିଯାଆନ୍ତି । ଏଇ ପରମ୍ପରା ଏତେ ପ୍ରସିଦ୍ଧ ଯେ ଗାଁରେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ଗାଁକୁ ପଳାଇ ଆସନ୍ତି

Locals enjoy Pala
ପାଲା ଚାଲିଛି...ଷ୍ଟେଜ୍‌ ସାରା ଝୁଲୁଛି କଦଳୀ କାନ୍ଧି

ପାଲା ମଣ୍ଡପରେ ଓହଳିଥିବା ଶହଶହ ପାଚିଲା କଦଳୀ କାନ୍ଧି ଭକ୍ତି ଓ ମାନସିକରେ ଭଗବାନ ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ସମର୍ପିତ । କ଼ଟକ ବାରଙ୍ଗ ହରିଅନ୍ତା ପଂଚାୟତ ଖନ୍ଦୋଳ ଗାଁରେ ଏମିତି ନିଆରା ପାଲା ଅନୁଷ୍ଠାନ ରହିଛି । ଶହେ ବର୍ଷ ଧରି ଚାଲିଥିବା ଏହି ପରମ୍ପରାକୁ ଆଜି ବି ବଂଚାଇ ରଖିଛନ୍ତି ଖନ୍ଦୋଳ ଗାଁ ଲୋକେ ।

Former Nabarangpur Municiplity Chairman
ଦିନେ ଜନଶୁଣାଣୀ କରୁଥିଲେ, ଆଜି ନିଜ ଅଭିଯୋଗ ନେଇ ଗଲେ

କଂଗ୍ରେସ ଗଡ଼ କୁହାଯାଉଥିବା ନବରଙ୍ଗପୁରରେ ବିଜୟର ବାନା ଉଡ଼ାଇଥିଲେ ପ୍ରହଲ୍ଲାଦ । ହେଲେ ସମୟ ଅନୁସାରେ ସବୁକିଛି ବଦଳିଯାଇଛି । ଯିଏ ଦିନେ ଲୋକଙ୍କ କଥା ବୁଝୁଥିଲେ, ଅଭିଯୋଗ ଶୁଣି ସମାଧାନର ରାସ୍ତା ବାହାର କରୁଥିଲେ। ଆଜି ସିଏ ନିଜେ ଅଭିଯୋଗ ନେଇ ପହଞ୍ଚିଥିଲେ ପୌରପାଳିକା କାର୍ଯ୍ୟାଳୟରେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ହେଉଛି ।

Tumours
ପେଟରେ ବଢ଼ୁଥିଲା ଟ୍ୟୁମର୍‌, ଡାକ୍ତର ଦେଉଥିଲେ ଆଇରନ୍‌ ବଟିକା

ଡାକ୍ତର ଯଦି ଠିକରେ ରୋଗ ଚିହ୍ନି ନପାରିବେ ଓ ଭୁଲ୍ ଔଷଧ ଦେବେ ତାହେଲେ କହିବା କାହାକୁ । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦିବ୍ୟାଙ୍ଗ ମହିଳା । କ’ଣ କରିବେ କୁଆଡ଼େ ନେବେ, ପରିବାର ଲୋକେ ବାଉଳା ହେଉଛନ୍ତି ।

India to organise first-ever Global Buddhist Summit
ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜନ କରିବ ଭାରତ

ରାଜଧାନୀ ନୂଆଦିଲ୍ଲୀରେ ସମସାମୟିକ ଗ୍ଲୋବାଲ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜିତ ହେବାକୁ ଯାଉଛି ।

Dog-man fight
କୁକୁର ମଣିଷ ଲଢେଇରେ କେବେ ଲାଗିବ ବ୍ରେକ....କିଏ ଏଥି ପାଇଁ ଦାୟୀ ?

ରାଜଧାନୀରେ କୁକୁରଙ୍କ ସଂଖ୍ୟା କମାଇବାକୁ ବିଏମ୍ ସିର ଗୁରୁତ୍ବ। ସେମାନଙ୍କ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସହ ସଂଖ୍ୟା କମାଇବାକୁ ଯୋଜନା କରୁଛି ବିଏମସି। ଦିନକୁ ଦିନ ବୃଦ୍ଧି ପାଉଥିବା କୁକୁର ମଣିଷ ଲଢେଇରେ ରୋକ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରିଛି ବିଏମସି।

Baliguda Special Story
ବାପା-ଭାଇ ଯିବା ପରେ ଭଉଣୀ ଲାଗି ଦାଦନ ଖଟୁଛି ରୂପା

ଯେଉଁ ପିଲାଙ୍କୁ ଜନ୍ମ କରିଛି ସେମାନଙ୍କ ପେଟରେ ମୁଠେ ଆହାର ଦେବା ଲାଗି ଦିନରାତି ଏକ କରି କାମ କରୁଥିଲା । ବଡ଼ କଷ୍ଟରେ ଦିନରୁ ଦୁଇ ଓଳି ଖାଇବା ଯୋଗାଡ଼ କରୁଥିଲା । ହେଲେ ଦୈବ ଖେଳିଲା ଖେଳ । ହଠାତ୍‌ ସିଏ ବି ଅସୁସ୍ଥ ହୋଇ ପଡ଼ିଲେ । ବାସ୍‌ ଏହାପରେ କୁମାରୀଙ୍କ ପରିବାରକୁ ଘେରିଗଲା ଦୁଃଖର କଳାବାଦଲ ।

mahavir jayanti 2023
Mahavir Jayanti: ‘ସୁଖ ଆମ ଭିତରେ ଅଛି, ବାହାରେ ଖୋଜିବାକୁ ଚେଷ୍ଟା କର ନାହିଁ’

୩୦ ବର୍ଷ ବୟସରେ ମହାବୀର ରାଜପ୍ରାସାଦର ଭୋଗ ତ୍ୟାଗ କରି ସତ୍ୟର ସନ୍ଧାନରେ ଜଙ୍ଗଲକୁ ଚାଲିଯାଇଥିଲେ। ଘଞ୍ଚ ଜଙ୍ଗଲରେ ବାସ କରୁଥିବା ବେଳେ ସେ ବାର ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ। ଏହି ସାଧନାରୁ ଯେଉଁ ଜ୍ଞାନ ପ୍ରାପ୍ତ କରିଥିଲେ ତାକୁ ଜନସମାଜର କଲ୍ୟାଣ ପାଇଁ ପ୍ରଚାର କରିଥିଲେ।

Bhaibahu Dedhasura Kuan
ହଜାର ବର୍ଷର ଭାଇ-ବୋହୂ ଦେଢଶୁର କୂଅ...୮୦ ଫୁଟ୍‌ ତଳେ

କଥାରେ ଅଛି ଭାଇବୋହୂ ଉପରେ ଦେଢ ଶୂରର ଛାଇ ପଡେନାହିଁ । ଏହି ପରମ୍ପରା କାହିଁ କେତେ ବର୍ଷରୁ ଚଳି ଆସୁଛି । ଯାଜପୁର ବଡଚଣା ଚଣ୍ଡିତଳ ଗାଁରେ ଥିବା ଶିଖରଚଣ୍ଡି ପାଦଦେଶରେ ଏମିତି ଏକ କୂଅ ଅଛି ଯାହାର ନାଁ ଦେଢଶୂର ଭାଇବୋହୂ କୂଅ । ଏବେ ନୁହେଁ ବରଂ ହଜାର ବର୍ଷର ପୁରୁଣା ଏହି କୂଅ । କାହିଁ କେଉଁ କାଳରୁ ନିର୍ମାଣ ହୋଇଛି ଏହି କୂଅ । ତେବେ ପୁରାତନ କୂଅ ସନ୍ଧାନ କରିଛି ଇନଟାକ ଟିମ୍

Medical
ମେଡିକାଲରେ ଡାକ୍ତର ନାହାନ୍ତି...ଆକ୍ସିଡେଣ୍ଟ ହେଲା ତ କଟକ ଯାଅ...

ମେଡିକାଲ ଖୋଲିଛି, ଡାକ୍ତର ନାହାନ୍ତି । ଅଧ ରାତିରେ ପ୍ରସୂତୀ ଆସିଲେ ଦୂଆରୁ ଯାଉଛନ୍ତି କଟକ । ଥିବା କଥା ୧୨..ଅଛନ୍ତି ୪ ଷ୍ଟାପ୍‌ । ବାଃ ବାଃରେ ସ୍ୱାସ୍ଥ୍ୟ ସେବା

Andhra residents love Odisha
ଆନ୍ଧ୍ରରେ ରହୁଛନ୍ତି, ଓଡ଼ିଆ ପାଠ ପଢୁଛନ୍ତି

ସ୍କୁଲ ଆନ୍ଧ୍ରର, ପିଲା କିନ୍ତୁ ଓଡ଼ିଆରେ ପଢୁଛନ୍ତି ପାଠ । ତାହା ପୁଣି ପୂରା ପ୍ରାଂଜଳ ଭାବରେ । ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ପାରଳାଖେମୁଣ୍ଡିର ଗୋଟିଏ ଅଞ୍ଚଳ ଆନ୍ଧ୍ର ପ୍ରଦେଶର ମିଳିଆପୁଟି ରାଜସ୍ୱ ମଣ୍ଡଳରେ ମିଶିଯାଇଛି । ମହେନ୍ଦ୍ରତନୟା ନଦୀ ଗୋଟିଏ ପାର୍ଶ୍ଵ ଓଡ଼ିଶାରେ ରହିଯିବା ବେଳେ ଅପରପାର୍ଶ୍ଵ ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ରାଜସ୍ୱ ମଣ୍ଡଳରେ ମିଶିଗଲା । ମିଳିଆପୁଟି ରାଜସ୍ୱ ମଣ୍ଡଳରେ ଥିବା ନାର୍ସନ୍ଦ୍ରା ଗାଁ ଆନ୍ଧ୍ରରେ ମିଶିଗଲା ସତ ହେଲେ ସେଠାକାର ଲୋକ ଓଡ଼ିଆ ଭାଷାକୁ ଭୁଲିଲେ ନାହିଁ କି ପରମ୍ପରାକୁ ବି ଭୁଲିଲେ ନାହିଁ ।