Advertisment

ଖାଦ୍ୟପ୍ରେମୀଙ୍କ ପାଇଁ ଖୁସି ଖବର; ମଝି ଆକାଶରେ ବସି ଖାଇବେ

ଅନେକ ଲୋକ ଏକ ଚମତ୍କାର ଦୃଶ୍ୟକୁ ଉପଭୋଗ କରି ଖାଇବା ନେଇ ହଜାର ହଜାର ମାଇଲ୍ ଚାଲିଯାଆନ୍ତି। ଏହିପରି ଖାଦ୍ୟପ୍ରେମୀଙ୍କ ପାଇଁ ଆଉ ଏକ ବିକଳ୍ପ କିଛି ଦିନ ମଧ୍ୟରେ ଯୋଡିବାକୁ ଯାଉଛି। ସେମାନେ ଏବେ ମଝି ଆକାଶରେ ବସି ଖାଇବାର ସୁଯୋଗ ନେବେ।

author-image
Pramod Behera
ଅଦ୍ୟତନ ହୋଇଛି
Space Balloon Restaurant

Space balloon restaurant guests dine above earth

ସମଗ୍ର ବିଶ୍ୱରେ ଖାଦ୍ୟପ୍ରେମୀଙ୍କ ଅଭାବ ନାହିଁ। ଅନେକ ଲୋକ ଘରେ ବସି ଖାଇବାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ବିଭିନ୍ନ ରେଷ୍ଟୁରାଣ୍ଟରେ ଖାଇବାକୁ ଭଲ ପାଆନ୍ତି। ଅଧିକାଂଶ ଲୋକ ଏପରି ରେଷ୍ଟୁରାଣ୍ଟ ଖୋଜନ୍ତି, ଯେଉଁଠାରେ ଖାଦ୍ୟ ସହିତ ପରିବେଶ ସୁନ୍ଦର ହୋଇଥିବ। ଯଦି ଆଖି ସାମ୍ନାରେ ଏକ ସୁନ୍ଦର ଦୃଶ୍ୟ ଥାଏ ତେବେ କଥା ନିଆରା।

Advertisment

ଅନେକ ଲୋକ ଏକ ଚମତ୍କାର ଦୃଶ୍ୟ ସହିତ ଖାଦ୍ୟ ଉପଭୋଗ କରିବାକୁ ହଜାର ହଜାର ମାଇଲ୍ ଯାତ୍ରା କରନ୍ତି। ଏହିପରି ଖାଦ୍ୟପ୍ରେମୀଙ୍କ ପାଇଁ ଆଉ ଏକ ବିକଳ୍ପ କିଛି ଦିନ ମଧ୍ୟରେ ଯୋଡିବାକୁ ଯାଉଛି। ବର୍ତ୍ତମାନ ଆପଣ ମଧ୍ୟ ମଝି ଆକାଶରେ ଖାଇବାକୁ ସକ୍ଷମ ହେବେ। ନିକଟରେ ଏକ ପ୍ରାନ୍ସ ଷ୍ଟାର୍ଟଅପ୍ (Zephalto) ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛି।

କମ୍ପାନୀର କହିବାନୁସାରେ, ଖୁବ୍ ଶୀଘ୍ର ଅନ୍ତରୀକ୍ଷରେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛି। ୨୦୨୫ ମସିହାରୁ, ଲୋକମାନେ ଏଠାକୁ ଯାଇ ଏହି ଆଶ୍ଚର୍ଯ୍ୟଜନକ ରେଷ୍ଟୁରାଣ୍ଟରେ ଖାଇବାକୁ ସକ୍ଷମ ହେବେ।

Advertisment

ମହାକାଶ ପର୍ଯ୍ୟଟନରେ ଆଉ ଏକ ପାଦ ଆଗେଇ ଏହି ଫରାସୀ କମ୍ପାନୀ ଆକାଶରେ ବସି ଖାଇବାକୁ ପ୍ରସ୍ତୁତ ହେଉଛି। ଫରାସୀ ଷ୍ଟାର୍ଟଅପ୍ ଜେଫାଲ୍ଟୋ ଯାତ୍ରୀମାନଙ୍କୁ ଏକ ନିଆରା ଭୋଜନ ପାଇଁ ଏକ ବେଲୁନ୍‌ରେ ସ୍ପେସ୍‌କୁ ନେବାକୁ ଯୋଜନା କରିଛି। ରେଷ୍ଟୁରାଣ୍ଟ ଖୋଲିବା ପରେ ଲୋକମାନେ ୨୫ କିଲୋମିଟର ଉଚ୍ଚତାରେ ହିଲିୟମ୍ କିମ୍ବା ହାଇଡ୍ରୋଜେନରେ ଭର୍ତ୍ତି ହୋଇଥିବା ଏହି ବେଲୁନରେ ବସି ଖାଇପାରିବେ। କିନ୍ତୁ ଏହାର ମୂଲ୍ୟ ହୋସ୍ ଉଡେଇ ଦେବା ଭଳି ହେବ।

ସମ୍ପ୍ରତି, କମ୍ପାନୀ ଏଥିପାଇଁ ସେଲେଷ୍ଟେ ନାମକ ଏକ ସ୍ୱତନ୍ତ୍ର ପ୍ରକାରର ବେଲୁନ୍ ବିକଶିତ କରୁଛି, ଯାହା ଗୋଟିଏ ସ୍ଥାନରେ ୯୦ ମିନିଟ୍ ପର୍ଯ୍ୟନ୍ତ ରହିପାରିବ। ଏହି ସମୟ ମଧ୍ୟରେ ଲୋକମାନେ ଏକ ନିଆରା ଖାଦ୍ୟକୁ ଉପଭୋଗ କରିପାରିବେ।

ଏକ ରିପୋର୍ଟ ଅନୁଯାୟୀ, ଏରୋସ୍ପେସ୍ ଇଞ୍ଜିନିୟର ଭିନ୍ସେଣ୍ଟ୍‌ ଫାରେଟ୍ ଡି’ ଇଷ୍ଟିସ୍ ଦ୍ୱାରା ପ୍ରତିଷ୍ଠିତ ଏକ କମ୍ପାନୀ ଜେଫାଲ୍ଟୋ ଏକ ବେଲୁନ୍ ସହିତ ଲାଗିଥିବା କ୍ୟାପ୍‌ସୁଲ୍‌ରେ ଯାତ୍ରୀମାନଙ୍କୁ ମଝି ଆକାଶକୁ ପଠାଇବ। ଏହି ସମୟରେ, ଲୋକମାନଙ୍କୁ ଏକ ସ୍ୱତନ୍ତ୍ର ଖାଦ୍ୟ ପରିବେଷଣ କରାଯିବ।

Special Story
Advertisment
Advertisment