• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୂର୍ବତନ ସରପଞ୍ଚ ଓ ବର୍ତ୍ତମାନର ସରପଞ୍ଚଙ୍କ ମଧ୍ୟରେ ବିବାଦ ପାଇଁ ପଂଚାୟତରେ ହୋଇପାରୁନଥିଲା ଉନ୍ନତି । ଖାଲି ଉନ୍ନତି ହୋଇପାରୁନଥିଲା ତାହା ନୁହେଁ ବରଂ ଗାଁରେ ସରକାରୀ ଯୋଜନା କାର୍ଯ୍ୟକାରୀ ବି ହୋଇପାରୁନଥିଲା । ତେଣୁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିଲେ ଲୋକେ । ହେଲେ ଏବେ ସମୟ ବଦଳିଛି, ସ୍ଥିତି ବି ବଦଳିଛି । ସରପଂଚଙ୍କ ମଧ୍ୟରେ ଥିବା ମତାନ୍ତର କମିଛି । ତେଣୁ ଏବେ ଲୋକଙ୍କ ପାଖରେ ପହଞ୍ଚୁଛି ବିକାଶ ।

ନୟାଗଡ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କଳସା ଖମଣ ପଞ୍ଚାୟତରେ ବିଭିନ୍ନ ରାଜନୈତିକ କାରଣରୁ ଲାଗିରହିଥିବା ବିବାଦର ଏବେ ସମାଧାନ ହେଲା । କାରଣ ପୂର୍ବରୁ ପୂର୍ବତନ ସରପଂଚ ଓ ଏବେର ସରପଂଚଙ୍କ ମଧ୍ୟରେ ଲାଗିରହିଥିଲା ବିବାଦ । ତେଣୁ ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ବି ଚାପା ଅସନ୍ତୋଷ ଲାଗିରହିଥିଲା । କାହିଁକି ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା? ଏଥିପାଇଁ ଦାୟୀ କିଏ? ଏମିତି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇ ରହିଥିଲେ ଗାଁ ଲୋକେ ।

ସମୟ ବଦଳିବା ସହିତ ମନାନ୍ତର ବି ବଦଳିଲା । ସେଇଥି ପାଇଁ ତ ପଂଚାୟତରେ ସଭା ବସିଲା । ପୂର୍ବତନ ଓ ଏବେର ସରପଂଚ ଏକାଠି ହେଲେ । ଖାଲି ଏକାଠି ହେଲେ ତାହା ନୁହେଁ ବରଂ ପଂଚାୟତର କେମିତି ଉନ୍ନତି ହେବ ସେନଇ ଶପଥ ନେଲେ । ତେବେ ଏତେ ଦିନର ବିବାଦ ଥମିବା ପରେ ଉନ୍ନତି ହେବାର ନୂଆ ସ୍ୱପ୍ନ ସତ ହେବାକୁ ଯାଉଥିବାରୁ ବେଶ୍ ଖୁସି ପଂଚାୟତବାସୀ ।

 

  • Reported by:
  • Sanjeeb Sahoo