/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684033131.jpg)
Special Story
ମାଆର ମମତା ଅମୂଲ ମୂଲ । ସବୁ ସ୍ନେହ ମମତା ପିଲା ପାଇଁ ଉତ୍ସର୍ଗ କରି ଦେଇଥାଏ । ସେଥିପାଇଁ ମାଆର ସ୍ଥାନ ସବୁଠି ଆଗରେ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ମାଆର କଥା କହୁଛୁ, ଯିଏ ନାତିର ଲାଳନ ପାଳନ ପାଇଁ ପାଲଟି ଯାଇଛନ୍ତି ମାଆ ।
ଦିବ୍ୟାଙ୍ଗ ପୁଅକୁ ଖୁଆଇ ଦେଉଛି । ମୁଣ୍ଡ କୁଣ୍ଡାଇ ଗୀତ ଗାଇ ଶୁଆଇ ଦେଉଛି । ଜେଜେମାଆରୁ ମାଆ ହୋଇଥିବା ମୟୁରଭଞ୍ଜ ଜିଲ୍ଲା ଉଦଳା ବାଉଁଶପାଳ ଗାଁର ଦୌପଦୀ ମଲ୍ଲିକ । ନିଜେ ଦିବ୍ୟାଙ୍ଗ ହୋଇ ପରିଣତ ବୟସରେ ନାତି ସାଗର ସେବାରେ ଲାଗିଛନ୍ତି ।
ଅନେକ ଦିନ ହେଲା ସାଗରକୁ ଘରେ ଛାଡି ପୁଅ-ବୋହୂ କେଉଁ ଆଡେ ଚାଲି ଯାଇଛନ୍ତି । ଏବେ ନାତି ସାଗର ପାଇଁ ମାଆ ସାଜିଛନ୍ତି ଦୌପଦୀ । ପରିଣତ ବୟସରେ ଏକ ହୋଟେଲରେ କାମ କରି ସେ ପରିବାର ଚଳାଉଛନ୍ତି । କାରଣ ଦୌପଦୀଙ୍କ ସ୍ୱାମୀ ଜଣେ ମାନସିକ ରୋଗୀ। କାମ କରି ସେ ଯାହା କିଛି ପାଉଛନ୍ତି, ସେଥିରେ ପରିବାର ଚଳୁଛି ।
ଜେଜେମାଆରୁ ମାଆ ହୋଇଥିବା ଦୌପଦୀ ସବୁ ସ୍ନେହ ମମତା ନାତି ସାଗର ଉପରେ ଅଜାଡି ଦେଇଛନ୍ତି । ସତରେ ଦୌପଦୀଙ୍କର ଏହି ମହାନତା ଅନ୍ୟମାନଙ୍କ ପାଇଁ ଉଦାହରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)