• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାମକଥା କହିବାକୁ ଆସି ଯଯମାନ ସ୍ତ୍ରୀଙ୍କ ପ୍ରେମରେ ପଡ଼ିଗଲେ ପ୍ରବଚକ । ଅଳ୍ପ କିଛି ଦିନର ଭାବ ଦିଆନିଆ ଭିତରେ ସମ୍ପର୍କ ଏତେ ଆଗେଇ ଯାଇଥିଲା ଯେ ବିବାହିତା ମହିଳା ଜଣକ ସ୍ୱାମୀକୁ ଭୁଲି ପ୍ରବଚକ ସହିତ ଘରୁ ପଳାଇବାକୁ ରାଜି ହୋଇଯାଇଥିଲେ । ଶେଷରେ ରାମକଥା କହିବାକୁ ଆସିଥିବା ପ୍ରବଚକଙ୍କ ଶିଷ୍ୟ ଯଯମାନଙ୍କ ସ୍ତ୍ରୀକୁ ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ପୀଡିତ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଛାନଭିନ୍‌ ଆରମ୍ଭ କରିଥିଲା । ମଧ୍ୟପ୍ରଦେଶ ଛତ୍ରପୁରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ପ୍ରାୟ ଏକ ମାସ ପରେ ପୀଡ଼ିତଙ୍କ ସ୍ତ୍ରୀ ମିଳିବା ପରେ ବୟାନ୍‌ ନେବା ପାଇଁ ପୋଲିସ ତାଙ୍କୁ ଥାନାକୁ ଡାକିଥିଲା । ହେଲେ ସେଠାରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ସିଧା ସିଧା ମନା କରିଦେଇଥିଲେ । ବରଂ ଚିତ୍ରକୁଟ ଧାମର ଧିରେନ୍ଦ୍ର ଆଚାର୍ଯ୍ୟଙ୍କ ଶିଷ୍ୟ ନରୋତ୍ତମ ଦାସ ଦୁବେଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଯେତେ ବୁଝାଇଥିଲେ ସୁଦ୍ଧା ସ୍ୱାମୀ ପାଖକୁ ଫେରିବା ପାଇଁ ରାଜି ହୋଇନଥିଲେ ।

ଏମିତି ଥିଲା ପୂରା ଘଟଣା

୨୦୨୧ ମସିହାରୁ ଏହି ମାମଲା ଆରମ୍ଭ ହୋଇଥିଲା । ମହିଳାଙ୍କ ସ୍ୱାମୀ ରାହୁଲ ତିୱାରୀ ଗୌରୀଶଙ୍କର ମନ୍ଦିରରେ ରାମକଥା ଆୟୋଜନ କରିଥିଲେ । ଆଉ ସେଠାକୁ ରାମକଥା ପଢ଼ିବା ପାଇଁ ଆସିଥିଲେ ଚିତ୍ରକୁଟ ଧାମର ରାମକଥା ପ୍ରବଚକ ଧୀରେନ୍ଦ୍ର ଆଚାର୍ଯ୍ୟ । ଆଉ ସେ ତାଙ୍କ ଶିଷ୍ୟ ନରୋତ୍ତମ ଦାସ ଦୁବେଙ୍କୁ ସାଥୀରେ ନେଇ ପ୍ରବଚନ ଦେବା ପାଇଁ ଆସିଥିଲେ । ଏହି ରାମକଥା ଆୟୋଜନ ଭିତରେ ନରୋତ୍ତାମ ଦାସ ଦୁବେ ଯଯମାନଙ୍କ ସ୍ତ୍ରୀ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା । ପରେ ଦୁହେଁ ଦୁହିଁଙ୍କର ମୋବାଇଲ୍ ନମ୍ବର ନେବା ପରେ କଥା ହେବା ଆରମ୍ଭ କରିଥିଲେ । ତା’ପରେ କିଛି ଦିନ ପରେ ଉଭୟେ ଛୁ ମାରିଥିଲେ । ଏହି ଘଟଣା ପରେ ଏପ୍ରିଲ ୫ରେ ମହିଳାଙ୍କ ସ୍ୱାମୀ ଥାନାରେ ଅପହରଣ ଅଭିଯୋଗ ଆଣିଥିଲେ ।

ତେବେ ଏହି ଘଟଣାରେ ଏସପି କହିଛନ୍ତି, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁନାହାନ୍ତି, ତେଣୁ କୈଣସି ମାମଲା ରୁଜୁ କରାଯାଇ ନାହିଁ । ତଥାପି ପୋଲିସ୍‌ ତଦନ୍ତ ଜାରି ରଖିଛି ।