• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Woman seeks financial assistance
ସୁଅ ମୁହଁରେ ସନ୍ତୋଷଙ୍କ ସଂସାର : ସାହାଯ୍ୟ ନମିଳିଲେ ଭାସିଯିବ ପୂରା ପରିବାର

ଭଦ୍ରକ ଓଲଙ୍ଗ ପଂଚାୟତ ସରମଙ୍ଗା ଗାଁର ସନ୍ତୋଷ ଶଙ୍ଖୁଆ । ବାହାର ରାଜ୍ୟରେ ରହି କାମ କରୁଥିଲେ । ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପରିବାର । ହେଲେ କାମ କରୁ କରୁ ମୁଣ୍ଡରେ ପଡିଲା ବିରାଟ ଲୁହାଛଡ । ବାସ୍‌ ଏହାପରେ ତାଙ୍କ ଜୀବନରେ ମାଡିଆସିଲା ଘୋର ଅନ୍ଧକାର । ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିଜର ଚିକିତ୍ସା କରାଇଲେ । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେଲେନି । ଡାକ୍ତର କହୁଛନ୍ତି, ଆହୁରି ଟଙ୍କା ଦରକାର । ଘରର ମେରୁଦଣ୍ଡ ରୋଗରେ ପଡିବା ପରେ ପରିବାର ଚଳିବା କଷ୍ଟ । ସେଇଠି ସନ୍ତୋଷଙ୍କ ଚିକିତ୍ସା ଲାଗି ଟଙ୍କା ଆସିବ କେଉଁଠୁ?

special story
ବିଶ୍ୱର ସବୁଠାରୁ ବାମନ ବଡିବିଲଡର୍‌ଙ୍କୁ ମିଳିଗଲା ଜୀବନ ସଙ୍ଗିନୀ

ବିଶ୍ୱର ସବୁଠାରୁ ବାମନ ବଡିବିଲ୍‌ଡରଙ୍କ ସ୍ୱପ୍ନ ସତ ହେଲା । ପଡ଼ିଲା ହାତଗଣ୍ଠି, ଧୁମଧାମରେ ହେଲା ବାହାଘର ।

camel
ଓଟ ଆଖିରେ ଲୁହ : ସ୍ୱାର୍ଥପର ମଣିଷକୁ ପଚାରୁଛି ଏମିତି ପ୍ରଶ୍ନ...

ହଜିଗଲା ମାନବିକତା, ମରିଗଲା ମଣିଷପଣିଆ । ଅଧାରାସ୍ତାରେ ହାତଛାଡି ଚାଲିଗଲା ଧୋକାବାଜ ମାଲିକ। । ମାଲିକ ଛାଡିଦେବା ପରେ ଡାଳପତ୍ର ଖାଇ ଅତି ଦୟନୀୟ ଅବସ୍ଥାରେ ବଂଚୁଛି  ଓଟ ।  ଓଟର ଏମିତି କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ଓଟର ମାଲିକ ଗଲା କୁଆଡ଼େ? ବୁଢା ବୟସରେ ଓଟକୁ କାହିଁକି ଛାଡିଲା ? ଦର୍ଶକବନ୍ଧୁ ବୁଢା ହୋଇଗଲା ବୋଲି ମାଲିକ ଛାଡି ପଳେଇଲା । ମାଲିକକୁ ଖୋଜି ଖୋଜି ପାଇଲାନି ଓଟ...ସେଇଥି ଲାଗି ତ ଏମିତି ଗଳିକୁ ଗଳି ବୁଲିବୁଲି ନିଜ ମାଲିକକୁ ଖୋଜିବା ସହିତ ଜୀବନ ବଂଚାଇବା ଲାଗି ଡାଳପତ୍ରକୁ ବି ଚୋବାଇ ଦେଉଛି ।

Dibyang
ଦୁଇ ଦିବ୍ୟାଙ୍ଗଙ୍କ ଦୁଃଖଭରା କାହାଣୀ : ଜଣେ ରାମ ହେଲେ ଆଉ ଜଣେ ଲକ୍ଷ୍ମଣ

ଜଣେ ଭାଇ କଥା କହିପାରୁନି, ଆଉ ଜଣଙ୍କ ମୁଣ୍ଡ କାମ କରୁନି । କିନ୍ତୁ କେହି କାହାକୁ ଛାଡିବାକୁ ନାରାଜ୍‌ । ବିଶେଷକରି ମାନସିକ ଅନଗ୍ରସର ଭାଇର ଖୁବ ଯତ୍ନ ନେଉଛି କଥା କହିପାରୁନଥିବା ଭାଇ । ଦାଣ୍ଡ ଦୁଆରେ ଭାଇ ବସୁଛି...ତାକୁ ଖାଇବାକୁ ଦେବା ସହିତ ପୂରା ଯତ୍ନ ବି କରୁଛନ୍ତି । ହେଲେ ମାନସିକ ଅନଗ୍ରସର ଭାଇ କଥା କହିପାରୁନଥିବା ଭାଇଙ୍କୁ ଗାଳି ଦେଉଛି । ଅବଶ୍ୟ ତାଙ୍କ କଥାବାର୍ତ୍ତା କିଛି ବୁଝି ହେଉନାହିଁ ।

MCA graduate
ବାହାର ରାଜ୍ୟରେ କାମ କରୁଥିଲେ : ଧୂପକାଠି ତିଆରି କରି ଏବେ ଲକ୍ଷପତି

ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ପରେ ନିଜସ୍ୱ ଖର୍ଚ୍ଚରେ ଘର ପାଖରେ ଏକ ମେସିନ ପକାଇଲେ । ଆଉ ଧୂପକାଠି ତିଆରି କରିବା ଆରମ୍ଭ କରିଦେଇଥିଲେ । ଠିକ୍‌ ଏତିକିବେଳେ ତାଙ୍କୁ ବୁଷ୍ଟରଡୋଜ୍‌ ପରି କାମ ଦେଇଥିଲା ପିଏମଜିପି ସ୍କିମ୍‌ । ଏହି ସ୍କିମରୁ ସେ ନିଜର କ୍ଷୁଦ୍ରଶିଳ୍ପକୁ ଆଗକୁ ବଢାଇବା ସହିତ ସ୍ଥାନୀୟ ଅଂଚଳର ଯୁବକ ଓ ଯୁବତୀଙ୍କୁ ଦେଉଛନ୍ତି ରୋଜଗାର ।

Migrant labourer
ଆଶ୍ଚର୍ଯ୍ୟ !! ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡ଼ଯନ୍ତ୍ର !

ଶରତଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ ଗୁରୁତର ସହ ନେଇଥିଲା ପୋଲିସ୍‌ । କେମିତି ଓ କେଉଁ ଅବସ୍ଥାରେ ଅଛନ୍ତି ସେନେଇ ଆରମ୍ଭ କରିଥିଲା ତଦନ୍ତ । ପ୍ରଥମେ ଶରତଙ୍କ ମୋବାଇଲକୁ ଟ୍ରାକ୍‌ କରିବା ପରେ ଜଣାପଡିଥିଲା କି, ଶରତ ତାମିଲନାଡୁରେ ନୁହେଁ ବରଂ ମୁମ୍ବାଇରେ ଅଛନ୍ତି । ଆଉ ମୁମ୍ବାଇରେ ପହଞ୍ଚିବା ପରେ ଶରତଙ୍କୁ ଉଦ୍ଧାର କରିବା ସହିତ ସେ କାହିଁକି ଏମିତି ମିଛ ଫଟୋ ଘରକୁ ପଠାଇଥିଲେ ସେନେଇ ପଚରାଉଚରା କରୁଛି ପୋଲିସ୍‌ ।

Rs 800 bribe for autopsy report
‘ଯଦି ପୋଷ୍ଟମର୍ଟମ କରିବ, ତେବେ ୮ଶହ ବାହାର କର... ମାଲ୍‌ ମାରିକି ଶବ କାଟିଦେବୁ..’

ବାପା ସାମ୍ନାରେ ପୁଅର ଜୀବନ ଚାଲିଗଲା । ଅପମୃତ୍ୟୁ ହୋଇଥିବାରୁ ଡାକ୍ତରଖାନାକୁ ପୋଷ୍ଟମର୍ଟମ କରିବା ଲାଗି ଶବ ବି ଆସିଲା । ହେଲେ ବ୍ୟବଚ୍ଛେଦ ପୂର୍ବରୁ ଚାଲିଲା ମୂଲଚାଲ । ମୟୁରଭଞ୍ଜ ରାଇରଙ୍ଗପୁର ଏ ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି । ପୋଲିସ ଉପସ୍ଥିତିରେ ଜଣେ ଅସହାୟ ଗରିବ ବାପାକୁ ନିଜ ପିଲାର ଶବ ବ୍ୟବଚ୍ଛେଦ କରିବା ପାଇଁ ଆଠ ଶହ ଟଙ୍କା ଲାଞ୍ଚ ମାଗାଯିବା ସହିତ ଟଙ୍କା ନ ଦେଲେ ରିପୋର୍ଟ ଦେବି ନାହିଁ, ଅଧା ଟଙ୍କା ଦେଲେ ଅଧା ରିପୋର୍ଟ ଦେବି ବୋଲି ଧମକ ଦେଇଥିଲେ ଡାକ୍ତରଖାନାର କର୍ମଚାରୀ।

Painting
ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା ପ୍ରତିଭା; କାନ୍‌ଭାସ୍‌ରେ ଆଙ୍କୁଛନ୍ତି ଜଗନ୍ନାଥଙ୍କ କଳାକୃତି

କାନ୍‌ଭାସ୍‌ରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର କଳାକୃତି । ଶ୍ରୀଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ରାଧାକୃଷ୍ଣ, ଗଣେଶ ଓ ନାନା ଡିଜାଇନ୍‌ର ସିନେରୀ ପର୍ଯ୍ୟନ୍ତ ଚିତ୍ର ତାଙ୍କ କାନଭାସ୍‌ରେ ଦେଖିବାକୁ ମିଳୁଛି ।

Athagarh
ବାପା-ମାଆଙ୍କୁ ତଣ୍ଟିଆ ମାରି ଘରୁ ତଡିଦେଲା ଝିଅ

ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି, ଘରେ ଥିବା ସବୁ ଆସବାବପତ୍ର ସହ ଗାଁରେ ଥିବା ନିଜ ଘର ଜମିକୁ ସବୁ ନିଜ ଝିଅ ନାଁରେ କରିଦେଇଥିଲେ ବାପା-ମାଆ । ହେଲେ ଜାଗା, ଜମି ସବୁ ପାଇବା ପରେ ଏବେ ବୁଢା ବାପା-ମାଆଙ୍କୁ ଘରୁ ବାହାର କରିଦେଉଛି ଝିଅ । ସବୁଠୁ ଆଶ୍ଟର୍ଯ୍ୟକର କଥା ହେଲେ ଯେଉଁ ବାପା-ମାଆ ଜାଗା, ଘର ଓ ଜମିକୁ ପିଲାଙ୍କ ନାଁରେ କରିଦେଇଥିଲେ, ଆଜି ସେହି ବାପା-ମାଆ ଅବହେଳିତ ।

Mumbai Triplex
ଦେଶର ସବୁଠାରୁ ମହଙ୍ଗା ଡିଲ୍‌ :୨୫୨ କୋଟିରେ ବିକ୍ରି ହେଲା ତିନି ମହଲା କୋଠା

ମାୟାନଗରୀ ମୁମ୍ବାଇରେ ୨୫୨ କୋଟିରେ ତିନି ମହଲା କୋଠାର ଡିଲ୍‌ । ସ୍କୋୟାର ଫୁଟ୍‌ ପିଛା ମୂଲ୍ୟ ୧.୪ ଲକ୍ଷ ।

Marriage
ବିବାହରେ ଅଜବ ଚୁକ୍ତି; ପ୍ରଥମ ସ୍ତ୍ରୀ ପାଖରେ ତିନିଦିନ, ଦ୍ୱିତୀୟ ସ୍ତ୍ରୀ ପାଖେ ତିନିଦିନ

ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିବା ଦଣ୍ତନୀୟ । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ୨୮ ବର୍ଷୀୟ ଯୁବକ ଦୁଇଟି ବିବାହ କରି ମଧ୍ୟ ଉଭୟଙ୍କ ସହ ଖୁସିରେ ରହୁଛନ୍ତି ।

Drunk TT
କେମିତିକା ନିଶା ! ଚଳନ୍ତା ଟ୍ରେନ୍‌ରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟିଇ

ରବିବାର ପଞ୍ଜାବ ଅମୃତସର୍‌ରୁ କୋଲକାତାକୁ ଆସୁଥିବା ଅକଲ୍‌ ତଖ୍‌ତ ଏକ୍ସପ୍ରେସର ଟିଟିଇଙ୍କ ବିରୁଦ୍ଧରେ ଯାତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଟ୍ରେନ ଚାଲୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଟିଟିଇ ଶୋଇଥିବା ମହିଳା ଯାତ୍ରୀଙ୍କ ମୁଣ୍ତ ଉପରେ ପରିସ୍ରା କରିଥିବାର ଅଭିଯୋଗ ହୋଇଛି ।

Why is march 14th called pi day
ମାର୍ଚ୍ଚ ୧୪ରେ କାହିଁକି ପାଳନ ହୁଏ ପାଇ(π) ଡେ’

ପ୍ରତିବର୍ଷ ୧୪ ମାର୍ଚ୍ଚରେ ସମଗ୍ର ବିଶ୍ୱରେ ‘ପାଇ ଡେ (π)’ ପାଳନ କରାଯାଏ। ‘ପାଇ’ର ଆନୁମାନିକ ମୂଲ୍ୟ - ୩.୧୪ ଆଧାରରେ ପାଳନ କରାଯାଏ, ଯାହାକୁ ମାସ / ଦିନ (୩/୧୪) ଫର୍ମାଟ୍‌ରେ ଲେଖାଯାଏ। ତେବେ ଆସନ୍ତୁ ଜାଣିବା ‘ପାଇ’ କ’ଣ ଓ ଏହା ସହିତ ଜଡିତ କିଛି ରୋଚକ କଥା।

China Worm Rain
VIral video : ହଠାତ୍‌ ଆକାଶରୁ ହେଲା କୀଟ ବର୍ଷା !!!

କାର୍‌, ରାସ୍ତା ଚାରିଆଡ଼େ ପୋକ ସାଲୁବାଲୁ(Worm Rain) । ଛତା ନେଇ ଘରୁ ବାହାରିବାକୁ ପରାମର୍ଶ ।

Self Marriage
ଅଜବ ଯୁବତୀ : ନିଜକୁ ନିଜେ ବିବାହ କଲେ,୨୪ ଘଣ୍ଟା ପରେ ହିଁ ଛାଡ଼ପତ୍ର ଦେଇଦେଲେ

ଆର୍ଜେଣ୍ଟିନା(Argentina )ର ୨୫ ବର୍ଷିୟ ଯୁବତୀ ସୋଫି ମୋରେ ପ୍ରଥମେ ନିଜକୁ ବିବାହ(Self Marriage) କରିଥିବା କଥା ଇଣ୍ଟରନେଟ୍‌ରେ ପ୍ରକାଶ କରିଥିଲେ. ଆଶ୍ଚର୍ଯ୍ୟର କଥା ସେ ପରଦିନ ହିଁ ନିଜକୁ ଛାଡପତ୍ର ଦେଇଥିଲେ ।

Sagar Pradhan
ଏମିତି କ’ଣ କଲେ ! ଜାତିସଂଘରେ ଚମକିଲେ ଓଡ଼ିଆ ପୁଅ..

ପରିବେଶର କ୍ଷତିର ଭରଣା କରିବା ପାଇଁ କେନ୍ଦ୍ରାପଡ଼ାରେ ସାଗର ପ୍ରଧାନ ଏକ ବଡ଼ ନିଷ୍ପତ୍ତି ନେଲେ । ଲେଖକ ଭାବରେ ତାଙ୍କର ରୋଜଗାରକୁ ସେ ଗଛ ଲଗାଇବାରେ ଖର୍ଚ୍ଚ କରିବେ । ୨୦୦୮ ପରଠାରୁ ସେ ହଜାର ହଜାର ଗଛ ଲଗାଇବାରେ ସାହାଯ୍ୟ କରିଛନ୍ତି ଏବଂ ସମଗ୍ର ଭାରତରେ ୧୨ ଟି ପୋଖରୀକୁ ପୁନର୍ଜୀବିତ କରିଛନ୍ତି ।

Rebati
ପ୍ରତାରଣା ପାଲଟିଲା ପ୍ରତିଶ୍ରୁତି : ଗାଈ ଚରେଇ ଚଳୁଛନ୍ତି ରେବତୀ

ବାପା-ମାଆ ସେମିତି କିଛି ରଖିନାହାନ୍ତି ଯାହାକୁ ଖାଇ-ପିଇ ଚଳିଯିବେ ରେବତୀ । ସେଇଥି ଲାଗି ତ ପର ଦୁଆରେ ମୂଲ ଲାଗିବାକୁ ଅନେକ ଚେଷ୍ଟା ବି କରିଛନ୍ତି ସେ । ଖାଲି ଚେଷ୍ଟା କରିନାହାନ୍ତି ପର ଦୁଆରେ ଯାଇ କାମ ବି ମାଗିଛନ୍ତି । କିନ୍ତୁ ରେବତୀଙ୍କ ଚେହେରା ଦେଖି ତାଙ୍କୁ କାମ ଦେବାକୁ କେହି ଜଣେ ହେଲେ ବି ଆଗ୍ରହ ଦେଖାଇନାହାନ୍ତି । ତେଣୁ ପେଟ ଚାଖଣ୍ଡେକ ଲାଗି ଏବେ ଏମିତି ଗାଈ ଚରେଇ ଯାହା କିଛି ରୋଜଗାର କରୁଛନ୍ତି ସେତିକିରେ ଚଳୁଛି ପୂରା ପରିବାର ।

Watermelon
ନିଆରା ଜନ୍ମ ଦିନ ! କେକ୍‌ ବଦଳରେ କାଟିଲେ ତରଭୁଜ, ରହିଛି ମହତ ଉଦ୍ଦେଶ୍ୟ.. ଜାଣନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଅସହ୍ୟ ଗରମରୁ ରକ୍ଷା ପାଇବାକୁ ହେଲେ ତରଭୁଜ ଭଳି ଫଳ ଖାଇବା ଜରୁରୀ । ଏଥିପାଇଁ ବିଭିନ୍ନ ସମୟରେ ଲୋକଙ୍କୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥାନ୍ତି ।

Court Order
ଘର କାମ ପାଇଁ ସ୍ତ୍ରୀଙ୍କୁ ଦରମା : ୧.୭୫ କୋଟି ଦେବା ପାଇଁ ସ୍ୱାମୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ସ୍ୱାର୍ଥପର ସ୍ୱାମୀକୁ ପାନେ । ବିବାହ ବିଚ୍ଛେଦ ପରେ ସ୍ତ୍ରୀ ଓ ଦୁଇ ଝିଅକୁ ଭରଣପୋଷଣ ଖର୍ଚ୍ଚ ଦେଉନଥିବାରୁ କଡ଼ା ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ ।

special story
ଗାଈଗୋରୁଙ୍କ ପାଇଁ ୫୬ ଭୋଗ, କିଏ କଲା ଏପରି ବ୍ୟବସ୍ଥା ?

ରାଟ ବିରାଟ ଥାଳି ରଖାଯାଇଛି...ସେଥିରେ ଥୁଆ ହୋଇଛି ବିଭିନ୍ନ ପ୍ରକାର ମିଠା, ପରିବା, ଫଳ, ରୁଟି, ଘାସ ସହ ଅନେକ ପ୍ରକାର ବ୍ୟଞ୍ଜନ ।

special story
ବିଚରା ଟର୍ଟଲ୍‌. . . ଆରେ ଭାଇ କିଏ ଟିକେ ରେସ୍କ୍ୟୁ କର

ଆରେ ଭାଇ କି ଅଛ? ଟିକେ ଦଉଡ଼ି ଆସ...ଦେଖୁନ କେମିତି କଇଁଛଟା ଜାଲରେ ପଡ଼ିଯାଇଛି । ଟିକିଏ ହଲି ବି ପାରୁନି.

Women Protect Jungle
ହାତରେ ଟାଙ୍ଗିଆ, ବଣରେ ବୁଲି ବୁଲି ଗଛର ଯତ୍ନ ନେଉଛନ୍ତି . .

ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ ବଢିପାରିଛନ୍ତି ।

Olive Ridley turtles
କଇଁଛକୁ ବଞ୍ଚାଇବାକୁ କୁନି ଝିଅ କରୁଛି ଗୁହାରୀ : ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ

ସମୁଦ୍ର କୂଳରେ ଏମିତି କହି ଜାଲରେ ଲାଗିଥିବା କଇଁଛକୁ ଉଦ୍ଧାର କରିବାକୁ ଅପିଲ୍‌ କରୁଛି କୁନି ଝିଅ। ପାରାଦୀପ ସି-ବିଚ୍ ବୁଲିବାକୁ ଆସିଥିବା କୁନି ଝିଅଟିର ଘର କଟକରେ ବୋଲି ଜଣାପଡ଼ିଛି । ନିଜ ବାପାଙ୍କ ସାଙ୍ଗରେ ସମୁଦ୍ରକୂଳ ବୁଲୁବୁଲୁ ଦେଖିଲା ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି ହୋଇ ଛଟପଟ ହେଉଛି ବିରଳ ପ୍ରଜାତିର କଇଁଛ ଅଲିଭରିଡଲେ।

Odisha women take care of forest
୨୦ ବର୍ଷ ହେଲାଣି ଜଗୁଛନ୍ତି ଜଙ୍ଗଲ...ନିଜ ପିଲାଙ୍କ ପରି ଯତ୍ନ ନେଉଛନ୍ତି...

ହାତରେ ଟାଙ୍ଗିଆ ଧରିଛନ୍ତି, ବଣରେ ବୁଲି ବୁଲି ଗଛର ଯତ୍ନ ନେଉଛନ୍ତି । ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ ବଢିପାରିଛନ୍ତି । ରେଢାଖୋଲ ବନଖଣ୍ଡ ବଡମାଲ ରେଂଜର ଲମ୍ବଟିଦାଦର ଗାଁର ୧୬ ପରିବାରର ମହିଳାମାନେ ଦିନରାତି ଏକ କରି ବଡମାଲ ସଂରକ୍ଷିତ ଓ ଖସଡା ଜଂଗଲକୁ ଜଗି ରହିଛନ୍ତି।

Man makes 56 different types of foods for cows
ଏମିତି ମଣିଷକୁ ଶହେ ସଲାମ୍‌, ଗାଈଗୋରୁଙ୍କ ପାଇଁ ବାଢ଼ି ଦେଲେ ୫୬ ଭୋଗ...

ଗୋଶାଳାରେ ଗୋ-ମାତାଙ୍କୁ ୫୬ ପ୍ରକାର ଭୋଗ ଦିଆଗଲା । ପ୍ରାୟ ୧୫୦ ଗୋରୁଙ୍କ ପାଖରେ ଏମିତି ସ୍ୱତନ୍ତ୍ର ଭାବରେ ଲଗାଯାଇଛି ଭୋଗ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୩୦ ବର୍ଷ ହେଲାଣି ଗାଈମାନଙ୍କୁ ୫୬ ପ୍ରକାର ଭୋଗ ଦିଆଯାଉଛି। ଯାହାକୁ ନେଇ ଏବେ ସବୁଠି ଲାଗିରହିଛି ଚର୍ଚ୍ଚା