ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଫଳରେ ଆମ୍ବୁଲାନ୍ସ ପାଖକୁ ପାଖାପାଖି ୧ କିଲୋମିଟର ଷ୍ଟ୍ରେଚରରେ ବୁହାହୋଇ ଆସିଲେ ରୋଗଗ୍ରସ୍ତ ମହିଳା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଜୀବନ ଗଲା।
ମଣିଷର ବେପରୁଆ ଗାଡ଼ିଚାଳନା ପାଇଁ ଗୋଟେ କଅଁଳା ବାଛୁରୀର ଜୀବନ ଗଲା। ହେଲେ ମଣିଷ ଅଟକିଲା ନାହିଁ। ଡାକ୍ତରଖାନାକୁ ନେବା ପାଇଁ ମାଆଟି ଧାଇଁ ଚାଲିଛି ଅନବରତ।
ରବିବାର କଣ ଲୋକଙ୍କୁ ଭୋକ ହୁଏ ନାହିଁ ? ନା ରବିବାର ମେଡିକାଲ୍ ବନ୍ଦ? ସରକାରୀ କାର୍ଯ୍ୟାଳୟ ସିନା ରବିବାର ବନ୍ଦ, ହେଲେ ଆହାର କେନ୍ଦ୍ର କ’ଣ ଏକ ସରକାରୀ କାର୍ଯ୍ୟାଳୟ?
ଟ୍ରେନ୍ ଭିତରେ ଚାଲିଗଲା ଜୀବନ, ହେଲେ କେହି ଜାଣି ପାରିଲେନି ।
ମୋଦିଙ୍କ ଲକି ନମ୍ବର ୮। ଏଇ ତାରିଖରେ ଯାହା କରୁଛନ୍ତି ସେଥିରେ ହେଉଛନ୍ତି ସଫଳ। ନିର୍ବାଚନ ପ୍ରଚାର ଆରମ୍ଭ ବି ମୋଦି କରନ୍ତି ଏଇ ତାରିଖରେ
କଲେଜ୍ ଷ୍ଟୁଡେଣ୍ଟଙ୍କ ପାଇଁ ବଡ଼ ଖବର। ଏଣିକି ଗାଡି ନେଇ କଲେଜ୍ ଗଲେ ଅଟକାଇ ଦେବେ ସ୍ୱତନ୍ତ୍ର ସ୍କ୍ୱାଡ୍...ଜାଣନ୍ତୁ କେବେଠୁ ଲାଗୁ ହେଲା ନିୟମ
ଭୋକର ବିକଳ ଚିତ୍ର। ଢୁ ଢୁ ବର୍ଷା ନାଦୁଛି...ଗାଡି ଚକା ତଳେ ବସି ଖାଦ୍ୟ ଖାଉଛନ୍ତି ବୃଦ୍ଧା। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...
ଲତାଙ୍କ ଦୁଃଖ ଶୁଣୁଛି କିଏ? ବିଛଣାରେ ପଡିଛି ରୋଗୀଣା ମାଆ...ଆରପାରିରେ ବାପା। ସାନଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଳ ଲାଗୁଛି ଲତା। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର।
ଗର୍ଜନ କରି ମାଡି ଆସୁଛି ସମୁଦ୍ର। ଖୋଳି ହୋଇ ଗଲାଣି ୱାଚ୍ ଟାୱାର..କେତେବେଳେ ସମୁଦ୍ର ଗର୍ଭରେ ଲୀନ ହେବ ତାହା କହିବା ମୁସ୍କିଲ। ଜୁଆର ଏତେ ମାତ୍ରାରେ ହେଉଛି ଯେ ପଥର କି ବାଲିବସ୍ତା କିଛି ମାନୁନି
ଏମିତି ପୁଅକୁ ନେଇ କିଏ ବା ନକରିବ ଗର୍ବ? ବାପା ଚାଷୀ, ମାଆ ବିଡି ବାନ୍ଧୁଛନ୍ତି । ପୁଅକୁ ମଣିଷ କରିବା ପାଇଁ ଜମି ବି ବିକ୍ରି କରିଦେଲେ ବାପା। ପରିବାରର ପରିଶ୍ରମ ବୁଝି ମନଦେଇ ପାଠ ପଢିଲା ପୁଅ। ଏବେ ନିଟ୍ରେ ସଫଳ ହେବା ପରେ ଡାକ୍ତର ହେବାକୁ ଯାଉଛନ୍ତି ବିଜନ ।
୧୦୦ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ ହସ୍ପିଟାଲରେ ଜଣେ ବି ରୋଗୀ ନାହାନ୍ତି ।
ବ୍ୟାଙ୍କରେ ବତୁରି ଯାଉଛି ଟଙ୍କା, ଲୋକେ ଜମା ରଖିବେ କେଉଁଠି ?
ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ ନମିଳିଲେ କେମିତି ଆଗକୁ ବଢିବ ଶିବା ?
ଟ୍ରକ ଚୋରି କରୁଥିଲେ ବିଜେଡି ନେତା। ଏବେ ବାନ୍ଧି ଜେଲରେ ପୂରାଇଲା ପୋଲିସ। ଧର୍ମଶାଳା ଓ ବଡଚଣାରୁ ଟ୍ରକ ଚୋରି କରୁଥିଲେ। କୋଲକାତା ଓ ବିହାରରେ ବିକ୍ରି କରି ରୋଜଗାର କରୁଥିଲେ କୋଟି କୋଟି ଟଙ୍କା। ଚୋରି ମାମଲାର ପର୍ଦ୍ଦାଫାସ କରୁ କରୁ ସାମ୍ନାକୁ ଆସିଥିଲା ବିଜେଡି ନେତାଙ୍କ ଚୋରି ଲିଙ୍କ୍। ଏମିତି ଚାଲିଛି ନବୀନଙ୍କ ସ୍ୱଚ୍ଛ ଶାସନ
ଇଏ ବି ଜଣେ ସାଲବେଗ। ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଭଜନ ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା। ବିନା କୌଣସି ତାଲିମରେ ଜଗାର ଭଜନ ଗାଉଛନ୍ତି ମେହେରବାନ୍।
ଇଚ୍ଛାଶକ୍ତି ଥିଲେ ବାହାନା ନୁହେଁ ବରଂ ବାଟ ଦେଖାଏ। ଆଉ ନିଷ୍ଠା ଥିଲେ କେମିତି ସଫଳତା ମିଳେ ତାହା ଶିଖନ୍ତୁ ଏଇ ପିଲାଙ୍କଠୁ..
ସହିପାରିଲେନି ସାଙ୍ଗଙ୍କ କମେଣ୍ଟ। ବିଷ ପିଇ ଜୀବନ ହାରିଦେଲେ ଆଶୁତୋଷ। ଭେଣ୍ଡିଆ ପୁଅ ସିନା ଚାଲିଗଲା, ହେଲେ ଜନ୍ମକଲା ପୁଅ ପାଇଁ ମୁଣ୍ଡ ବାଡେଇ ଛାତିପିଟି କାନ୍ଦୁଛି ମାଆ। କହୁଛି, ଧନରେ ତୁ ଫେରିଆ ଆ ମୋ କୋଳକୁ..
ଗୁହାରି, ଦରଖାସ୍ତ ଦେଇ ଦେଇ ଶୁଣିଲାନି ପ୍ରଶାସନ। ଏକାଠି ହେଲେ ଗାଁ ଲୋକେ, କାଠକୁ ଶିଆଳି ଲଟାରେ ବାନ୍ଧି ତିଆରି କଲେ ପୋଲ। ବିନା ସିମେଣ୍ଟ ଖୁଣ୍ଟରେ ତିଆରି ହେଲା ପୋଲ। ଲୋକେ କହିଲେ, ଏ ସରକାର ଥିବା ପର୍ଯ୍ୟନ୍ତ ପୋଲ ହେବନି।
ନେତା ଓ ପ୍ରଶାସକଙ୍କ ମଧ୍ୟରେ ତିକ୍ତତା। ଅଳିଆ ଆବର୍ଜନାରେ ଫୁଲ୍ ହେଲା ତାଳଚେର ସହର...ସଫେଇ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ। କହିଲେ, ଦୁଇ ବେଳା କାମ କରୁଛୁ ଗୋଟିଏ ବେଳାର ଦରମା ପାଉଛୁ। ପୂଜା ଗଲା ହେଲେ ବୋନସ ମିଳିଲାନି..
ବିଡିଓଙ୍କ ମହାନତା । ପିଲାଙ୍କ ଭବିଷ୍ୟତ ପାଇଁ ଯୋଗାଇ ଦେଲେ ମାଗଣା କୋଚିଂ ସେଣ୍ଟର ।
ଲଟେରୀ କଲା ମାଲାମାଲ୍ । ଘର କିଣିବାର ସ୍ୱପ୍ନ ପୂରଣ କରିବେ ଆମେରିକୀୟ ବ୍ୟକ୍ତି ।
ଆଲମିରାକୁ କଳାପଟା ପରି ବ୍ୟବହାର କରି ପାଠ ପଢ଼ାଉଛନ୍ତି ଶିକ୍ଷୟିତ୍ରୀ
କିନ୍ନରଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣିପାରି ନିଷ୍ପତ୍ତି ନେଲେ ସ୍ତ୍ରୀ, ବିନା କୌଣସି ବାଧା ଦେଇ କିନ୍ନରଙ୍କ ସହ ବିବାହ କରାଇଲେ
ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି।
ନିଇତି ଏମିତି ମନଇଚ୍ଛା ସ୍କୁଲ ଆସୁଛନ୍ତି ଦିଦି ଆଉ ସାର୍। କେତେବେଳେ ୧୦ଟା ୧୦ ତ ଆଉ କେତେବେଳେ ୧୦.୩୦। ବେଳେବେଳେ ମୂଳରୁ ଆସୁନାହାନ୍ତି। ପାଠ ପଢିବା ପାଇଁ ଏଇ ଗଛ ମୂଳେ ଅପେକ୍ଷା କରି କରି ଘରକୁ ଫେରୁଛନ୍ତି ପିଲା। ହେଲେ ଆଜି କ୍ୟାମେରା ସାମ୍ନାରେ ଧରାପଡ଼ିବା ପରେ...