• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁନିଆରୁ ମାନବିକତା ଯେପରି ହଜିଗଲାଣି । ସାମାନ୍ୟ ବଚସାରୁ ଲୋକେ ରକ୍ତମୁଖା ହୋଇଯାଉଛନ୍ତି । ଜଣଙ୍କ ଜୀବନର ଯେପରି କୌଣସି ମୂଲ୍ୟ ନାହିଁ । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଲୋମହର୍ଷଣକାରୀ ଭିଡିଓ ଭାଇରାଲ୍‌ ହେଉଛି । ଯୁକ୍ତିତର୍କ ପାଇଁ ଜଣେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଛନ୍ତି ଜଣେ ସହଯାତ୍ରୀ । ଆଉ ଯୁବକଙ୍କୁ ଠେଲି ଦେବା ପରେ ଚୁପଚାପ୍‌ ଆସି ପୁଣି ସିଟ୍‌ରେ ବସି ଯାଉଛନ୍ତି, ଯେପରି କିଛି ହୋଇନି । ପଶ୍ଚିମବଙ୍ଗର ହାୱାଡ-ମାଲଦା ଟାଉନ ଇଣ୍ଟରସିଟି ଏକ୍ସପ୍ରେସରେ ଏହି ଘଟଣା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜିଆରପି ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜିଆରପି ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଛି ।  

ତାରାପୀଠ ରୋଡ ଓ ରାମପୁରହାତ ଷ୍ଟେସନ ମଝିରେ ଜଣେ ସଜଲ ଶେଖ ନାମକ ଜଣେ ଯୁବକଙ୍କୁ ଟ୍ରେନ୍‌ରୁ ଠେଲି ଦେଇଛନ୍ତି  ତାଙ୍କ ସହାଯାତ୍ରୀ । ଟ୍ରେନ୍‌ ଯାତ୍ରା କରୁଥିବା ବେଳେ ଅଭିଯୁକ୍ତ ଜଣକ ଲୋକଙ୍କୁ  ଧମକଚମକ ଦେବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।  ଯାତ୍ରୀମାନେ ବସିଥିବା ସିଟ୍‌ରେ ଗୋଡ଼ ଥୋଇ ଫୋନରେ ଜୋର ଜୋରରେ କଥା ହେବା ସହ ପାଟିତୁଣ୍ଡ କରୁଥିଲା ।  ବଗିରେ ମହିଳା ଯାତ୍ରୀ ଥିଲେ ମଧ୍ୟ ଅତ୍ୟନ୍ତ ଅଶ୍ଳୀଳ କମେଣ୍ଟ୍‌ କରୁଥିଲା ।  

ଏହାକୁ ନେଇ ସଂପୃକ୍ତ ବ୍ୟକ୍ତିଙ୍କ ସହ ଶେଖଙ୍କ ପାଟିତୁଣ୍ଡ ହୋଇଥିଲା । ଏପରି କି ଟ୍ରେନରେ ବ୍ୟକ୍ତି ଜଣଙ୍କ ଶେଖଙ୍କ ସହ ଠେଲାପେଲା କରିଥିଲେ ।  ଆଉ ଟିକିଏ ଝଗଡ଼ାରୁ ଶେଖଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ ସେ । ଚଳନ୍ତା ଟ୍ରେନରୁ ଶେଖ ଖସି ପଡ଼ିଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ଆଦୌ ବିଚଳିତ ହୋଇ ନଥିଲେ । ଜଣେ ଲୋକକୁ ମୃତ୍ୟୁ ମୁଖକୁ ଠେଲି ଦେଇ ଆରାମରେ ପୁଣି ଯାଇ ନିଜ ସିଟ୍‌ରେ ବସିଥିଲେ ।

ଘଟଣାର କିଛି ସମୟରେ ରେଳ ଧାରଣାରୁ ଶେଖଙ୍କୁ ଜିଆପି ଉଦ୍ଧାର କରିଥିଲା । ଏବେ ତାଙ୍କର ଚିକିତ୍ସା ରାମପୁରହାଟ ମେଡିକାଲରେ ଚାଲିଛି । ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଆଉ କିଛି ଲୋକ ମଧ୍ୟରେ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଏବେ ଶେଖଙ୍କ ବୟାନକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।