/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666681923.jpg)
Special story
ବିଚ୍ ବଜାରରେ ଯୁବକଙ୍କୁ ନିର୍ଘାତ ମାଡ଼ ମାରିଲେ ସରପଞ୍ଚ । ଯାହାର ଭୋଟ୍ ପାଇ କ୍ଷମତା ପାଇଛନ୍ତି, ତାଙ୍କ ଉପରେ ହିଁ ଅକଥନୀୟ ନିର୍ଯାତନା କରିଛନ୍ତି । ରାଜନୈତିକ ଶତୃତାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଛନ୍ତି ସରପଂଚ। ଆଉ ସରପଞ୍ଚଙ୍କ ଏଇ ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ବି ହୋଇଛନ୍ତି । ଏମିତିକି ଆହତ ହୋଇଥିବା ଯୁବକ ଜଣକ ଥାନାରେ ଏନେଇ ମାମଲା ରୁଜୁ କରିବା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । କୁହାଯାଉଛି କି ସମ୍ପୃକ୍ତ ସରପଂଚ ଜଣକ କୁଆଡେ ବିଧାୟକଙ୍କ ଖାସ୍ ଲୋକ । ତେବେ ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ବାସେଳିହତାରେ ।
ବାସେଳିହତା ପଞ୍ଚାୟତ ସରପଞ୍ଚ କଳିଙ୍ଗ କେଶରୀ ମହାଳିକଙ୍କର ସେହି ଗ୍ରାମର ପ୍ରଶାନ୍ତ କୁମାର ପ୍ରତିହାରୀଙ୍କ ସହ ରାଜନୈତିକ ଶତୃତା ରହିଛି। ଗତ ପଞ୍ଚାୟତ ନିର୍ବାଚନ ସମୟରୁ ଏହି ଛକାପଞ୍ଝା ଲାଗି ରହିଛି । ଗତକାଲି ପ୍ରଶାନ୍ତ ରାସ୍ତାରେ ଯାଉଥିବା ବେଳେ ନିଜ ସମର୍ଥକଙ୍କ ସହ ତାଙ୍କୁ ଅଟକାଇଲେ କଳିଙ୍ଗ କେଶରୀ ମହାଳିକ । ଏହାପରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ବେଳେ କଳିଙ୍ଗ କେଶରୀ ତାଙ୍କୁ ଏକ ଠେଙ୍ଗାରେ ନିର୍ଦ୍ଧୁମ ପିଟିଥିଲେ।
ଅଧିକ ପଢ଼ନ୍ତୁ: କଟକରେ ଦାଦାଗିରି: ପୋଲିସ୍ ଆଖି ସାମ୍ନାରେ ବିଚ୍ ରାସ୍ତାରେ ଯୁବକଙ୍କ ହାତ ବାନ୍ଧି ଦୌଡ଼ାଇଲେ
ଏନେଇ ପ୍ରଶାନ୍ତ ନରସିଂହପୁର ଥାନାରେ ଏକ ଅଭିଯୋଗ କରିଥିବା ବେଳେ କଳିଙ୍ଗ କେଶରୀ ମହାଳିକ ବି ପାଲଟା ଅଭିଯୋଗ କରିଛନ୍ତି। ହେଲେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ଖୁଲମଖୁଲା ବୁଲୁଛନ୍ତି ସରପଞ୍ଚ ।
(ରିପୋର୍ଟ - ସର୍ବେଶ୍ୱର ସ୍ୱାଇଁ, ନରସିଂହପୁର )
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)