Advertisment

ଦେଢ଼ବର୍ଷରେ ଗୋଟିଏ ସ୍ଥାନରେ ତିନିଥର ରାସ୍ତା ନିର୍ମାଣ କରି ସରକାରୀ ଅର୍ଥ ଲୁଟ୍

ପୂର୍ବରୁ ୪୩ କୋଟି ଟଙ୍କା ବ୍ୟୟରେ ଖଲ୍ଲିକୋଟ ବେଲଗୁଣ୍ଠା ରାସ୍ତା ଉନ୍ନତି କରଣ ନାମରେ ଏଠି କାର୍ଯ୍ୟ ମଧ୍ୟ ହୋଇଥିବା ବେଳେ ଗୋଟିଏ ସ୍ଥାନରେ କିଛି ବର୍ଷ ମଧ୍ୟରେ ବାରମ୍ବାର ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ l

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Road Issue, Fraud

Road Issue, Fraud

ସାମ୍ନାକୁ ଆସିଲା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗର ମହା ଘୋଟାଲା l ଦେଢବର୍ଷ ମଧ୍ୟରେ ଗୋଟିଏ ସ୍ଥାନରେ ନିର୍ମାଣ କରାଯାଇଛି ତିନି ତିନିଥର ରାସ୍ତା l ପ୍ରଥମେ କଂକ୍ରିଟ ରୋଡ଼ ପରେ ପିଚୁ ରାସ୍ତା ନିର୍ମାଣ ପରେ ବର୍ତ୍ତମାନ ଚାଲିଛି ବକ୍ସ କଲଭର୍ଟ ନିର୍ମାଣ l ଠିକାଦାର ପ୍ରୀତି ଯୋଗୁଁ ରାଜ୍ୟ ରାଜପଥ 30 ର କବିସୂର୍ଯ୍ୟନଗର ବ୍ଲକ ଗୋଲାମୁଣ୍ଡୁଳା ଗ୍ରାମ ନିକଟରେ ଦେଢ଼ ବର୍ଷ ମଧ୍ୟରେ ଗୋଟିଏ ସ୍ଥାନରେ ତିନି ଥର ରାସ୍ତା ନିର୍ମାଣ କରି ଠିକାଦାର ମାନେ ସରକାରୀ ଟଙ୍କା ଆତ୍ମସାତ କରିଥିବା ବେଳେ ବର୍ତ୍ତମାନ ବକ୍ସ କଲଭର୍ଟ ନିର୍ମାଣ କରୁଥିବା ଠିକା ସଂସ୍ଥା ମନମାନି କରି ନିନ୍ମମାନର କାର୍ଯ୍ୟ କରୁଥିବା ହୋଇଛି ଅଭିଯୋଗ l

Advertisment

ସରକାରୀ ଟଙ୍କା ଚଳୁ କରିବାର ନୁଆଁ ଫନ୍ଦି ବାହାର କରିଛି ପୂର୍ତ୍ତ ବିଭାଗ l ଗୋଟିଏ ସ୍ଥାନରେ ଦେଢ଼ ବର୍ଷ ମଧ୍ୟରେ ବାରମ୍ବାର ରାସ୍ତା ନିର୍ମାଣ କରି ସରକାରଙ୍କ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି ବିଭାଗ l ନା ଅଛି ଏଠି ପ୍ଲାନିଂ ନା ରହିଛି ରାଜକୋଷ ଖର୍ଚ୍ଚର ଭୟ l ଲୋକ ଙ୍କ ସମସ୍ୟାj ଦ୍ୱାହି ଦେଇ ଠିକାଦାର ପ୍ରୀତି ରେ ଚାଲିଛି କାର୍ଯ୍ୟ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗ ଅଧିନ ଆସିକା ଖଲ୍ଲିକୋଟ ରାଜ୍ୟ ରାଜପଥ 30 ରେ ହୋଇଛି ଘୋଟାଲା l କବିସୂର୍ଯ୍ୟନଗର ଆସିକାକୁ ସଂଯୋଗ କରୁଥିବା ରାସ୍ତାର ଗୋଲାମୁଣ୍ଡୁଳା ଗ୍ରାମ ନିକଟରେ ଗତ ଦେଢ଼ ବର୍ଷ ମଧ୍ୟରେ ତିନି ତିନି ଥର ରାସ୍ତା ନିର୍ମାଣ କରାଯାଇଛି l

ସେପ୍ଟମ୍ବର 2022 ମସିହାରେ 9 ମିଟର ଚଉଡା 67 ମିଟର ଲମ୍ବା ରାସ୍ତା ରେ ପାଞ୍ଚ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ପ୍ରଥମେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା l କିଛି ମାସ ନଯାଉଣୁ ଏହି ରାସ୍ତା ଉପରୁ ଗୋଡ଼ି ବାହାରିଯିବା ଫଳରେ ପୁଣି ପିଚୁ ପକାଯାଇଥିଲା l ପୁଣି ତିନି କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଚଳିତ ବର୍ଷ ଫେବୃଆରୀ ମାସରେ ଏଠି ବକ୍ସ କଲଭର୍ଟ ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ କାର୍ଯ୍ୟ ଜାରିରହିଛି l ତେବେ ଏହା ପୂର୍ବରୁ 43 କୋଟି ଟଙ୍କା ବ୍ୟୟରେ ଖଲ୍ଲିକୋଟ ବେଲଗୁଣ୍ଠା ରାସ୍ତା ଉନ୍ନତି କରଣ ନାମରେ ଏଠି କାର୍ଯ୍ୟ ମଧ୍ୟ ହୋଇଥିବା ବେଳେ ଗୋଟିଏ ସ୍ଥାନରେ କିଛି ବର୍ଷ ମଧ୍ୟରେ ବାରମ୍ବାର ରାସ୍ତା ନିର୍ମାଣ କୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ l

Advertisment

ଅନ୍ୟପଟେ ସ୍ୱଳ୍ପ ସ୍ଥାନରେ ତିନି କୋଟି ଟଙ୍କା ବ୍ୟୟରେ ବକ୍ସ କଲଭର୍ଟ ନିର୍ମାଣ କରୁଥିବା ସଂସ୍ଥା ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ କାର୍ଯ୍ୟ ନକରି ନିନ୍ମମାନର କାର୍ଯ୍ୟ କରୁଥିବା ଓ ଆପ୍ରୋଚ ରୋଡ଼କୁ ସମୟ କ୍ରମେ ମରାମତି ନକରି ବିପଦ ସଙ୍କୁଳ ଅବସ୍ଥାରେ ଛାଡି ଦେଉଛି l ଫଳରେ ଦୈନିକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି l ସେପଟେ ଦିନ  ଦିପ୍ରହରରେ ରାଜରାସ୍ତା ଉପରେ ବିଦ୍ୟୁତ ଚୋରି କରି ଏଠି କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ ବିଭାଗ ନୀରବ ରହିଛି l

ସାଧାରଣ ଗରିବ ଲୋକଟିଏ ବିଦ୍ୟୁତ ଚୋରି କଲେ ବିଦ୍ୟୁତ ବିଭାଗ ହଜାର ହଜାର ଟଙ୍କା ଫାଇନ ଦେବାକୁ ବାଧ୍ୟ କରୁଥିବା ବେଳେ ଏଠି ବହୁ ପରିମାଣ ର ବିଦ୍ୟୁତ ଚୋରି ସତ୍ୱେ କାହିଁକି ଚୁପ ବିଦ୍ୟୁତ ବିଭାଗ ତାହାକୁ ନେଇ ଉଠିଛି ପ୍ରଶ୍ନ l ତେବେ ବିଭାଗୀୟ ଅଧିକାରୀ ଙ୍କ ଠିକାଦାର ପ୍ରୀତି ଯୋଗୁଁ ଗୋଟିଏ ସ୍ଥାନରେ ବାରମ୍ବାର ରାସ୍ତା ନିର୍ମାଣ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କବିସୂର୍ଯ୍ୟନଗର ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ l ସେ କହିଛନ୍ତି ଆବଶ୍ୟକତା ଅନୁଯାୟୀ କାମ ଚାଲିଛି। ଯଦି କିଛି ଅଭିଯୋଗ ଆସେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ

ତେବେ ଗୋଟିଏ ସ୍ଥାନରେ ବାରମ୍ବାର ରାସ୍ତା ନିର୍ମାଣ ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ନେଇ ଉଚସ୍ଥରୀୟ ତଦନ୍ତ ପରେ ଘୋଟଲାର ପ୍ରକୃତ ସତ୍ୟ ସାମ୍ନାକୁ ଆଣିବାକୁ ସାଧାରଣରେ ଦାବି ହେଉଛି l

Fraud Road Problem
Advertisment
Advertisment