Advertisment

Special Story: ସହିଦଙ୍କୁ ମନେରଖିଲେ,ଗାଁକୁ ଭୁଲିଗଲେ !

ସହିଦଙ୍କୁ ମନେ ରଖିଲେ, ଗାଁକୁ ଭୁଲିଗଲେ । ଅବହେଳିତ ଭାବେ ପଡ଼ି ରହିଛି ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ। ଗାଁରେ ରାସ୍ତା ଅଛି ହେଲେ ପହଞ୍ଚିବାକୁ ବାଟ ନାହିଁ । ଅର୍ଥାତ ଗାଁ ଯେମିତି ବିଚ୍ଛିନ୍ନାଞ୍ଚଳରେ ପରିଣତ ହୋଇଛି ।

author-image
Deviprasad Jena

ସହିଦଙ୍କୁ ମନେ ରଖିଲେ, ଗାଁକୁ ଭୁଲିଗଲେ । ଅବହେଳିତ ଭାବେ ପଡ଼ି ରହିଛି ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ। ଗାଁରେ ରାସ୍ତା ଅଛି ହେଲେ ପହଞ୍ଚିବାକୁ ବାଟ ନାହିଁ । ଅର୍ଥାତ ଗାଁ ଯେମିତି ବିଚ୍ଛିନ୍ନାଞ୍ଚଳରେ ପରିଣତ ହୋଇଛି । ଏଠି ଯିବାକୁ ଦୁଇଟି ବଡ଼ ନଦୀ ବାଟ ଓଗାଳୁଛି । ବର୍ଷ ବର୍ଷର ଦାବି ପରେ ବ୍ରିଜ୍ ନିର୍ମାଣ ହେଲା ସିନା କିନ୍ତୁ କାମ ଏବେ ଯାଏଁ ସରିପାରିଲାନି। ଫଳରେ ବିପଦସଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ । ବ୍ରିଜ୍ ପାଇଁ ଦାବି କରିବା ପରେ କାମ ସିନା ଆରମ୍ଭ ହେଲା ହେଲେ ଅଧା ହେଇପଡ଼ିରହିଛି ଏହି ପୋଲ । ୨୦୧୯ରେ ୨୦ କୋଟି ଟଙ୍କା ବ୍ୟୟରେ କାମ ଚାଲିଛି ହେଲେ ମନ୍ଥର ଗତି ଯୋଗୁଁ ଏବେ ଯାଏଁ ସରିପାରୁନି । ଉପରେ ବ୍ରିଜ୍ ଅଛି ତଥାପି ତଳେ ଏମିତି ବିପଦସଙ୍କୁଳ ଅବସ୍ଥାରେ ଲୋକେ ଯାଆସ କରୁଛନ୍ତି । ଘଟଣାକୁ ନେଇ ଉପଜିଲ୍ଳାପାଳଙ୍କୁ ଅବଗତ କରିଥିଲା ଆମ ଟିମ୍ । ତୁରନ୍ତ ଘଟଣାର ଅନୁଧ୍ୟାନ ହେବ ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି ହେବ ବୋଲି ସେ କହିଛନ୍ତି ।

Advertisment
Odisha Koraput Village Road Problem Special Story
Advertisment
Advertisment