• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନଗର ଉନ୍ନୟନ ମନ୍ତ୍ରୀ ରାଜଧାନୀବାସୀଙ୍କ ସମସ୍ୟା ଓ ଅଧପନ୍ତରିଆ ପ୍ରକଳ୍ପର ସମୀକ୍ଷା କରିବା ବେଳେ, ଲୋକଙ୍କ ରୋଷର ଶିକାର ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ମନଭରି ଶୁଣାଇଲେ ଲୋକେ ।

ବିଏମ୍‌ସିର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇବାରୁ ପରିସ୍ଥିତି ଏପରି ହେଲା ଯେ, ମନ୍ତ୍ରୀ ଓ ବାକି ଅଧିକାରୀଙ୍କୁ ଛାଡ଼ି ମେୟର ଅଚାନକ ସେଠାରୁ ଉଭାନ ହୋଇଯାଇଥିବା ଚର୍ଚ୍ଚା ହେଉଛି । ମନ୍ତ୍ରୀଙ୍କୁ ଫେରାଦ୍ ହେଲେ, ମେୟରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ । ଲୋକଙ୍କ ରୋଷର ଶିକାର ହୋଇ ହଟହଟା ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

ଲୋକେ ନରାଗିବେ ବା କାହିଁକି... ରାଜଧାନୀର ରାସ୍ତା ଦେଖିଲେ ଜାଣି ହେବନି ଇଏ ରାଜଧାନୀର ରାସ୍ତା । ନା କେଉଁ ଉପାନ୍ତ ଗାଁ ଗହଳିର । କାଦୁଅ ପଚପଚ, ଖାଲଖମାରେ ଠାଏଁ ଠାଏଁ ପାଣି, ଅତି କଦର୍ଯ୍ୟ ସ୍ଥିତି । ପରିମଳ କଥା ତ ନକହିବା ଭଲ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳ । ଅଞ୍ଚଳର ଦୁଃସ୍ଥିତି ସଂପର୍କରେ ଜଣାଇବା ପାଇଁ ଲୋକଙ୍କ ନିମନ୍ତ୍ରଣ ପାଇ, ଗ୍ରାଉଣ୍ଡ୍ ଜିରୋରେ ପହଞ୍ଚିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ସାଥିରେ ଥିଲେ ମେୟର, କମିଶନର, ବରିଷ୍ଠ ଅଧିକାରୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ । ରାସ୍ତାରେ ଚାଲିଚାଲି ସ୍ଥିତି ପରଖିଥିଲେ ମନ୍ତ୍ରୀ । ତେବେ ଐତିହାସିକ ଧୋବା ପୋଖରୀ ବୁଲି ଦେଖିବା ବେଳେ, ମନ୍ତ୍ରୀଙ୍କ ସାମ୍ନାରେ ମେୟରଙ୍କୁ ନିଶାନା କରି ମନଭରି ଅସନ୍ତୋଷ ଝାଡ଼ିଥିଲେ ଲୋକେ । ଶୁଝାଇ ଦେଇଥିଲେ ଦୀର୍ଘଦିନର ପୁଞ୍ଜିଭୂତ ରାଗ ।

ଲୋକଙ୍କ ଅଭିଯୋଗ ଅନୁସାରେ, ୨୦୧୬ରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ଏବେ ବି ଅଧପନ୍ତରିଆ ପଡ଼ିଛି । ୨୨ ଏକର ପୋଖରୀରୁ ଏବେ ମାତ୍ର ୯ ଏକର ଅଛି । ବାକି ଜମି ନେତା ଓ ବିଲଡରଙ୍କ ଜବରଦଖଲରେ ଥିବା ଅଭିଯୋଗ ହୋଇଛି ।

ଏଥିସହ ଅନ୍ୟାନ୍ୟ ମୌଳିକ ସମସ୍ୟା ସଂପର୍କରେ ବି ଲୋକଙ୍କ ଠାରୁ ଶୁଣିବା ପରେ, ତାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ସେପଟେ ଚିନ୍ତାମଣିଶ୍ୱର ଅଞ୍ଚଳରେ ଲୋକଙ୍କ ରୋଷର ଶିକାର ହେବା ପରେ, ମେୟର ଅଚାନକ ମନ୍ତ୍ରୀ ଓ ବାକି ଟିମ୍‌କୁ ଛାଡ଼ି ଅନ୍ୟତ୍ର ପଳାଇଥିଲେ ଏବଂ ସେଠାରେ ଆଉ ନଜର ଆସିନଥିଲେ ବୋଲି ଶୁଣିବାକୁ ମିଳୁଛି ।

ପରେ ଅବଶ୍ୟ ଓସ୍କାର ସିଟି, ନିକୋ ପାର୍କ ଓ ନୟାପଲ୍ଲୀ ହଜ୍ ପୋଖରୀ ପ୍ରକଳ୍ପ ସମୀକ୍ଷା ବେଳେ ପୁଣିଥରେ ମନ୍ତ୍ରୀଙ୍କ ସହ ମେୟରଙ୍କୁ ଦେଖିବାକୁ ମିଳିଥିଲା ।

 

OTV is now on Whatsapp

Join and get latest news update delivered to you via whatsapp

Join Now