କାହିଁକି ଏତେ ସୁନା କିଣୁଛି RBI? ଟନ୍ ଟନ୍ ସୁନା କିଣିବା ପଛର କାରଣ କଣ?
RBI ରେ ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ବାହାରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୯୧ଟି ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ମୂଳ ଦରମା ସହ ପାଖାପାଖି ୧.୧୬ଲକ୍ଷ ଟଙ୍କା ପାଇବେ।
ଲୋକମାନଙ୍କୁ ନକଲି ନୋଟ୍ ଠାରୁ ଦୂରେଇ ରଖିବାକୁ ସଚେତନ କରାଯାଉଛି । ନକଲି ନୋଟ୍ କାରବାର RBI ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏଥିରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସତର୍କ କରିଛି RBI ।
ଲଗାତାର ୬ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ରେପୋ ରେଟ୍ (Repo Rate) ଅପରିବର୍ତ୍ତିତ ରଖିଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।
ବ୍ୟାଙ୍କକୁ ନେଇଥିବା ଟଙ୍କାର ଯଦି ୫୦ ପ୍ରତିଶତ ଅଂଶ ଆପଣଙ୍କ ପାଖରେ ରହିଛି ତେବେ ଆପଣଙ୍କୁ ଟଙ୍କା ଦେବ ବ୍ୟାଙ୍କ । ନଚେତ୍ ଆପଣଙ୍କୁ କିଛି ବି ଟଙ୍କା ମିଳିବ ନାହିଁ । ଯଦି ଆପଣ ୨୦ରୁ ଅଧିକ ନୋଟ୍ କିମ୍ବା ୫ ହଜାରରୁ ଅଧିକ ଟଙ୍କାର ଚିରା ନୋଟକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏଥିଲାଗି ଆପଣଙ୍କୁ ଟ୍ରାଞ୍ଜାକସନ୍ ଫି ମଧ୍ୟ ଦେବାକୁ ପଡିବ ।
ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍ କରି ନିଅନ୍ତୁ। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଏପ୍ରିଲରେ ମୋଟ୍ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ।
RBI ଫାର୍ମାସିଷ୍ଟ ପଦ ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ମାଗିଛି। ଆପଣଙ୍କ ପାଖରେ ୧୦ମ ପାଶ ସହିତ ଯଦି ଏହି ଡିଗ୍ରୀ ଅଛି ତେବେ ଆପଣ ବି ଏହି ସୁଯୋଗ ନେଇପାରିବେ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା…
ଯଦି ଆପଣ ଟଙ୍କା ଜମା ରଖିଥିବା ବ୍ୟାଙ୍କଟି ଦେବାଳିଆ ହୋଇଯାଏ, ତେବେ କ’ଣ ହେବ ? ଆପଣଙ୍କ ଟଙ୍କା ବୁଡ଼ିଯିବନି ତ ? ଜାଣନ୍ତୁ କ’ଣ ରହିଛି ନିୟମ..
ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ହୋଲି ସମେତ ଅନେକ ପର୍ବପର୍ବାଣୀ ଚଳିତ ମାସରେ ପଡ଼ୁଛି। ତେଣୁ ଯଦି ଆସନ୍ତା ମାସରେ ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତା’ହେଲେ ଏହା ପୂର୍ବରୁ ଛୁଟି ତାଲିକା ଚେକ୍ କରନ୍ତୁ।
୨୦୨୩- ୨୪ ଆର୍ଥିକ ବର୍ଷରେ ରିୟଲ ଜିଡିପି ହାର ୬ ଦଶମିକ ୪ ପ୍ରତିଶତ ରହିବ ବୋଲି ଆକଳନ କରିଛି ରିଜର୍ଭ ବ୍ୟାଙ୍କ ।
ନୋଟ୍ ଉପରେ ଯଦି ପେନ୍ରେ ଲେଖା ଯାଇଛି ଏହା ଅବୈଧ ନେଇ ହେଉଥିବା ଦାବିକୁ ମିଥ୍ୟା କୁହାଯାଇଛି।
କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରଖିଲା ସ୍ପଷ୍ଟୀକରଣ।
ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍ ୨୦୨୩, ଜାନୁଆରୀରେ ମୋଟ୍ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି।
ଆଜି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି ।
ପୁଣି ରେପୋ ରେଟ୍ ବୃଦ୍ଧି ପରେ ଜନତାଙ୍କୁ ଝଟ୍କା ଲାଗିଛି। ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ। ହୋମ୍ ଲୋନ୍(Home Loan), ଗାଡ଼ି ଲୋନ୍ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ।
ଡିସେମ୍ବର ୧ ତାରିଖରୁ RBI ପକ୍ଷରୁ ଲଞ୍ଚ ହୋଇଛି ଡିଜିଟାଲ ଟଙ୍କା। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ସ୍ଥାନରେ ପରୀକ୍ଷା ମୂଳକ ଭାବେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ କରାଯିବାର ଯୋଜନା ରହିଛି।
ବ୍ୟାଙ୍କରେ ବତୁରି ଯାଉଛି ଟଙ୍କା, ଲୋକେ ଜମା ରଖିବେ କେଉଁଠି ?
ଆଇନସିଦ୍ଧ ଡିଜିଟାଲ୍ ଋଣ ଆପ୍କୁ ନେଇ ରିଜର୍ଭ ବ୍ୟାଙ୍କ୍ ଏକ ତାଲିକା ପ୍ରସ୍ତୁତ କରିବ । କେବଳ ସେହି ଆପ୍ ଗୁଡିକ ଯେଭଳି ପ୍ଲେଷ୍ଟୋରରେ ଉପଲବ୍ଧ ରହିବ, ତାହା ନିଶ୍ଚିତ କରିବା ଲାଗି ଇଲେ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ କାମ କରିବ ।
ରେପୋ ରେଟ୍ ୦.୫୦% ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍ ବୃଦ୍ଧି ଯୋଗୁ EMI ଓ ଋଣ ମହଙ୍ଗା ହେବ ବୋଲି ସୂଚନା ମିଳିଛି।
ଆପଣଙ୍କ ସହିତ ଏମିତି କେବେ ହେଇଛି କି ଟଙ୍କା ଉଠେଇବା ବେଳେ ଟଙ୍କା କଟିଯିବ କିନ୍ତୁ ମେସିନ୍ରୁ ଟଙ୍କା ଆସିବ ନାହିଁ? ଯଦି ବି ହୁଏ ଭୟ କରନ୍ତୁ ନାହିଁ। ଜାଣନ୍ତୁ କ’ଣ କଲେ ଟଙ୍କା ଆକାଉଣ୍ଟକୁ ଫେରିଆସିବ।
ବାଲେଶ୍ୱରରେ ପ୍ରତିଷ୍ଠା ହେବ ଟଙ୍କା ଛପା କାଗଜ କଳ...
ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI) ପକ୍ଷରୁ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ୫ ସପ୍ତାହ ମଧ୍ୟରେ ରେପୋ ରେଟ୍ ୨ଥର ବୃଦ୍ଧି ପାଇଛି।
ବଢିବ ସୁଧ ହାର ଅର୍ଥାତ ଇଏମ୍ଆଇ ବଢିବାକୁ ଯାଉଛି । କାହିଁକି ନା ୦.୪ରୁ ୦.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ବଢାଇ ପାରନ୍ତି ବ୍ୟାଙ୍କ । ଗତକାଲି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍କୁ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ଋଣ ଉପରେ ସୁଧହାର ବଢିବା ନିଶ୍ଚିତ ହୋଇଯାଇଛି ।