Advertisment

SBI ର ଗାଇଡଲାଇନ; ନୋଟ୍‌ ବଦଳାଇବାକୁ ID ଦରକାର ନାହିଁ

ଦୁଇ ହଜାର ଟଙ୍କିଆ ବନ୍ଦ ପାଇଁ RBIର ଘୋଷଣା ପରଠୁ ଏହାର ପ୍ରଭାବକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ମଧ୍ୟରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଷ୍ଟେଟ ବ୍ୟାଙ୍କର ନୂଆ ଗାଇଡ ଲାଇନ ଲାଗୁ କରିଛି ।

author-image
Manoranjan Behera
2000 Currency Notes

2000 Currency Notes

୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଷ୍ଟେଟ ବ୍ୟାଙ୍କର ନୂଆ ଗାଇଡ ଲାଇନ । ଥରକେ ୨୦ ହଜାର ଟଙ୍କାର ନୋଟ ବଦଳାଇଲେ, ସଂପୃକ୍ତ ବ୍ୟକ୍ତିଙ୍କୁ କୌଣସି ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ନାହିଁ । ଏଥିପାଇଁ କୌଣସି ରିକ୍ୟୁଜିସନ ଫର୍ମ ମଧ୍ୟ ଦରକାର ନାହିଁ ବୋଲି SBI ତରଫରୁ କୁହାଯାଇଛି ।  ଏହା ସହିତ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ, ସେପଟେମ୍ବର ୩୦ ତାରିଖ ପରେ ମଧ୍ୟ ୨ ହଜାର ଟଙ୍କିଆ ନୋଟ ଚଳିବ, ଏହା ଅଚଳ ହେବ ନାହିଁ । 

Advertisment

କିଛି ଦିନ ତଳେ ମାର୍କେଟରୁ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ସେପଟେମ୍ବର ୩୦ ମଧ୍ୟରେ ଲୋକେ ବ୍ୟାଙ୍କରେ ଏହି ନୋଟକୁ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ଅନ୍ୟ ନୋଟ୍ ନେଇପାରିବେ ବୋଲି RBI କହିଛି ।

ଦୁଇ ହଜାର ଟଙ୍କିଆ ବନ୍ଦ ପାଇଁ RBIର ଘୋଷଣା ପରଠୁ ଏହାର ପ୍ରଭାବକୁ ନେଇ ଏବେ ସବୁଠି ଚର୍ଚ୍ଚା । ବ୍ୟବହାର କମିଯାଇଥିବାରୁ ସାଧାରଣ ଲୋକଙ୍କ ପାଖରେ ତ ଏଇ ନୋଟ୍ ସେତେଟା ନାହିଁ, ତେବେ ଯେଉଁମାନଙ୍କ ପାଖରେ ଅଛି ସେମାନେ କେମିତି ଫେରାଇବେ ? ସରକାର ଦେଇଥିବା ସମୟ ପର୍ଯ୍ୟାପ୍ତ ହେବ ତ ? ଏମିତି ଅନେକ ପ୍ରଶ୍ନ ଭିତରେ କିଛି ଲୋକ ବିମୁଦ୍ରାକରଣର ଦୁର୍ଦ୍ଦଶାକୁ ମନେ ପକାଇ ଚିନ୍ତା ବଢିଥିବା କଥା କହିଛନ୍ତି ।

Advertisment

ପ୍ରଚଳିତ ସବୁଠୁ ବଡ଼ ନୋଟ୍ ୨ ହଜାର ଟଙ୍କିଆକୁ ପ୍ରତ୍ୟାହାର ପାଇଁ RBIର ନିଷ୍ପତ୍ତି ପରେ ସବୁଠି ଏବେ ଏଇ ଚର୍ଚ୍ଚା, ଆଲୋଚନା । ହେଲେ ବିମୁଦ୍ରିକରଣକୁ ମନେ ପକେଇ ଦେଇଥିବା ଏ ଘୋଷଣାରେ ଏଥର କିନ୍ତୁ ଗ୍ରାହକଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ଦେଇଛନ୍ତି ସରକାର । ଯାହା ପାଖରେ ୨ ହଜାର ଟଙ୍କା ଅଛି ମେ’ ୨୩ରୁ ସେପ୍ଟେମ୍ବର ୩୦ ଭିତରେ ନୋଟ ଡିପୋଜିଟ ସହ ବଦଳାଇ ପାରିବେ। କୌଣସି ଗ୍ରାହକ ବ୍ୟାଙ୍କରେ କେୱାଇସି ଦେଇ ନିଜ ଆକାଉଣ୍ଟରେ ୨ ହଜାର ଟଙ୍କିଆ ଡିପୋଜିଟ କରିପାରିବେ । ଏହାବାଦ୍ ଏକାଥରକେ ଜଣେ ଲୋକ ୧୦ଟି ନୋଟ ଅର୍ଥାତ ୨୦ ହଜାର ଟଙ୍କା ବଦଳାଇ ପାରିବ।

ଆକାଉଣ୍ଟ ନଥିଲେ ମଧ୍ୟ ଯେ କୌଣସି ବ୍ରାଞ୍ଚରେ ବଦଳାଇ ହେବ ଟଙ୍କା। ତେଣୁ ପ୍ରାୟ ସବୁ ବର୍ଗର ଲୋକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଆଉ କେହି କେହି ବିମୁଦ୍ରିକରଣ ବେଳର ଦୁର୍ଦ୍ଦଶାକୁ ମନେ ପକାଇ ସରକାରଙ୍କ ନିଷ୍ପତ୍ତି ଦ୍ୱାରା ଟେନସନ ବି ବଢିଥିବା କହିଛନ୍ତି। ଅନ୍ୟପଟେ ଅନେକ ଛୋଟ ବ୍ୟବସାୟୀ ଏହାକୁ ସ୍ୱାଗତ କରିଥିବା ବେଳେ କିଛି ବ୍ୟବସାୟୀ ଦୈନିକ ଡିପୋଜିଟ ସ୍ଲାବ ବଢାଇବାକୁ ଦାବି କରିଛନ୍ତି।

RBI SBI 2000 Currency Notes Demonitisation
Advertisment
Advertisment