Advertisment

ଟନ୍ ଟନ୍ ସୁନା କିଣୁଛି ଭାରତୀୟ ରିଜର୍ଭ ବ୍ୟାଙ୍କ, ବଢ଼ାଉଛି ନିଜ ସ୍ୱର୍ଣ୍ଣ ଭଣ୍ଡାରର କଳେବର

କାହିଁକି ଏତେ ସୁନା କିଣୁଛି RBI? ଟନ୍ ଟନ୍ ସୁନା କିଣିବା ପଛର କାରଣ କଣ?

author-image
Chandan Shishu
ଅଦ୍ୟତନ ହୋଇଛି
RBI Gold Reserve

RBI Purchasing Gold

ଭାରତ କିଣୁଛି ଟନ୍ ଟନ୍ ସୁନା । ଭାରତୀୟ ରିଜର୍ଭବ୍ୟାଙ୍କର ଗୋଲ୍ଡ ରିଜର୍ଭ ବା ସ୍ୱର୍ଣ୍ଣ ଭଣ୍ଡାର ପ୍ରାୟ ୮ଶହ ଟନ ବୃଦ୍ଧି ପାଉଛି । ଚଳିତ ଆର୍ଥିକ ବର୍ଷର ଗୋଟିଏ ତ୍ରୈମାସରେ ରେକର୍ଡ ୧୦ ଟନ୍ ସୁନା କିଣିଛି RBI। ଏହାର କାରଣ କଣ ଏବଂ ଏଥିରୁ ଫାଇଦା କଣ ମିଳିବ?

Advertisment

ଟନ୍ ଟନ୍ ସୁନା କିଣୁଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ବଢ଼ାଉଛି ନିଜ ସ୍ୱର୍ଣ୍ଣ ଭଣ୍ଡାରର କଳେବର। ରିଜର୍ଭ ବ୍ୟାଙ୍କ ପାଖରେ ଏବେ ପ୍ରାୟ ୮ଶହ ଟନ୍ ସୁନା ଚଳିତ ଆର୍ଥିକ ବର୍ଷର ଗୋଟିଏ ତ୍ରୈମାସରେ ରେକର୍ଡ ୧୦ ଟନ୍ ସୁନା କିଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ RBI। ୨୦୨୨-୨୩ ଆର୍ଥିକ ବର୍ଷରେ ଗୋଲ୍ଡ ରିଜର୍ଭ ପ୍ରାୟ ୫ ପ୍ରତିଶତ ବଢ଼ି, ୭୯୪.୬୪ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ୨୦୨୨ ଡିସେମ୍ବର ସୁଦ୍ଧା ତାହା ୭୬୦ ଟନ୍ ଥିଲା ।

ଅଧିକ ପଢ଼ନ୍ତୁ: ଚିରା ନୋଟ୍‌ ନେଇ ଆଇବିଆଇ କରେ କ’ଣ?

ସ୍ବର୍ଣ୍ଣ ଭଣ୍ଡାର ହେଉଛି ବୈଦେଶିକ ମୁଦ୍ରାଭଣ୍ଡାରର ଏକ ପ୍ରମୁଖ ଅଂଶ। ୨୦୧୯ରୁ ୨୦୨୧ ଭିତରେ RBI ୨୨୮.୪୧ ଟନ୍ ସୁନା କିଣିଥିବା ବେଳେ, ୨୦୨୨ରେ ୬୫.୧୧ ଟନ୍ ଏବଂ ଚଳିତ ଆର୍ଥିକବର୍ଷରେ ୩୪.୨୨ ଟନ୍ ସୁନା କିଣିଛି । ବିଶ୍ୱ ଗୋଲଡ କାଉନସିଲର ଭାରତ ପାଇଁ ନିଯୁକ୍ତ ରିଜିଓନାଲ ସିଇଓଙ୍କ ମତରେ ସୁନା କିଣୁଥିବା ବିଶ୍ୱର ପ୍ରମୁଖ ୫ଟି କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ RBI ରହିଛି।

Advertisment

ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ, ଭାରତର ସୁନା ଉଭୟ ଦେଶ ଭିତରେ ଓ ବିଦେଶରେ ଗଚ୍ଛିତ ରହିଛି । ଭାରତ ଭିତରେ ୩୦୧.୧୦ ଟନ୍ ସୁନା ଥିବା ବେଳେ, ବିଦେଶରେ ଅର୍ଥାତ୍ ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ଓ ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟରେ ରହିଛି ୪୩୭.୨୨ ଟନ୍ ସୁନା । ଗତ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୫୭୮.୪୪୯ ବିଲିୟନ ଡଲାର୍ ଥିବା ବେଳେ, ସେଥିରେ ସାମିଲ ଥିଲା ୪୫.୨ ବିଲିୟନ ବା ୪ହଜାର ୫୨୦ କୋଟି ଡଲାରର ସୁନା।

କାହିଁକି ଏତେ ସୁନା କିଣୁଛି RBI? ଟନ୍ ଟନ୍ ସୁନା କିଣିବା ପଛର କାରଣ କଣ? ବିଶେଷଜ୍ଞଙ୍କ ମତରେ, ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କାକୁ ଦେଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସୁନା ଭଣ୍ଡାର ବୃଦ୍ଧି କରୁଛି ରିଜର୍ଭ ବ୍ୟାଙ୍କ। ସାଧାରଣତଃ RBIର ବୈଦେଶିକ ମୁଦ୍ରା ଭଣ୍ଡାର ଆମେରିକୀୟ ଡଲାର ଭାବେ ପରିଗଣିତ ହୋଇଥାଏ। ତେଣୁ ଡଲାର୍ ଦୁର୍ବଳ ହେଲେ କିମ୍ବା ଆମେରିକାରେ ମୁଦ୍ରାସ୍ଫିତି ବଢ଼ିବାରେ ଲାଗିଲେ ଭାରତ କ୍ଷତି ସହିବାର ଆଶଙ୍କା ରହିଛି। ତେବେ ଏଭଳି ସ୍ଥିତିରେ ସୁନା ଗଚ୍ଛିତ ରଖିବା ସୁରକ୍ଷିତ ଏବଂ ଲାଭଜନକ ଉପାୟ। 

ତାଛଡ଼ା ବିଶ୍ୱ ରାଜନୈତିକ ସ୍ଥିତିରେ ଅନିଶ୍ଚିତତା ଦୃଷ୍ଟିରୁ ମଧ୍ୟ RBI ସ୍ୱର୍ଣ୍ଣଭଣ୍ଡାର କଳେବର ବୃଦ୍ଧି କରୁଥାଇପାରେ ବୋଲି ଅନୁମାନ କରାଯାଉଛି। ୟୁକ୍ରେନ ଯୁଦ୍ଧ ପରେ ରୁଷ ଓ ଚୀନ୍ ଭଳି ଦେଶରେ ଡଲାରର ଗ୍ରହଣୀୟତା କମୁଛି । ଏଥିଯୋଗୁଁ ଡଲାର ଦୁର୍ବଳ ହେବାର ଆଶଙ୍କା ରହିଛି। ତେଣୁ ଉଚ୍ଚ ମୂଲ୍ୟ ଏବଂ ସୀମିତ ଯୋଗାଣ ଦୃଷ୍ଟିରୁ ଅନ୍ୟ ମୁଦ୍ରା ତୁଳନାରେ ସୁନା ନିଜର ମୂଲ୍ୟ ଦୀର୍ଘ ଅବଧି ପାଇଁ ବଜାୟ ରଖିପାରିବ।

ସଂକଟ ସ୍ଥିତିରେ ସୁନା ଖୁବ୍ ଲାଭଦାୟକ ସଂପତ୍ତି ଭାବେ ଭୂମିକା ନିର୍ବାହ କରିପାରେ ଏବଂ ଏହାକୁ ଯେକୌଣସି ସମୟରେ ଭଲ ମୂଲ୍ୟରେ ବିକ୍ରି କରାଯାଇପାରେ।ସୁନାର ଅନ୍ତର୍ଜାତୀୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ମଧ୍ୟ ଅପେକ୍ଷାକୃତ ସ୍ୱଚ୍ଛ। ସିଙ୍ଗାପୁର, ଚୀନ୍ ଓ ତୁର୍କୀର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁନା କିଣୁଥିବା ବେଳେ, ୨୦୨୨ରେ ସାରା ବିଶ୍ବରେ କେନ୍ଦ୍ରୀୟ ବ୍ୟାଙ୍କ ମାନଙ୍କ ଦ୍ବାରା ରେକର୍ଡ ୧ହଜାର ୧୩୬ ଟନ୍ ସୁନା କିଣାଯାଇଛି।

RBI Reserve Bank Of India
Advertisment
Advertisment