• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆମେ ରୋଜଗାର କରୁଥିବା ଟଙ୍କା ତଥା ପରିଶ୍ରମର ଫଳକୁ ସଞ୍ଚୟ କରିବା ପାଇଁ ବ୍ୟାଙ୍କକୁ ସୁରକ୍ଷିତ ସ୍ଥାନ ବୋଲି ମନେ କରୁ । ଲୋକଙ୍କ ବିଶ୍ୱାସ ଯେ, ଆମ ଟଙ୍କା ବ୍ୟାଙ୍କରେ ଅଛି ତ ସୁରକ୍ଷିତ ଅଛି । ଯଦି ଆପଣ ଟଙ୍କା ଜମା ରଖିଥିବା ବ୍ୟାଙ୍କଟି ଦେବାଳିଆ ହୋଇଯାଏ, ତେବେ କ’ଣ ହେବ ? ଆପଣଙ୍କ ଟଙ୍କା ବୁଡ଼ିଯିବନି ତ ? ଆମେରିକାରେ ବ୍ୟାଙ୍କ ଗୁଡ଼ିକ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଲୋକଙ୍କ ମନରେ ଏଭଳି ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ତେବେ ଚିନ୍ତା କରିବାର ନାହିଁ କାହିଁକି ନା RBI ପାଖରେ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ରହିଛି । ଜାଣନ୍ତୁ ଏଭଳି ସମସ୍ୟା ଉପୁଜିଲେ କ’ଣ କରିବେ...

ଅଧିକ ପଢ଼ନ୍ତୁ: ବାହାଘର ପାଇଁ EPFOରୁ ଉଠାଇପାରିବେ ଟଙ୍କା; ଜାଣନ୍ତୁ ଆହୁରି ହେଲା ସହଜ

ଉଦାହରଣ ସ୍ୱରୂପ, ଯଦି ଭାରତର କୌଣସି ବ୍ୟାଙ୍କ ଦେବାଳିଆ ହୋଇଯାଏ, ତେବେ RBI ଡେବିଟ୍ ଇନସୁରାନ୍ସ ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (DICGC) ଗ୍ରାହକଙ୍କ ଜମା ଉପରେ ବୀମା କଭରେଜ୍ ପ୍ରଦାନ କରିଥାଏ । ପୂର୍ବରୁ ୨୦୨୦ ରେ ବ୍ୟାଙ୍କ ଜମା ଉପରେ ଥିବା ଡେବିଟ୍ ଇନସୁରାନ୍ସ ମାତ୍ର ୧ ଲକ୍ଷ ଟଙ୍କା ଥିଲା । ଯାହାର ଅର୍ଥ ହେଉଛି ଯଦି ବ୍ୟାଙ୍କ ଦେବାଳିଆ ହୋଇପଡ଼େ, ତେବେ ଗ୍ରାହକ ମାତ୍ର ୧ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି ରାଶି ଦାବି କରିପାରିବେ । ଯଦିଓ ସେମାନେ ୨୦ ଲକ୍ଷ କିମ୍ବା ତା’ଠାରୁ ଅଧିକ ଜମା କରିଥିବେ । କିନ୍ତୁ ମୋଦି ସରକାର ଏହି ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି । ବର୍ତ୍ତମାନ ଜମା ଟଙ୍କା ଉପରେ ବୀମା କଭରେଜକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ଯଦି ବ୍ୟାଙ୍କ ଦେବାଳିଆ ହୋଇପଡ଼ିବ, ଗ୍ରାହକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।

ଯଦି ବ୍ୟାଙ୍କ ଏହି ଟଙ୍କା ଦେବାରେ ବିଫଳ ହୁଏ, ତେବେ ବୀମା ଯୋଜନାର ନିୟମ ଅନୁଯାୟୀ ଆକାଉଣ୍ଟଧାରୀମାନେ ୯୦ ଦିନ ମଧ୍ୟରେ ସଂରକ୍ଷିତ ରାଶି ପାଇପାରିବେ । ସମସ୍ତ ସଞ୍ଚୟ ଆକାଉଣ୍ଟ୍, କରେଣ୍ଟ ଆକାଉଣ୍ଟ୍ ଏହି ଅଧୀନରେ ରହିଛି । DICGC ସମସ୍ତ କମର୍ସିଆଲ୍‌ ବ୍ୟାଙ୍କ ସମେତ ଆନ୍ତର୍ଜାତୀୟ ବ୍ୟାଙ୍କର ଭାରତୀୟ ଶାଖା ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କକୁ ବୀମାଭୁକ୍ତ କରେ ।

ଯଦି ଜଣଙ୍କ ଆକାଉଣ୍ଟରେ ୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜମା ଅଛି । ତେବେ ବ୍ୟାଙ୍କର ଦେବାଳିଆ ପରିସ୍ଥିତିରେ ଆକାଉଣ୍ଟଧାରୀକୁ ନିୟମ ଅନୁଯାୟୀ କେବଳ ୫ ଲକ୍ଷ ଟଙ୍କା ଇନ୍‌ସୁରାନ୍ସ କଭରେଜ୍‌ ହିଁ ମିଳିବ । ବାକି ଜମା ରାଶି ମିଳିବ ନାହିଁ । ଯଦି ବ୍ୟକ୍ତି ଜଣକ ଗୋଟିଏ ବ୍ୟାଙ୍କର ବିଭିନ୍ନ ଶାଖାରେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଜମା ରଖିଥିବେ, ତେବେ ତାଙ୍କର ସମସ୍ତ ଆକାଉଣ୍ଟକୁ ମିଶାଇ ମୋଟ୍‌ ୫ ଲକ୍ଷ ଟଙ୍କାର ହିଁ ବୀମା ରାଶି ମିଳିବ ।