Advertisment

ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ବନ୍ଦ ! ବ୍ୟାଙ୍କ ଯିବା ପୂର୍ବରୁ ଚେକ୍‌ କରି ନିଅନ୍ତୁ ଛୁଟି ତାଲିକା...

ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍‌ କରି ନିଅନ୍ତୁ। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଏପ୍ରିଲରେ ମୋଟ୍‌ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bank holidays in April 2023

Bank Holidays In April

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ଆସନ୍ତା ମାସ ଅର୍ଥାତ୍‌ ଏପ୍ରିଲ ପାଇଁ ବ୍ୟାଙ୍କ ଛୁଟି ତାଲିକା(Bank Holidays List) ଜାରି କରିଛି। ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍‌ କରି ନିଅନ୍ତୁ। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଏପ୍ରିଲରେ ମୋଟ୍‌ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ।

Advertisment

ଏପ୍ରିଲ ମାସ ପାଇଁ ଜାରି ହୋଇଥିବା ଛୁଟି ତାଲିକା...

  • ଏପ୍ରିଲ ୧: ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ ଯୋଗୁ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୨: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୪: ମହାବୀର ଜୟନ୍ତୀ- ଅହମଦାବାଦ, ଆଇଜଲ୍‌, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଚଣ୍ଡୀଗଡ଼, ଚେନ୍ନାଇ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର ଓ ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ

ଅଧିକ ପଢ଼ନ୍ତୁ: ବ୍ୟାଙ୍କ ଦେବାଳିଆ ହୋଇଗଲେ, ବୁଡ଼ିଯିବ କି ଆପଣଙ୍କ ଜମା ଟଙ୍କା ?

  • ଏପ୍ରିଲ ୫: ବାବୁ ଜଗଜୀବନ ରାମ ଜୟନ୍ତୀ- ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୭: ଗୁଡ୍‌ ଫ୍ରାଇଡେ- ଆଇଜଲ୍‌, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଭୁବନେଶ୍ୱର, ଚଣ୍ଡୀଗଡ଼, ଚେନ୍ନାଇ, ଡେରାଡୁନ୍, ଗ୍ୟାଙ୍ଗଟକ୍‌, ତେଲେଙ୍ଗାନା, ଇମ୍ଫାଲ, କାନପୁର, କୋଚି, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଣାଜୀ, ପାଟନା, ରାୟପୁର, ରାଞ୍ଚି, ଶିଲଂ ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୮: ଦ୍ୱିତୀୟ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୯: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୧୪: ଆମ୍ବେଦକର ଜୟନ୍ତୀ- ଅଗରତାଲା, ଅହମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡୀଗଡ଼, ଚେନ୍ନାଇ, ଡେରାଡୁନ୍, ଗ୍ୟାଙ୍ଗଟକ୍‌, ଗୌହାଟି, ହାଇଦ୍ରାବାଦ, ତେଲେଙ୍ଗାନା, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ପାଣାଜୀ, ପାଟନା, ରାଞ୍ଚି, ଶ୍ରୀନଗର ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୧୫: ବୋହାଗ ବିହୁ- ଅଗରତାଲା, ଗୌହାଟି, କୋଚି, କୋଲକାତା, ଶିମ୍‌ଲା ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୧୬: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୧୮: ଶବ୍‌-ଏ-କଦ୍ର: ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୨୧: ଇଦ- ଅଗରତାଲା, ଜମ୍ମୁ, କୋଚି, ଶ୍ରୀନଗର ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୨୨: ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୨୩: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଏପ୍ରିଲ ୩୦: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
Advertisment

କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ।

ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।

RBI Bank Holidays Bank Closed
Advertisment
Advertisment