• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବଢ଼ୁଥିବା ମୁଦ୍ରାସ୍ପୀତି ନିୟନ୍ତ୍ରଣ ପାଇଁ RBI( Reserve Bank of India) ବଡ଼ ପଦକ୍ଷେପ ଗ୍ରହଣ କରିଛି। ପୁଣିଥରେ RBI ରେପୋ ରେଟ୍‌ ( Repo Rate) ବଢ଼ାଇଛି। ରେପୋ ରେଟ୍‌ ୦.୫୦% ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ଫଳରେ ରେପୋ ରେଟ୍‌ ୪.୯୦%ରୁ ବୃଦ୍ଧି ପାଇ ୫.୪୦%ରେ ପହଞ୍ଚିଛି। ମୁଦ୍ରାନୀତି ସମୀକ୍ଷା ବୈଠକରେ RBI ଗଭର୍ଣ୍ଣର ଏହି ସୂଚନା ଦେଇଛନ୍ତି। 

ରେପୋ ରେଟ୍‌ ବୃଦ୍ଧି ଯୋଗୁ EMI ଓ ଋଣ ମହଙ୍ଗା ହେବ ବୋଲି ସୂଚନା ମିଳିଛି। କାରଣ RBIର ଏହି ନିଷ୍ପତ୍ତି ପରେ ସରକାରୀ ବ୍ୟାଙ୍କଠୁ ଆରମ୍ଭ କରି ପ୍ରାଇଭେଟ୍‌ ବ୍ୟାଙ୍କ ଓ ହାଉସିଙ୍ଗ କମ୍ପାନୀ ଗୁଡ଼ିକ ହୋମ୍‌ ଲୋନ୍‌( Home Loan)ର ସୁଧ ହାର ବୃଦ୍ଧି କରିପାରନ୍ତି। ଫଳରେ EMI ମହଙ୍ଗା ହେବ। ଏହାପୂର୍ବରୁ ଚଳିବର୍ଷ ମେ’ ୪ ଓ ଜୁନ୍‌ ୮ରେ RBI ରେପୋ ରେଟ୍‌ରେ ମୋଟ୍‌ ୯୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରିଥିଲା। ଫଳରେ ବ୍ୟାଙ୍କଠୁ ଆରମ୍ଭ କରି ହାଉସିଂ ଫାଇନାନ୍ସିଂ କମ୍ପାନୀ ଗୁଡ଼ିକ ହୋମ୍‌ ଲୋନ୍‌ର ସୁଧ ହାର ୦.୯୦%ଠୁ ୧.୧୫% ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ଏବେ ପୁଣିଥରେ RBI ରେପୋ ରେଟ୍‌ ବଢ଼ାଇ ଥିବାରୁ  EMI ଓ ଋଣ ମହଙ୍ଗା ହେବ ବୋଲି କୁହାଯାଉଛି। ୪ ମାସରେ ରେପୋ ରେଟ୍‌ ୧.୪୦% ବୃଦ୍ଧି ପାଇଛି। ଜୁନ୍ ମାସରେ ମୁଦ୍ରାସ୍ପୀତି ୭% ଥିଲା।  ଏହାକୁ ଦେଖି ମନ୍‌ଥଲି ପଲିସି କମିଟି ରେପୋ ରେଟ୍‌ ବଢାଇବାକୁ ନିଷ୍ପତ୍ତି ନେଇଥିଲା। RBI ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରୀ ପଲିସି କମିଟିର ୬ ଜଣିଆ ସଦସ୍ୟ ରେପୋ ରେଟ୍‌ ବଢ଼ାଇବା ସପକ୍ଷରେ ମତ ଦେଇଥିଲେ।

ରେପୋ ରେଟ୍‌ ବଢ଼ାଇବା ପରେ  ୨୦୨୨-୨୩ରେ ମୁଦ୍ରାସ୍ପୀତି ୬.୭%କୁ ଖସିବ ବୋଲି RB ଆଶା ରଖିଛି। ସେହିପରି ୨୦୨୩-୨୪ରେ ମୁଦ୍ରାସ୍ପୀତି ୫%କୁ ଖସି ଆସିବ ବୋଲି ଆକଳନ କରାଯାଇଛି । ୨୦୨୨-୨୩ରେ GDP ଅଭିବୃଦ୍ଧି ୭.୨% ରହିବ ବୋଲି ଆକଳନ କରାଯାଇଛି।  ତେବେ ୨୦୨୩-୨୪ର ପ୍ରଥମାର୍ଦ୍ଧରେ GDP ଅଭିବୃଦ୍ଧି ୬.୭% ରହିବ ବୋଲି RBI ଆକଳନ କରିଛି।