/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657614154.jpg)
RBI Likely To Set Up Factory For Money Printing In Balasore, Team Examines Site
ବାଲେଶ୍ୱରରେ ପ୍ରତିଷ୍ଠା ହେବ ଟଙ୍କା ଛପା କାଗଜ କଳ । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ଯାଞ୍ଚ ଲାଗି ଆରବିଆଇର ପ୍ରତିନିଧି ଦଳ ବାଲେଶ୍ୱର ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାଲେଶ୍ୱର ଗସ୍ତରେ ଆସି ସଦର ଓ ରେମୁଣା ତହସିଲ ଅଧୀନରେ ଥିବା କସବା, ପଦାବଡ଼ଗାଁ ବୁଲିଛନ୍ତି ପ୍ରତିନିଧି ଦଳ ।
ରେମୁଣାର ପଦାବଡ଼ଗାଁ, ବାଉଁଶମୁହାଁ ଓ ନରହରିପୁରରେ ସ୍ଥିତି ଅନୁଧ୍ୟାନ ବାଉଁଶମୁହାଁ ଓ ନରହରିପୁର ପ୍ରଭୃତି ଅଞ୍ଚଳ ବୁଲି ଦେଖିଛନ୍ତି । ଏହି ବୃହତ୍ ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନରେ ପ୍ରାୟ ୧୦୦ଏକର ଜାଗାର ଆବଶ୍ୟକତା ରହିଛି । ଯଦି ସରକାରଙ୍କ ପକ୍ଷରୁ ଗୋଟିଏ ସ୍ଥାନରେ ୧୦୦ଏକର ଜାଗା ଯୋଗାଇଦିଆଯାଏ, ତେବେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରକଳ୍ପ ପ୍ରତିଷ୍ଠା ନିଷ୍ପତ୍ତି ବଦଳାଯିବ ।
ଏହାସହ ଆବଶ୍ୟକ ଅନୁଯାୟୀ ସରକାରୀ ଜାଗା ନ ମିଳିଲେ ବ୍ୟକ୍ତି ବିଶେଷଙ୍କ ଜାଗାକୁ ମଧ୍ୟ ଅଧିଗ୍ରହଣ କରାଯାଇ ପ୍ରକଳ୍ପ ଚାଲୁ କରାଯାଇ ପାରିବ ବୋଲି ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ କହିଛନ୍ତି । ପ୍ରଥମେ ରିଜର୍ଭ ବ୍ୟାଙ୍କର ଏହି ପ୍ରତିନିଧି ଦଳ ସଦର ତହସିଲ ଅନ୍ତର୍ଗତ କସବା ଅଞ୍ଚଳକୁ ଯାଇ ଜାଗା ଦେଖିଥିଲେ । ରେମୁଣା ତହସିଲ ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତର ପଦାଗାଁ ଅଞ୍ଚଳରେ ଥିବା ଏହିଜାଗା ବୁଲି ଦେଖିବା ପରେ ନରହରିପୁର ଓ ବାଉଁଶମୁହାଁ ଅଞ୍ଚଳର ଜାଗା ଦେଖିବା ପାଇଁ ଯାଇଥିଲେ ଆରବିଆଇର ପ୍ରତିନିଧି ଦଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)