Advertisment

Bank Holidays: ନୂଆବର୍ଷର ପ୍ରଥମ ମାସରେ ଖାଲି ଛୁଟି ହିଁ ଛୁଟି, ଜାଣନ୍ତୁ କେତେଦିନ ବନ୍ଦ ରହିବ ବ୍ୟାଙ୍କ...

ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍‌ ୨୦୨୩, ଜାନୁଆରୀରେ ମୋଟ୍‌ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ।  ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bank Holidays in January 2023

Banks To Be Remain Closed For 14 Days In January 2023

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ଆସନ୍ତା ବର୍ଷ ଜାନୁଆରୀ ପାଇଁ ବ୍ୟାଙ୍କ ଛୁଟି ତାଲିକା (Bank Holidays List) ଜାରି କରିଛି। ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍‌ ୨୦୨୩, ଜାନୁଆରୀରେ ମୋଟ୍‌ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ।  ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ। ତେଣୁ ଯଦି ଆସନ୍ତା ମାସରେ ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତା’ହେଲେ ଏହା ପୂର୍ବରୁ ଛୁଟି ତାଲିକା ଚେକ୍‌ କରନ୍ତୁ।

Advertisment

ଆସନ୍ତା ମାସରେ ସାରା ଦେଶରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ ନାହିଁ। ଯେଉଁ ଯେଉଁ ଅଞ୍ଚଳରେ ପର୍ବପର୍ବାଣୀ ହେଉ କିମ୍ବା ଅନ୍ୟ ଛୁଟି ନେଇ RBI ପକ୍ଷରୁ ଛୁଟି ତାଲିକା ହୋଇଥିବ ସେହିସବୁ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ। 

ଅଧିକ ପଢ଼ନ୍ତୁ: ମୋଦି ସରକାରଙ୍କ ବଡ଼ ଯୋଜନା : ଦେଶର ୭୫ ଜିଲ୍ଲାରେ ଖୋଲିବ ଡିଜିଟାଲ ବ୍ୟାଙ୍କିଂ ୟୁନିଟ୍

Advertisment

ଡିସେମ୍ବର ମାସ ପାଇଁ ଜାରି ହୋଇଥିବା ଛୁଟି ତାଲିକା...

  • ଜାନୁଆରୀ ୧- ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୨- ମିଜୋରାମରେ ନୂଆବର୍ଷ ଛୁଟି ଯୋଗୁ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୧୧- ମିଶନାରୀ ଦିବସ ଅବସରରେ ମିଜୋରାମରେ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୧୨- ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୧୪- ଦ୍ୱିତୀୟ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୧୫-  ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୧୬- Uzhavar Thirunal ଅବସରରେ ପୁଡୁଚେରୀ ଓ ତାମିଲନାଡୁରେ ବ୍ୟାଙ୍କ ବନ୍ଦ ହେବାକୁ ଥିବାବେଳେ Kanuma Panduga ଅବସରରେ ଆନ୍ଧ୍ରପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୨୨- ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୨୩-  ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆସାମରେ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୨୫- ରାଜତ୍ୱ ଦିବସ ଅବସରରେ ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୨୬- ଗଣତନ୍ତ୍ର ଦିବସ ଅବସରରେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୨୮- ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୨୯- ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜାନୁଆରୀ ୩୧- Me-Dam-Me-Phi ଯୋଗୁ ଆସାମରେ ବ୍ୟାଙ୍କ ବନ୍ଦ ରହିବ

ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।

RBI Bank Holidays Bank Closed
Advertisment
Advertisment