• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତ ଯୋଡ଼ୋ ଯାତ୍ରା । ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ରାଜନୈତିକ ମାହୋଲ ବି ଗରମ । କାରଣ ରାହୁଲ ଗାନ୍ଧିଙ୍କ ଏହି ଭାରତ ଯୋଡ଼ୋ ଯାତ୍ରାରେ ବିଭିନ୍ନ ସମୟରେ ଦେଶର ବଡ଼ ବଡ଼ ବ୍ୟକ୍ତିତ୍ୱମାନେ ଯୋଗ ଦେଉଛନ୍ତି । ଏହି କ୍ରମରେ ଆଜି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ୋ ଯାତ୍ରା ରେ ସାମିଲ ହୋଇଛନ୍ତି ।

ଖାଲି ସେତିକି ନୁହେଁ, ମାଧୋପୁର ରାଜସ୍ଥାନରୁ ଆଜି ରାହୁଲ ଙ୍କ ଯାତ୍ରା ଆରମ୍ଭ ହୋଇଥିବା ବେଳେ ରଘରାମ ରାଜନ ସେଥିରେ ସାମିଲ ହୋଇଥିଲେ । ସେ ଯାତ୍ରା ସମୟରେ ଦୌଡ଼ିବା ବେଳେ ରାହୁଲଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଥିବା ଦେଖାଯାଇଥିଲା । ରଘୁରାମ କିଛି କଥା ପଚାରୁଥିଲେ ଏବଂ ତାହାକୁ ଗୁରୁତ୍ୱର ସହ ଶୁଣି ରାହୁଲ ଉତ୍ତର ମଧ୍ୟ ଦେଉଥିଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେହି ଭାଇରାଲ ଭିଡିଓ କୁ କଂଗ୍ରେସ ପକ୍ଷରୁ ଟ୍ୱିଟ୍‌ କରାଯାଇଛି । ସେଥିରେ ଲେଖାଯାଇଛି ହମ୍‌ ହୋଙ୍ଗେ କାମୟାବ୍

ତେବେ ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ବିଜେପି ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି । ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି ରଘୁରାମ ରାଜନ କଂଗ୍ରେସ ଦ୍ୱାରା ନିଯୁକ୍ତ ହୋଇଥିଲେ । ତେଣୁ ସେ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା କିଛି ବିଚିତ୍ର ନୁହେଁ । ସେ ବୋଧ ହୁଏ ମନମୋହନ ସିଂହଙ୍କ ରାସ୍ତାରେ ଯିବା ପାଇଁ ଚେଷ୍ଟା କରୁଛନ୍ତି । ସେ ଜଣେ ସୁବିଧାବାଦୀ ଲୋକ ବୋଲି ବିଜେପି ନେତା ସମାଲୋଚନା କରିଛନ୍ତି । କଂଗ୍ରେସ ତାଙ୍କୁ ନିଯୁକ୍ତି ଦେଇଥିଲା । ତେଣୁ ସେ ବିଭିନ୍ନ ସମୟରେ ଦେଶର ଅର୍ଥନୀତିକୁ ନେଇ ନାକାରତ୍ମକ ମନ୍ତବ୍ୟ ଦେଉଛନ୍ତି ।

ଅଧିକ ପଢ଼ନ୍ତୁ: ସଫଳ ହେବ କି କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’

ସୂଚନାଯୋଗ୍ୟ, ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା ଆଗାମୀ ଜାନୁଆରୀ ୨୬ ତାରିଖରେ କାଶ୍ମୀରରେ ସମାପ୍ତ ହେବ ।