Advertisment

କେମିତି ଚିହ୍ନିବେ ନକଲି ନୋଟ୍‌ ? ଜାଣିନିଅନ୍ତୁ ଏହି ସରଳ ଉପାୟ

ଲୋକମାନଙ୍କୁ ନକଲି ନୋଟ୍‌ ଠାରୁ ଦୂରେଇ ରଖିବାକୁ ସଚେତନ କରାଯାଉଛି । ନକଲି ନୋଟ୍‌ କାରବାର RBI ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏଥିରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସତର୍କ କରିଛି RBI ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
How To Identify Fake Note

Fake Note

ଅନେକ ସମୟରେ ନକଲି ନୋଟ୍‌ କାରବାରର ଖବର ସାମନାକୁ ଆସୁଛି । ନକଲି ନୋଟ୍‌ କାରବାରକୁ ନେଇ ସାଧାରଣ ଜନତା ଅନେକ ସମୟରେ ଅବସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ସମୟରେ ନୋଲି ନୋଟ୍‌ ଖବର ସାମ୍ନାକୁ ଆସିବା ପରେ RBI ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି ।

Advertisment

ଦେଶର ଆର୍ଥିକ ବ୍ୟବସ୍ଥାରେ ନକଲି ନୋଟ୍‌ର ପ୍ରଭାବ ରହିଥିବା କୁହାଯାଇଛି । ଏଥିଲାଗି ଲୋକମାନଙ୍କୁ ନକଲି ନୋଟ୍‌ ଠାରୁ ଦୂରେଇ ରଖିବାକୁ ସଚେତନ କରାଯାଇଛି । ନକଲି ନୋଟ୍‌ କାରବାର RBI ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏଥିରୁ ଦୂରେଇ ରହିବାକୁ ଲୋକମାନଙ୍କ ସତର୍କ ରିଛି RBI । ତେବେ ଆପଣ ନକଲି ନୋଟ୍‌କୁ କିପରି ଜାଣିବେ ଆସନ୍ତୁ ଜାଣିବା ।

ଅଧିକ ପଢ଼ନ୍ତୁ: ଆପଣଙ୍କ ପାଖରେ ପେନ୍‌ରେ ଲେଖାଥିବା ନୋଟ୍‌ ଅଛି କି ? ଜାଣନ୍ତୁ, ଏହା ଚଳିବ ନା ନାହିଁ...

Advertisment

ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଯାଞ୍ଚ କରନ୍ତୁ...

ଅସଲି ନୋଟ୍‌ ଓ ନକଲି ନୋଟ୍‌ ମଧ୍ୟରେ ଗାନ୍ଧୀଜୀଙ୍କ ଛବିରେ ପାର୍ଥକ୍ୟ ଦେଖିବାକୁ ପାଇବେ । ଅସଲି ନୋଟ୍‌ରେ ଗାନ୍ଧୀଜୀଙ୍କ ଫଟୋ ମଧ୍ୟରେ ହାଲ୍‌କା ୱାଟରମାର୍କ ରହିଥିବ । ହେଲେ ନକଲି ନୋଟରେ ୱାଟରମାର୍କ ସମାନ୍ୟ ଗାଢ଼ା ଦେଖାଯିବ । କାରଣ ନକଲି ନୋଟ୍‌ ପ୍ରସ୍ତୁତକାରୀମାନେ ନୋଟ୍‌ ତିଆରି ବେଳେ କିଛି ମୋଟା ତେଲ ପରି ଜିନିଷ ବ୍ୟବହାର କରିଥା’ନ୍ତି ।

ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ଦେଖାଦେବ

ଭାରତୀୟ ନୋଟରେ ରହିଥିବା ସଂଖ୍ୟାଗୁଡ଼ିକ ଗୋଟିଏ ଧରଣର ଦେଖିବାକୁ ପାଇବେ । ହେଲେ ନକଲି ନୋଟରେ ଏହା ସାମାନ୍ୟ ପାର୍ଥକ୍ୟ ଦେଖାଦେବ । ଯେପରିକି, ଲେଖାରହିଥିବା ସଂଖ୍ୟାର ଚିତ୍ର ଗୁଡ଼ିକରେ ସମାନ୍ୟ ଫରକ ରହିଥିବ ଏବଂ ସଂଖ୍ୟା ଗୁଡ଼ିକରେ କିଛି ଦୂରତା ଦେଖିବାକୁ ପାଇବେ ।

ଇଙ୍କ୍‌ ଯାଞ୍ଚ କରନ୍ତୁ

ନକଲି ନୋଟ୍‌ରେ ବ୍ୟବହାର ହୋଇଥିବା ଇଙ୍କ୍‌ରୁ ମଧ୍ୟ ଆପଣ ନକଲି ନୋଟ୍‌କୁ ସହଜରେ ଜାଣିପାରିବେ । ନକଲି ନୋଟରେ ଥିବା ଇଙ୍କ୍‌ ସାଧାରଣତଃ ଭିନ୍ନ ରହିଥିବା ଦେଖିବାକୁ ମିଳିବ । ଏହା ଖଣ୍ଡ ଖଣ୍ଡ ରେଖା ସଦୃଶ ଦେଖାଦେବ ।

RBI ଲୋଗ ଦେଖି ଜାଣିପାରିବେ

ନକଲି ନୋଟ୍‌ରେ RBIର ଲୋଗୋ ବା ଟାଇପୋଗ୍ରାଫିକୁ ଦେଖନ୍ତୁ । ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଲେଖାର ଟାଇପୋଗ୍ରାଫି ଯାଞ୍ଚ କରନ୍ତୁ । ଏହି ଲେଖା ନକଲି ନୋଟରେ ମୋଟା ଦେଖାଯିବା ସହ ଚିକ୍କଣ ମଧ୍ୟ ଦେଖାଯାଇଥାଏ ।

ସୁରକ୍ଷା ସୂତା ବା ସିକୁରିଟି ଥ୍ରେଡ୍

ନୋଟ୍ ମଝିରେ ଥିବା ଏହି ସୂତା ନକଲି ନୋଟ୍‌ରେ ଅଙ୍କା ହୋଇଥିବା ଏକ ଗାର ଭଳି ଦେଖାଯିବ। କିନ୍ତୁ ଅସଲି ନୋଟ୍‌ରେ ଏହା ଉପରକୁ ସ୍ପଷ୍ଟ ଜଣାଯିବ। ଏଥିରୁ ମଧ୍ୟ ଆପଣ ଟଙ୍କା ଅସଲି କି ନକଲି ଜାଣିପାରିବେ। 

ଅଧିକ ପଢ଼ନ୍ତୁ: ଚିରା ନୋଟ୍‌ ନେଇ ଆଇବିଆଇ କରେ କ’ଣ?

RBI Indian Currency Fake Note
Advertisment
Advertisment