• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆହୁରି ବଢ଼ିବ କିସ୍ତି, ମହଙ୍ଗା ହୋଇଛି ଋଣ । ଲଗାତର ଷଷ୍ଠ ଥର ପାଇଁ ସୁଧ ହାର ବୃଦ୍ଧି କରିଛି ରିଜର୍ଭ ବ୍ୟାଙ୍କ । ଆଜି ସୁଧହାର ବୃଦ୍ଧି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ନୂଆ ରେପୋ ରେଟ୍ ହୋଇଛି ୬ ଦଶମିକ ୫ ପ୍ରତିଶତ । ଅର୍ଥନୀତିଜ୍ଞମାନେ ଏହା ଆଶା ମଧ୍ୟ କରୁଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଆଗକୁ ମଧ୍ୟ ଆହୁରି ସୁଧହାର ବୃଦ୍ଧି ହୋଇପାରେ ବୋଲି ସଂକେତ ମିଳିଛି । କାରଣ ଚିନ୍ତାଜନକ ସ୍ଥିତିରେ ରହିଛି ମୁଦ୍ରାସ୍ଫୀତି । ଦରଦାମ ଅଧିକ ରହୁଥିବାରୁ ତାକୁ ନିୟନ୍ତ୍ରଣ କରିବାକୁ ଆଗକୁ ମଧ୍ୟ ବଢ଼ିପାରେ ରେପୋ ରେଟ୍ । ଡିସେମ୍ବରରେ ମୁଦ୍ରାସ୍ପୀତି ହାର ଥିଲା ୫ ଦଶମିକ ସାତ ଦୁଇ । ସେପଟେ ୨୦୨୩- ୨୪ ଆର୍ଥିକ ବର୍ଷରେ ରିୟଲ ଜିଡିପି ହାର ୬ ଦଶମିକ ୪ ପ୍ରତିଶତ ରହିବ ବୋଲି ଆକଳନ କରିଛି ରିଜର୍ଭ ବ୍ୟାଙ୍କ ।

ତେବେ ରେପୋ ରେଟ୍‌ ବଢ଼ିବା ପରେ ବଢିବ ସୁଧ ହାର, ଦେବାକୁ ପଡ଼ିବ ଅଧିକ ଇଏମ୍‌ଆଇ । ପୂର୍ବରୁ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ନିଅଣ୍ଟିଆ ସ୍ଥିତି ଉପୁଜିଥିଲା । ଯାହାଫଳରେ ରେପୋ ରେଟ୍‌ ବୃଦ୍ଧି କରାଯାଇଥିଲା । ବଢିଚାଲିଥିବା ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୁଣି ଥରେ ରେପୋ ରେଟ୍ ବଢାଇଛି ଆରବିଆଇ ।

ତେବେ ରେପୋ ରେଟ୍‌ ବଢିବା ପରେ ଲୋକଙ୍କ ମୁଣ୍ଡରେ ପଡିଛି ଚଡକ । କାହିଁକି ନା ପୁଣି ସୁଧ ବଢାଇବେ ସବୁ ବ୍ୟାଙ୍କ । ଗୃହ, କାର ଋଣ ସମେତ ବାଣିଜ୍ୟ ଓ ପର୍ସନାଲ ଲୋନ୍‌ର ଇଏମଆଇ ବୃଦ୍ଧି ପାଇବ । ଫଳରେ ଋଣ ବାବଦକୁ ଗ୍ରାହକଙ୍କ ମାସିକ କିସ୍ତି ମଧ୍ୟ ବୃଦ୍ଧି ପାଇବ । ଗତଥର ରେପୋ ରେଟ୍‌ ବଢାଇବା ଦ୍ୱାରା ଦରଦାମ ତ ନିୟନ୍ତ୍ରଣକୁ ଆସିନଥିବା ବେଳେ ପୁଣି ଏବେ ବୃଦ୍ଧି ପାଇଥିବା ରେପୋରେଟ୍ ଦ୍ୱାରା ଋଣ ଗ୍ରହିତାଙ୍କୁ ଅତିରିକ୍ତ ବୋଝ ପଡିବ । ଏହାଦ୍ୱାରା ରିୟଲ ଇଷ୍ଟେଟ୍ କ୍ଷେତ୍ର ବେଶୀ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଫଳରେ ଅଭିବୃଦ୍ଧି ହାର ଉପରେ ପ୍ରତିକୁଳ ପ୍ରଭାବ ପଢିବା ଆଶଙ୍କା ବି ବଢିଛି ।

ମହାମାରୀ ସମୟରେ ୨ଥର ଏକ ପ୍ରତିଶତରୁ ଅଧିକ ରେପୋ ରେଟ୍‌ କମାଇଥିଲା ଆର୍‌ବିଆଇ । ତେବେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରକୁ ଯିବା ପରେ ରେପୋ ରେଟ୍ ବଢାଇବାକୁ ବାଧ୍ୟ ହୋଇଛି ରିଜର୍ଭ ବ୍ୟାଙ୍କ । ଯଦି ମୁଦ୍ରାସ୍ଫିତୀରେ ବ୍ରେକ୍ ନଲାଗେ ତେବେ ଆସନ୍ତା ଦିନରେ ରେପୋ ରେଟ୍ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now