Advertisment

ନେଣଦେଣରୁ ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ୍

୨ ହଜାର ଟଙ୍କିଆ ନୋଟ୍ ନେଇ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
RBI to withdraw Rs 2000 currency note from circulation

RBI to withdraw Rs 2000 currency note from circulation

ମାର୍କେଟରେ ଆଉ ମିଳିବନି ୨ ହଜାର ଟଙ୍କିଆ ନୋଟ୍। ଏହି ନୋଟକୁ ପ୍ରତ୍ୟାହାର କରିନେବାକୁ ଆରବିଆଇ ନିଷ୍ପତ୍ତି ନେଇଛି। କିନ୍ତୁ ଏହା ଅଚଳ ହେବନି ବୋଲି ସ୍ପଷ୍ଟ କରିଛି ରିଜର୍ଭ ବ୍ୟାଙ୍କ। ଆରବିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଯାହା ପାଖରେ ଏହି ନୋଟ୍ ଅଛି, ତାକୁ ସେମାନେ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଡିପୋଜିଟ ମଧ୍ୟ କରିପାରିବେ ।

Advertisment

ଏହା ମେ ୨୩ରୁ ଆରମ୍ଭ ହେବ । ସେପଟେମ୍ବର ୩୦ ଯାଏ ୨ ହଜାର ଟଙ୍କିଆ ନୋଟକୁ ବଦଳା ଯାଇପାରିବ । ଜଣେ ଏକା ଥରେ ୨୦ଟି ନୋଟ୍ ବଦଳାଇପାରିବ । ତା ପରେ ବି ଯଦି କାହା ପାଖରେ ଏହି ନୋଟ୍ ଥାଏ, ତଥାପି ମଧ୍ୟ ତାହା ଅଚଳ ହେବନି ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି ଏବଂ ଛାନିଆ ନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଛି।

୪ ମାସରେ ସବୁ ୨୦୦୦ ଟଙ୍କିଆ ନୋଟ୍ ରିଜର୍ଭ ବ୍ୟାଙ୍କକୁ ଫେରି ଆସିବ ବୋଲି ଆଶା କରିଛି ରିଜର୍ଭ ବ୍ୟାଙ୍କ। ରାଜ୍ୟସ୍ତରରେ ଥିବା ରିଜର୍ଭ ବ୍ୟାଙ୍କର ୧୯ଟି ଶାଖାରେ ମଧ୍ୟ ଏହି ନୋଟ ବଦଳାଇ ହେବ। 

Advertisment

RBI
Advertisment
Advertisment