/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662869875.jpg)
Illegal loan Apps
ଡିଜିଟାଲ୍ ଋଣ ଆପ୍ ତାଲିକା ଜାରି କରିବ ରିଜର୍ଭ ବ୍ୟାଙ୍କ । ଡିଜିଟାଲ୍ ମାଧ୍ୟମରେ ଋଣ ଦେଇ ଲୋକଙ୍କୁ ଶୋଷଣ କରୁଥିବା ବେଆଇନ୍ ଆପ୍ ଗୁଡିକ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି ।
ବୈଠକରେ ସ୍ଥିର ହୋଇଛି ଯେ, ଆଇନସିଦ୍ଧ ଡିଜିଟାଲ୍ ଋଣ ଆପ୍କୁ ନେଇ ରିଜର୍ଭ ବ୍ୟାଙ୍କ୍ ଏକ ତାଲିକା ପ୍ରସ୍ତୁତ କରିବ । କେବଳ ସେହି ଆପ୍ ଗୁଡିକ ଯେଭଳି ପ୍ଲେଷ୍ଟୋରରେ ଉପଲବ୍ଧ ରହିବ, ତାହା ନିଶ୍ଚିତ କରିବା ଲାଗି ଇଲେ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ କାମ କରିବ । ଅଚଳ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଗୁଡିକର କାରବାରକୁ ସମୀକ୍ଷା କରି ସେଗୁଡିକର ପଂଜୀକରଣକୁ ରଦ୍ଦ କରିବା ଦିଗରେ ରିଜର୍ଭ ବ୍ୟାଙ୍କ କାମ କରିବ ।
ସବୁ ପେମେଣ୍ଟ ଏଗ୍ରିଗେଟର ସଂସ୍ଥାର ପଂଜୀକରଣକୁ ମଧ୍ୟ ଏହା ନିଶ୍ଚିତ କରିବ । ବେଆଇନ୍ ଋଣ ଆପ୍ ଉପରେ ଅଙ୍କୁଶ ଲଗାଇବା ଲାଗି କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଜାଲ୍ କମ୍ପାନୀ ଗୁଡିକୁ ଚିହ୍ନଟ କରିବ ଏବଂ ସେମାନଙ୍କ ପଂଜୀକରଣ ବାତିଲ କରିବ । ଏହା ବ୍ୟତୀତ ଲୋକମାନଙ୍କ ମଧ୍ୟରେ ସାଇବର ଠକେଇକୁ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)