• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଇସ୍ତଫା । ବିଜେଡିରୁ ଇସ୍ତଫା ଦେଲେ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ଅବହେଳା କରାଯାଉଥିବା କଥା ଇସ୍ତଫାରେ ଲେଖିଲେ । ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ବିଧାୟକ ଥିଲେ । ତେବେ ଗତ ଥର ପ୍ରିୟଦର୍ଶୀଙ୍କ ଟିକେଟ୍ କଟିଥିଲା । ପ୍ରିୟଦର୍ଶୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ଦଳ ପାଇଁ ବହୁତ୍ କିଛି କରିଛି । ଦଳ ବହୁ ଥର ମୋତେ ଅବହେଳା କରିଛି । ମୁଁ ଦଳ ସହ ଛାତ୍ର ଜୀବନରୁ ଥିଲି । ମୋ ସମର୍ଥକ ଯାହା ନିଷ୍ପତ୍ତି ନେବେ ତାହା କରିବି । ଦଳକୁ ଗଢ଼ିଥିବା ଲୋକଙ୍କୁ ଅଣଦେଖା କରାଯାଇଛି । ଓଟିଭିକୁ ଏଭଳି କିଛି ସୂଚନା ଦେଇଛନ୍ତି ପ୍ରିୟଦର୍ଶୀ ।

ଓଟିଭିକୁ EXCLUSIVE ପ୍ରତିକ୍ରିୟା ଦେଇ ପ୍ରିୟଦର୍ଶୀ କହିଛନ୍ତି, ଦଳ ଗତ ଥର ଧୋକା ଦେଇଥିଲା, ଏବେ ବି ଧୋକା ଦେଉଥିବା ଜାଣି ଇସ୍ତଫା ଦେଲି । ୨୦୧୯ରେ ଟିକେଟ୍ ଦେବେ କହି ଦେଇନଥିଲେ, ୨୪ରେ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ତାହା କରୁନଥିବା ସ୍ପଷ୍ଟ ହେଉଥିବାରୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

ଏପରିକି ଦଳର କୌଣସି ସାଂଗଠନିକ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା ବୋଲି ସେ ଦୋହରାଇଛନ୍ତି । ମୁଁ କୌଣସି ପାରାଚୁଟ୍ ନେତା ନୁହେଁ, ଛାତ୍ର ଜୀବନରୁ ବିଜେଡି ସହ ଯୋଡ଼ି ହୋଇଥିଲି । ଏପରିକି ଦଳ ଗଠନ ହେବା ବେଳେ ସେ ଥିଲେ । ହେଲେ ଦଳ ଗଠନ ସମୟର ନେତାଙ୍କୁ ଏବେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ପ୍ରିୟଦର୍ଶୀ । ସେପଟେ ପ୍ରିୟଦର୍ଶୀଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ଅନ୍ୟପଟେ ନିର୍ବାଚନ ପାଖେଇ ଆସିବାରୁ ଦଳ ଛାଡ଼ୁଛନ୍ତି ଅସନ୍ତୁଷ୍ଟ । ଦୁଇଦିନ ତଳେ କାଲି ବିଜେଡିର ଦୁଇ ବଡ଼ ଚେହେରା ସାଂସଦ ଭର୍ତ୍ତୃହରି ମହତାବ୍ ଓ ଓଲିଉଡ୍ ଷ୍ଟାର ସିଦ୍ଧାନ୍ତ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲା ବେଳେ ଗତକାଲି ପଦ୍ମ କ୍ୟାମ୍ପ ଛାଡ଼ିଛନ୍ତି ବିଜେପି ବିଧାୟକ ସୁକାନ୍ତ ନାୟକ ଓ ପ୍ରକାଶ ବେହେରା ।

ବିଜେପିରୁ ଇସ୍ତଫା ଦେଇଥିବା ପ୍ରକାଶ ବେହେରା ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ବି ବିଜେଡିରେ ଖୁବ ଶୀଘ୍ର ସାମିଲ ହେଉଥିବା ଚର୍ଚ୍ଚା ହେଉଛି । ସେପଟେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ବି ଦଳ ଭିତରେ ଅନେକ ଆଶାୟୀଙ୍କ ଭିଡ଼ ଓ ଅନ୍ତଃ କନ୍ଦଳ ଯୋଗୁଁ ଅନେକ ଆସନରେ ବିଜେଡିର ଟିକେଟ ଅଙ୍କ ଛିଣ୍ଡୁନି । ଏପରିକି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବ୍ରହ୍ମପୁର ବିଧାନସଭା ଓ ଲୋକସଭା ଆସନ, ସାନଖେମୁଣ୍ଡି, ଖଲ୍ଲିକୋଟ ସହ କୋରାପୁଟର ଜୟପୁର ଭଳି ଆସନର ଟିକେଟ ଘୋଷଣା ହୋଇନି ।