• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Election Commission

Odisha Panchayat Polls
ରାଜନୀତିର ସାପ-ଶିଡ଼ି ଖେଳରେ ସବୁ ଅସମ୍ଭବ ହୋଇଯାଉଛି ସମ୍ଭବ

ରାଜନୀତିର ସାପ-ଶିଡ଼ି ଖେଳରେ ସବୁ ଅସମ୍ଭବ ହୋଇଯାଉଛି ସମ୍ଭବ । କାଲି ଯିଏ ଉପରେ ଆଜି ସିଏ ତଳେ, ତ ଆଜି ଯିଏ ତଳେ, କାଲି ଉପରେ । ଚଳିତ ପଞ୍ଚାୟତ ନିର୍ବାଚନରେ ଏ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି । କି

Panchayat Election
ଯାଞ୍ଚ ହେଉଛି ନାମାଙ୍କନ, ଚିନ୍ତାରେ ରାଜନୈତିକ ଦଳ ! ଗୋଟିଏ ପଦ ପାଇଁ ଏକାଧିକ ପ୍ରାର୍ଥୀ

ପ୍ରାର୍ଥୀ ଓ ସମର୍ଥକ ଉପସ୍ଥିତିରେ ନାମାଙ୍କନପତ୍ର ଯାଞ୍ଚ ହେଉଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୦ଟି ଜୋନ୍‌ର ୮୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି ।

anjali
ରାଜ୍ୟରେ ଦୁଇ ଦୁଇ ଥର ମନ୍ତ୍ରୀ ଥିଲେ ଅଞ୍ଜଳି, ଏବେ ସମିତି ସଭ୍ୟ ପ୍ରାର୍ଥୀ

ବିଜେଡି ତରଫରୁ ପ୍ରାର୍ଥୀ ହୋଇ ସେ ହିନ୍ଦୋଳ ବିଧାନସଭା ଆସନରୁ ବିଜୟ ହୋଇଥିବା ବେଳେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ମୁଣ୍ଡାଇଥିଲେ ।

Ajay Pradhan Blood Donation
ନାମାଙ୍କନ ପରେ ରକ୍ତଦାନ କରି ଜୀବନ ବଞ୍ଚାଇଲେ ଅଜୟ

ଘଟଣାଟି ଏମିତି ଥିଲା ଯେ, ପୁରୀ ସଦର ବ୍ଲକରେ ନାମାଙ୍କନ ପତ୍ର ଦାଖଲ କରି ଫେରିବା ସମୟରେ ଅଜୟଙ୍କ ପାଖକୁ ଏକ ମେସେଜ ଆସିଲା । ସୁମିତ୍ରା ଜେନା ବୋଲି ଜଣେ ଭଉଣୀଙ୍କର ରକ୍ତ ଅବଶ୍ୟକ ରହିଛି ।

Panchayat election
ପଞ୍ଚାୟତ ନିର୍ବାଚନ: ଗୋଟିଏ ପରିବାରର ୩ ବୋହୂ, ମା-ଝିଅ ବି ଲଢ଼ୁଛନ୍ତି !

ରାଜବଂଶର ଦାୟାଦ । ସମୟ ସୁଅରେ ରାଜଗାଦି ସିନା ବିଲୋପ ହୋଇଗଲା, ହେଲେ ଗଣତନ୍ତ୍ର ପରେ ବି କିନ୍ତୁ ବଞ୍ଚିଛି ସେହି ଶାସନ ଆଉ କ୍ଷମତା । ଗଞ୍ଜାମ ଧରାକୋଟ ରାଜ ପରିବାରର ଏକମାତ୍ର ରାଜକୁମାରୀ ତଥା ରାଜା ହେଉଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ ।

BJD Nomination
କୋଭିଡ୍‌ ନିୟମ ଭାଙ୍ଗି ପଟୁଆରରେ ଆସିଲେ ବିଜେଡି ପ୍ରାର୍ଥୀ

ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବିଜେଡିର ଆଗଧାଡ଼ିର ନେତାମାନେ ଆସି ନିଜର ଦବଦବା ପ୍ରଦର୍ଶନ କରିଥିଲେ ।

Alcohol Ban
ଭୋଟ୍‌ର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ

ଯେଉଁଠି ଭୋଟ୍‌ ଗ୍ରହଣ ହେବ, ମତ ଦାନର ୪୮ ଘଣ୍ଟା ପୂର୍ବରୁ ସେଠି ମଦ ମନା। ୪୮ ଘଣ୍ଟା ପୂର୍ବରୁ ଭୋଟ୍‌ ପରଦିନ ପର୍ଯ୍ୟନ୍ତ ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

Republic day
ଏଥର ସାଧାରଣତନ୍ତ୍ର ଦିବସରେ ନେତାଙ୍କୁ ଝଟ୍‌କା ! କରିପାରିବେନି ଆତ୍ମପ୍ରଚାର, ବଖାଣିବେନି ଦଳୀୟ ସଫଳତା

ଏଥର କୌଣସି ମନ୍ତ୍ରୀ କି ନେତା ସାଧାରଣତନ୍ତ୍ର ଦିବସରେ ନିଜର ଆତ୍ମ ପ୍ରଚାର କିମ୍ବା ସରକାରୀ ସଫଳତା ବଖାଣିପାରିବେନି । 

Sarapanch post Auction
Panchayat Election: ଏଠି ନିଲାମ ହେଉଛି ସରପଞ୍ଚ ପଦବୀ ! ୪୪ ହଜାର ଟଙ୍କା ଦେଇ ସୁଶାନ୍ତ କଣିନେଲେ ପଦ..

ଆଶାୟୀ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ, ଯିଏ ୪୪ ହଜାର ଟଙ୍କା ଦେଇ ବିଲେଇସର୍ଡା ସରପଞ୍ଚ ପଦ କିଣିଥିବା ଦାବି କରିଛନ୍ତି । ତାସହ ବଖାଣିଛନ୍ତି ପୁରା ଘଟଣା ପଛର ବୃତ୍ତାନ୍ତ ।

Panchayat Election
Panchayat Election: ଆରମ୍ଭ ହେଉ ହେଉ ଗଣ୍ଡଗୋଳ-ଟଙ୍କାବଣ୍ଟା-ଆଚରଣ ବିଧି ଉଲ୍ଲଂଘନ !

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉ ହେଉ ଦେଖାଦେଲାଣି ଗଣ୍ଡଗୋଳ, ଟଙ୍କାବଣ୍ଟା ଓ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ମୟୁରଭଂଜ ଉଦଳା ବ୍ଲକ୍ ଖଲାଡ଼ି ପଂଚାୟତ ଲାଗି ସରପଂଚ ପ୍ରାର୍ଥୀ ମାଳତୀ ସେନାପତି ନାମାଙ୍କନପତ୍ର ଦାଖଲ କରୁଥିବା ବେଳେ ପହଞ୍ଚିଥିଲେ ପୂର୍ବତନ ସରପଂଚ ସୁଲୋମଣି ମଢେଇ ।

Panchayat Election
ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ୮୭୭୨ ଜଣଙ୍କ ନାମାଙ୍କନ ଦାଖଲ

ଘରେ ଘରେ ହେଉଛି ଆଲୋଚନା ପର୍ଯ୍ୟାଲୋଚନା । କାହାକୁ ଦେବେ ଭୋଟ ? ଆଶାୟୀ ପ୍ରାର୍ଥୀଙ୍କ ସହ ତାଙ୍କ ପରିବାର ବି ଲାଗିପଡ଼ିଛନ୍ତି ନିର୍ବାଚନ ପ୍ରଚାରରେ । ତେବେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।

Panchayat Election
ରାତି ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

ରାତି ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । କେତେ ଗଣନା, କେତେ ଫନ୍ଦିଫିକର । ଗୋଟିଏ ପଟେ ଡିଜିଟାଲ କ୍ୟାମ୍ପେନ୍ ଅନ୍ୟପଟେ ପ୍ରାର୍ଥୀ ଚୟନର ଗୋଲକ ଧନ୍ଦା । 

Panchayat Election
ରାତି ପାହିଲେ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲ, ତଥାପି ଛିଣ୍ଡୁନି ଗଣିତ ! କିଏ ହେବ ପ୍ରାର୍ଥୀ ?

ହାତରେ ସମୟ କମ୍, ତଥାପି ବିଜେଡି, ବିଜେପି ଓ କଂଗ୍ରେସର ଅଙ୍କ ଛିଡ଼ୁନି । ମାଳ ମାଳ ଆଶାୟୀଙ୍କୁ ନେଇ ୮୫୩ ଜିଲ୍ଲା ପରିଷଦ ଲାଗି ଟିକେଟ ବଣ୍ଟା ଫାଇନାଲ୍ ଏଯାଏ ହୋଇପାରୁନି ।

Panchyat Election
ଓଡ଼ିଶାରେ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ: ଫେବୃଆରୀ ୧୬ରୁ ନିର୍ବାଚନ

ଏଥର ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।  ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

Panchayat Election
ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ

ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ। ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।ଏହାପରେ ଦିନେ ଦୁଇ ଭିତରେ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କୋଭିଡ୍ ଭିତରେ ନିର୍ବାଚନ ହେବାକୁ ଥିବାରୁ ସମସ୍ତଙ୍କ ନଜର ଗାଇଡଲାଇନ୍ ଉପରେ ରହିଛି। ସେପଟେ ଭୋଟର୍ ଲିଷ୍ଟ ପ୍ରସ୍ତୁତିରେ ଚଂଚକତା ହୋଇଥିବା ଅଭିଯୋଗ ଆଣିଛି ବିଜେପି।

Panchayat Election
ଢିଙ୍କିଆକୁ ଛାଡ଼ି ରାଜ୍ୟରେ ସବୁଠି ହେବ ପଞ୍ଚାୟତ ନିର୍ବାଚନ !

ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଆଜି ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।

Narasingh Mishra
“ଆଗେ ନିର୍ବାଚନ ନୁହେଁ ଆଗେ ଜୀବନ : ବିଳମ୍ବରେ ନିର୍ବାଚନ ହେଲେ ଅସୁବିଧା ହେବନି”

ରାଜ୍ୟରେ ବଢୁଛି ସଂକ୍ରମଣ : ଏମିତି ସମୟରେ ନିର୍ବାଚନ ଘୁଂଚାଇବା ପାଇଁ ଦାବି କଲେ ନରସିଂହ

Election Commission
ୟୁପିରେ ଠିକଣା ସମୟରେ ନିର୍ବାଚନ କରିବାକୁ ବିଭିନ୍ନ ଦଳର ମତ : ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ସିଇସିଙ୍କ ପ୍ରେସମିଟ୍

ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ସୂଚୀ । ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।

High court of Odisha
ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ନିର୍ବାଚନ ପାଇଁ କୋଅପରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ। ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

VOTE
ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି, ନିର୍ବାଚନ କମିଶନ ଡାକିଲେ ସର୍ବଦଳୀୟ ବୈଠକ

ଆସନ୍ତାବର୍ଷ ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ ହୋଇପାରେ ! ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜାରି ରହିଛି । ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ସଂପର୍କରେ ଆଲୋଚନା ପାଇଁ ବସିବ ସର୍ବଦଳୀୟ ବୈଠକ ।

Aditya Prasad Padhi
ଏଣିକି ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ । ପୋଲିଂ ସରିବା ପରେ ଭୋଟ ବାକ୍ସ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯିବ । ଭୋଟ ବାକ୍ସ ପାଇଁ ବ୍ଲକ ସ୍ତରରେ ଷ୍ଟ୍ରଙ୍ଗ ରୁମ୍ ପ୍ରସ୍ତୁତ କରାଯିବ ।

Pipili
ସରଗରମ ପିପିଲି ରାଜନୈତିକ ବଜାର: ଚା’ ଖଟିରେ ଚାଲିଛି ନିର୍ବାଚନ ପ୍ରଚାର

କାଲି ତାରିଖ ଘୋଷଣା ପରେ ଆଜିଠୁ ଗରମ ହେଲାଣି ପିପିଲିର ନିର୍ବାଚନୀ ପାଣିପାଗ। ଚା ଖଟିରେ ପୁଣି ଜମିଲାଣି ଭୋଟ୍ ଚର୍ଚ୍ଚା। ଭୋଟରଙ୍କୁ ଭଳେଇବାକୁ କାଳ ବିଳମ୍ବ ନକରି କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି। କିନ୍ତୁ ଗତଥର ଭଳି ଏଥର ବି ବ୍ୟାକ ଫୁଟ୍‌ରେ କଂଗ୍ରେସ। ହେଲେ ୪ ମାସ ତଳେ ନିର୍ବାଚନୀ ପ୍ରଚାର ବେଳର ସମାନ ପ୍ରସଙ୍ଗକୁ ନେଇ ପିପିଲିବାସୀଙ୍କ ମନରେ ଏଥର ବି ସେଇ ସମାନ ଅସନ୍ତୋଷ।

Pipili By Election
ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌: ହେଲେ ପିପିଲି ଆସନ ହାତେଇବ କିଏ?

ପିପିଲି ଉପନିର୍ବାଚନ ପାଇଁ ବାଜିଲା ସାନି ବିଗୁଲ୍। ସେପ୍ଟେମ୍ବର ୩୦ରେ ଭୋଟ୍, ଅକ୍ଟୋବର ୩ରେ ହେବ ଭୋଟ୍‌ ଗଣତି। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ହେବାକୁ ଯାଉଛି ଭୋଟ୍। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ପାଇଁ ଘୁଞ୍ଚିଥିଲା ତେବେ ପୁଣି ଦ୍ୱିତୀୟ ଥର କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା।

pipili election
ସେପ୍ଟେମ୍ବର ୩୦ରେ ପିପିଲି ନିର୍ବାଚନ

ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ସେପ୍ଟେମ୍ବେର ୩୦ରେ ପିପିଲି ଉପନିର୍ବାଚନ । ଗଣତି ହେବ ଅକ୍ଟୋବର ୩ରେ। କରୋନା ପାଇଁ ସ୍ଥଗିତ ରହିଥିଲା ଉପନିର୍ବାଚନ।

BJP Target EC
ECଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ବିଜେପିର ଚେତାବନୀ

ସୁପ୍ରିମକୋର୍ଟର ରାୟକୁ ଉଲ୍ଲେଖ କରି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କମିଶନ୍ ହାଇକୋର୍ଟକୁ ଯାଇ ପୌର ନିର୍ବାଚନ କରାଇବା ଲାଗି କେସ୍ ଦାୟର କରିପାରିବେ। ତେବେ କମିଶନ୍ ତାହା କରୁନାହାନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ଲାଗି ୭ ଦିନ ଭିତରେ କମିଶନ୍ କୋର୍ଟକୁ ଯାଆନ୍ତୁ ବୋଲି ଦଳ ଦାବି କରିଛି।