• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିର୍ବାଚନ କମିଶନ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ବଡ଼ ରାୟ ପ୍ରକାଶ କରିଛନ୍ତି । ନିର୍ବାଚନ କମିଶନର ଚୟନ ଲାଗି ପ୍ୟାନେଲ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିର ସୁପାରିସ ଆଧାରରେ ନିର୍ବାଚନ କମିଶନର ଚୟନ ଲାଗି କହିଛନ୍ତି ସର୍ବୋଚ୍ଚ କୋର୍ଟ ।

ଅଧିକ ପଢ଼ନ୍ତୁ: ହିଣ୍ଡେନ୍‌ବର୍ଗ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଏଥିସହିତ କୋର୍ଟ କହିଛନ୍ତି ଇଲେକ୍ସନ କମିଶନଙ୍କ ଏକ ସ୍ୱାଧୀନ ସଚିବାଳୟ ରହିବ । ଆଇନ ପ୍ରସ୍ତୁତ କ୍ଷମତା, ନିଜ ବଜେଟ ନିଜେ କରିବା କ୍ଷମତା ରହିବ । ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ କେ.ଏମ. ଜୋଶେଫଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି ।

ଗଣତନ୍ତ୍ରରେ ନିର୍ବାଚନରେ ସ୍ୱଚ୍ଛତା ରହିବା ନିହାତି ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ନିର୍ବାଚନ କମିଶନ ନିଜ ବଜେଟ ପ୍ରସ୍ତୁତ କରିବା ପାଇଁ ସିଧା କନସୋଲିଡେଟେଡ ଫଣ୍ଡ ଅଫ ଇଣ୍ଡିଆରୁ ପୁଞ୍ଜି ନେବେ । ଏଥିପାଇଁ ଆଉ ପିଏମଓ କି ଆଇନ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡ଼ିବ ନାହିଁ ।