• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବଦଳିଲା ମିଜୋରାମ୍ ଫଳ ଘୋଷଣା ତାରିଖ। ଡିସେମ୍ବର ୪ ତାରିଖରେ ଘୋଷଣା ହେବ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ତାରିଖ ପରିବର୍ତ୍ତନ କରାଯାଇଛି । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ଅନ୍ୟ ୪ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲେଙ୍ଗାନା ସହ ମିଜୋରାମର ମଧ୍ୟ ରେଜଲ୍ଟ ଡିସେମ୍ବର ୩ରେ ଆସିବାର ଥିଲା ।

ତେବେ ସେଦିନ ରବିବାର ପଡ଼ୁଥିବାରୁ ଏବଂ ସେଦିନ ରାଜ୍ୟବ୍ୟାପୀ ଚର୍ଚ୍ଚରେ କାର୍ଯ୍ୟକ୍ରମ ଥିବାରୁ, ସପ୍ତାହର ଅନ୍ୟ କୌଣସି ବାରରେ ନିର୍ବାଚନ ଫଳ ଘୋଷଣା ଲାଗି ବିଭିନ୍ନ ମହଲରୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରାଯାଇଥିଲା । ଏହାକୁ ରକ୍ଷା କରି, ମିଜୋରାମରେ ଡିସେମ୍ବର ୩ ପରିବର୍ତ୍ତେ ତା ପରଦିନ ଅର୍ଥାତ୍ ୪ ତାରିଖରେ ଭୋଟଗଣତି ଏବଂ ଫଳ ଘୋଷଣା ହେବ ବୋଲି ସ୍ପଷ୍ଟ କରାଯାଇଛି।