Advertisment

କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ମିଳିଲା ନୂଆ ଦାୟିତ୍ୱ

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନୂଆ ଦାୟିତ୍ୱ ମିଳିଛି। ଆଗାମୀ ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ଭୋଟ୍ ଦେବାଲାଗି ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନ ସଚିନ ତେନ୍ଦୁଲକରଙ୍କୁ ନ୍ୟାସନାଲ୍ ଆଇକନ୍ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sachin Tendulkar Declared as National Icon of EC

Election Commission Appoints Cricketer Sachin Tendulkar As National Icon

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନୂଆ ଦାୟିତ୍ୱ ମିଳିଛି। ନିର୍ବାଚନ କମିଶନ ଅଫ୍ ଇଣ୍ଡିଆ ସଚିନଙ୍କୁ ଗୁରୁତ୍ୱପୂର୍ଣ୍ଣ କାମ ଦେଇଛନ୍ତି। ଆଗାମୀ ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ଭୋଟ୍ ଦେବାଲାଗି ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନ ସଚିନ ତେନ୍ଦୁଲକରଙ୍କୁ ନ୍ୟାସନାଲ୍ ଆଇକନ୍ କରିଛନ୍ତି।

Advertisment

ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଘୋଷଣା କରାଯାଇଛି। ସଚିନ ୩ ବର୍ଷ ପାଇଁ ଏହି ଦାୟିତ୍ୱ ସମ୍ଭାଳିବାକୁ ଏମଓୟୁ ସ୍ୱାକ୍ଷର ହୋଇଛି। ଆସନ୍ତା ନିର୍ବାଚନରେ ଅଧିକରୁ ଅଧିକ ଭୋଟ୍ ଦେବା ଲାଗି ସାରା ଦେଶର ଭୋଟରଙ୍କୁ ସଚେତନ କରିବେ ସଚିନ। 

ପୂର୍ବରୁ ନ୍ୟାସନାଲ ଆଇକନ ଭାବେ ନିର୍ବାଚନ କମିଶନ ପ୍ରସିଦ୍ଧ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ବାଛିଥିଲେ। ଏହା ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନ ବେଳେ ଲୋକପ୍ରିୟ କ୍ରିକେଟର ତଥା ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନ୍ୟାସନାଲ ଆଇକନ ଭାବେ ବାଛିଥିଲେ ନିର୍ବାଚନ କମିଶନ।

Advertisment

ଏହା ପୂର୍ବରୁ ଅଭିନେତା ଆମିର ଖାନ ଓ ବକ୍ସର ମେରିକମ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନ୍ୟାସନାଲ ଆଇକନ ରହିସାରିଛନ୍ତି। 

Election Commission Sachin Tendulkar
Advertisment
Advertisment