Advertisment

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ୟାମ୍ପେନ୍‌ରେ ଲାଗିପଡ଼ିଛନ୍ତି ଅଭିନେତା

ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଚାର ବନ୍ଦ ହେବ।

author-image
Chandan Shishu
Panchayat Elction

Panchayat Elction

ଭୁବନେଶ୍ୱର: ଦୁଇ ଦିନ ପରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍। ତେଣୁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ୧୬ ତାରିଖରେ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହେବ। ସେହିଦିନ ୨୨ ହଜାର ୩୭୯ଟି ଓ୍ୱାର୍ଡ ଓ ୧୬ ଶହ ୬୯ଟି ପଞ୍ଚାୟତରେ ଭୋଟ୍‌ଗ୍ରହଣ କରାଯିବ। ଯେଉଁଥିରେ ସାମିଲ ହେବେ ୬୭ ଲକ୍ଷ ୫୧ ହଜାର ଭୋଟର। ଏଥିପାଇଁ ଆସନ୍ତାକାଲି ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ଗଜପତି,  କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟ ଏବଂ ମଙ୍ଗଳବାର ବାକି ୧୯ଟି ଜିଲ୍ଲାରୁ ପୋଲିଂ ବୁଥ୍‌କୁ ଯିବେ ପୋଲିଂ ପାର୍ଟିଂ।

Advertisment

ସେପଟେ ପ୍ରଚାର ଥମିବା ପରେ ରାଜନୈତିକ ଦଳର ନେତା ଓ ଅନ୍ୟ ଅଂଚଳର ନେତାମାନେ ସ୍ଥାନୀୟ ଅଂଚଳରେ ରହିପାରିବେନି। ସେପଟେ ଫେକ୍ ଭୋଟରଙ୍କୁ  ଚେକ୍ ଦେବା ଲାଗି ଲାଗୁ ହେବ ଚ୍ୟାଲେଂଜ୍ ଭୋଟ୍ ଓ ଟେଣ୍ଡର୍ଡ ଭୋଟ୍ ବ୍ୟବସ୍ଥା। ମତଦାନ ସମୟରେ ଯଦି ଏଜେଣ୍ଟ କୌଣସି ଭୋଟର୍ ଉପରେ ସନ୍ଦେହ କରନ୍ତି ତେବେ ଦୁଇ ଟଙ୍କା ଦେଇ ତାଙ୍କ ପରିଚୟକୁ ଚ୍ୟାଲେଂଜ କରିପାରିବେ। ପ୍ରିଜାଇଡିଂ ଅଫିସର୍ ସ୍ପଟ୍‌ରେ ତାର ଯାଞ୍ଚ କରିବେ। ଯଦି ଅଭିଯୋଗ ସତ ହୁଏ, ସଂପୃକ୍ତ ଲୋକଙ୍କୁ ପୋଲିସ୍‌ରେ ଜିମା ଦେବେ। ମିଛ ହୋଇଥିଲେ ସେ ଭୋଟ୍ ଦେଇପାରିବେ। ସେହିପରି ଯଦି ଭୋଟର୍ ବୁଥ୍‌ରେ ପହଞ୍ଚିବା ବେଳେ ତାଙ୍କ ଭୋଟ୍ ଅନ୍ୟ କେହି ଦେଇସାରିଥିବେ। ସେ କ୍ଷେତ୍ରରେ ପ୍ରକୃତ ଭୋଟର୍‌ଙ୍କୁ ଟେଣ୍ଡର୍ଡ ଭୋଟ୍ ପାଇଁ ଅନୁମତି ଦିଆଯିବ। ସେହି ବାଲାଟ୍ ପେପରକୁ ଅଲଗା ରଖାଯିବ।

ସେପଟେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଚାର ବନ୍ଦ ହେବ। ତେଣୁ କ୍ୟାମ୍ପେନକୁ ଜୋରଦାର କରିଛନ୍ତି ସବୁ ରାଜନୈତିକ ଦଳ।କୋରାପୁଟ ବୋରିଗୁମ୍ମା ବ୍ଲକର ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପ୍ରାର୍ଥୀ ଯଜ୍ଞ ହନ୍ତାଳଙ୍କ ଲାଗି ପ୍ରଚାର କରିଛନ୍ତି ଅଭିନେତା ଅଶ୍ରୁମୋଚନ। ସେପଟେ ରାୟଗଡ଼ା ଜିଲ୍ଲା କାଶୀପୁର ଓ ଟିକିରିଠାରେ କଂଗ୍ରେସ୍ ପାଇଁ ପ୍ରଚାର କରିଛନ୍ତି ଛତିଶଗଡ଼ କଂଗ୍ରେସ ସରକାରର ଅବକାରୀ ମନ୍ତ୍ରୀ କାଓ୍ୱାସି ଲଖନ।

Advertisment

ଗତକାଲି ମଧ୍ୟ ସେ ବିଷମକଟକ ଓ ମୁନିଗୁଡ଼ାରେ ପ୍ରଚାର କରିଥିଲେ। ଏଣେ ଗଂଜାମ ଜିଲ୍ଲା ପୋଲସରା ଅଂଚଳରେ ବିଜେଡି ଚଳାଇଥିଲା ଜୋରଦାର ପ୍ରଚାର।  ଜିଲ୍ଲା ପରିଷଦ ଜୋନ୍ ୩୮, ୩୯ ଓ ୪୦ ଲାଗି ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ କ୍ୟାଂପେନ୍‌ରେ ସାମିଲ ହୋଇଛନ୍ତି ଫିଲ୍ମ ତାରକା ତମନ୍ନା, ପୁନମ୍ ଓ ଦେବାଶିଷ। ସେହିପରି ଭଦ୍ରକ ବ୍ଳକ୍‌ର ବ୍ରହ୍ମପୁର ପଞ୍ଚାୟତରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। 

ପଂଚାୟତ ନିର୍ବାଚନ ପାଇଁ ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏହାପରେ ତିନି ଦିନ ଧରି ୨୬, ୨୭ ଓ ୨୮ରେ ବ୍ଳକ୍ ହେଡକ୍ୱାର୍ଟର ଗୁଡ଼ିକରେ ଗଣତି ହେବ।

ରିପୋର୍ଟ: ଟି. ଗୌରୀଶଙ୍କର, ଅକ୍ଷୟ ମହାରଣା, ମାଉଡ଼ି ବାରିକ, ପାର୍ଥସାରଥୀ ନାୟକ, ହରିହର ଚାନ୍ଦ

Election Commission Panchayat Election
Advertisment
Advertisment