କାଲି ତାରିଖ ଘୋଷଣା ପରେ ଆଜିଠୁ ଗରମ ହେଲାଣି ପିପିଲିର ନିର୍ବାଚନୀ ପାଣିପାଗ। ଚା ଖଟିରେ ପୁଣି ଜମିଲାଣି ଭୋଟ୍ ଚର୍ଚ୍ଚା। ଭୋଟରଙ୍କୁ ଭଳେଇବାକୁ କାଳ ବିଳମ୍ବ ନକରି କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି। କିନ୍ତୁ ଗତଥର ଭଳି ଏଥର ବି ବ୍ୟାକ ଫୁଟ୍ରେ କଂଗ୍ରେସ। ହେଲେ ୪ ମାସ ତଳେ ନିର୍ବାଚନୀ ପ୍ରଚାର ବେଳର ସମାନ ପ୍ରସଙ୍ଗକୁ ନେଇ ପିପିଲିବାସୀଙ୍କ ମନରେ ଏଥର ବି ସେଇ ସମାନ ଅସନ୍ତୋଷ।
ପିପିଲି ଉପନିର୍ବାଚନ ପାଇଁ ବାଜିଲା ସାନି ବିଗୁଲ୍। ସେପ୍ଟେମ୍ବର ୩୦ରେ ଭୋଟ୍, ଅକ୍ଟୋବର ୩ରେ ହେବ ଭୋଟ୍ ଗଣତି। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ହେବାକୁ ଯାଉଛି ଭୋଟ୍। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ପାଇଁ ଘୁଞ୍ଚିଥିଲା ତେବେ ପୁଣି ଦ୍ୱିତୀୟ ଥର କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା।
ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ସେପ୍ଟେମ୍ବେର ୩୦ରେ ପିପିଲି ଉପନିର୍ବାଚନ । ଗଣତି ହେବ ଅକ୍ଟୋବର ୩ରେ। କରୋନା ପାଇଁ ସ୍ଥଗିତ ରହିଥିଲା ଉପନିର୍ବାଚନ।
ସୁପ୍ରିମକୋର୍ଟର ରାୟକୁ ଉଲ୍ଲେଖ କରି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କମିଶନ୍ ହାଇକୋର୍ଟକୁ ଯାଇ ପୌର ନିର୍ବାଚନ କରାଇବା ଲାଗି କେସ୍ ଦାୟର କରିପାରିବେ। ତେବେ କମିଶନ୍ ତାହା କରୁନାହାନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ଲାଗି ୭ ଦିନ ଭିତରେ କମିଶନ୍ କୋର୍ଟକୁ ଯାଆନ୍ତୁ ବୋଲି ଦଳ ଦାବି କରିଛି।
ନୂଆଦିଲ୍ଲୀ: ମେ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନର ବିଭିନ୍ନ ପ୍ରକ୍ରିୟା ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ୍। ମେ ୧୨ରେ କର୍ଣ୍ଣାଟକର ସମସ୍ତ ୨୨୪ଟି ବିଧାନସଭା କ୍ଷେତ୍ର ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ମେ ୧୫ରେ ସମସ୍ତ ଆସନ ପାଇଁ ଭୋଟ ଗଣତି ହେବ। ତେବେ ଏହାପୂର୍ବରୁ ନାମାଙ୍କନ ଦାଖଲ ପାଇଁ ଏପ୍ରିଲ ୨୪ ଶେଷ ତାରିଖ ରହିଛି। ସମସ୍ତ ବୁଥରେ EVM ସହ […]