Advertisment

ପ୍ରଚାର କରିପାରିବେନି ବିଧାୟିକା ପ୍ରମିଳା ମଲ୍ଲିକ

ପ୍ରମିଳାଙ୍କ ଠାରୁ ସୋ କଜ୍ ନୋଟିସ୍‌ ଉତ୍ତର ପାଇବା ପରେ ପଦକ୍ଷେପ ନିଆଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
MLA Pramila Mallik

MLA Pramila Mallik

ଭୁବନେଶ୍ୱର: ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ। ଆସନ୍ତା ୪୮ ଘଣ୍ଟା ପାଇଁ ସେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆସନ୍ତାକାଲି ଦିନ ୧୦ଟା ପରଠୁ ତାଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। ସେ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ କିମ୍ବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।

Advertisment

ବିଞ୍ଝାରପୁର ଅଳକୁଣ୍ଡ ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ଯାଇ ଶାସକ ଦଳର ପ୍ରାର୍ଥୀଙ୍କୁ ଭୋଟ ନଦେଲେ କୌଣସି ସରକାରୀ ଯୋଜନାରୁ ବଞ୍ଚିତ ହେଲେ କହିବନି ବୋଲି କହିଥିଲେ ପ୍ରମିଳା। ଯାହାର ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏହି ଭାଇରାଲ୍ ଭିଡ଼ିଓ ପରେ ସ୍ଥାନୀୟ ଅଞ୍ଚଳର ଲୋକେ ତାତି ଉଠିଥିଲେ।

ଏପରିକି କିଛି ବ୍ୟକ୍ତି ଗତ ଶୁକ୍ରବାର ଦିନ ପ୍ରଚାରବେଳେ କଳାପତାକା ଦେଖାଇଥିଲେ। ପ୍ରମିଳାଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିବା ପରେ ତାଙ୍କ ଠାରୁ ସୋ କଜ୍ ନୋଟିସ ମାଗିଥିଲେ ନିର୍ବାଚନ କମିଶନ। ଏହାର ତର୍ଜମା ପରେ ରାଜ୍ୟ ନିର୍ବାଚନ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Advertisment
Election Commission Panchayat Election
Advertisment
Advertisment