Advertisment

ପଞ୍ଚାୟତ ଭୋଟ୍ ପରବର୍ତ୍ତୀ ହିଂସାରେ ଲାଗୁନି ବ୍ରେକ୍, ଏଥର ବୋମାରେ ନିଶାନା

ଠେଙ୍ଗାବାଡ଼ି ଧରି କେମିତି ଉଗ୍ରରୂପ ଦେଖାଇଛନ୍ତି ହିଂସାକାରୀ।

author-image
Chandan Shishu
ଅଦ୍ୟତନ ହୋଇଛି
Bomb Attack

Bomb Attack

କୋରାପୁଟ: ପାଣି ଭର୍ତ୍ତୀ ବାଲଟିରେ ନିସ୍କ୍ରିୟ ହେଉଛି ବୋମା। ଏ ବୋମା ସବୁ କେଉଁଠୁ ଆସିଛି ଜାଣନ୍ତୁ ? ରାଜନୈତିକ ଶତ୍ରୁତାକୁ ନେଇ ଅଶାନ୍ତ ବ୍ରହ୍ମଗିରି ଥାନା ଦଣ୍ଡୁଆସି ଗାଁରୁ। ଯେଉଁଠି ଆଜି ଦିନ ତମାନ ଏମିତି ପଇଁତରା ମାରୁଛି ପୋଲିସ୍। ଗାଁ ବି ଜନଶୂନ୍ୟ। ଭଲକରି ଟିକେ ଦେଖନ୍ତୁ କେମିତି ଗତକାଲି ବୋମା ମାଡ଼ରେ କ୍ଷତିଗ୍ରସ୍ତ ଜଣେ ବ୍ୟକ୍ତିଙ୍କ ଘର। ସୂଚନା ଅନୁସାରେ ଗାଁର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀର ଜଣେ ଯୁବକ ବଜାରକୁ ଯାଇଥିବାବେଳେ ତାଙ୍କୁ ଅପରଗୋଷ୍ଠୀର ଲୋକମାନେ ମରଣାନ୍ତକ ଆକ୍ରମଣ କରିଥିଲେ, ଯାହାକୁ ନେଇ ସୃଷ୍ଟି ହୋଇଥିଲା ଅଶାନ୍ତି। ସନ୍ଧ୍ୟାରେ ଗାଁରେ ୩୦ରୁ ଅଧିକ ବୋମାମାଡ଼ ସହ ୧୦ ରାଉଣ୍ଡ ଗୁଳି ମଧ୍ୟ ପୁଟିଥିଲା। ଯାହାର ଅସଲ କାରଣ ଥିଲା ଗତ ଫେବ୍ରୁଆରୀ ମାସର ରାଗ। ଦୁଇଗୋଷ୍ଠୀଙ୍କ ମଧ୍ୟରେ ସେତେବେଳେ ହୋଇଥିବା ନିର୍ବାଚନୀ ସଂଘର୍ଷରେ ଉଭୟ ପକ୍ଷର ୬ଜଣଙ୍କୁ ଗିରଫ କରିଥିଲା ପୋଲିସ୍। ତାକୁ ନେଇ କହୁଳୁଥିବା ଅସନ୍ତୋଷ ଗତକାଲି ଉଗ୍ର ରୂପ ନେଇଥିଲା।

Advertisment

ସିସିଟିଭିରେ କଏଦ୍ ଏ ଦୃଶ୍ୟକୁ ଟିକେ ଦେଖନ୍ତୁ। ହାତରେ ଠେଙ୍ଗାବାଡ଼ି ଧରି କେମିତି ଉଗ୍ରରୂପ ଦେଖାଇଛନ୍ତି ହିଂସାକାରୀ। ଯାହା ପାଇଲେ ବାଡ଼େଇ ଭାଙ୍ଗିଲେ। ବାଙ୍କୀ ବୈଦେଶ୍ୱର ଥାନା ଅଞ୍ଚଳରେ ହୋଲି ଦିନ ସନ୍ଧ୍ୟାରେ ହୋଇଛି ଏଭଳି କାଣ୍ଡ ଯାହା ପଛର କାରଣ ବି ପଞ୍ଚାୟତ ଭୋଟ୍ ପରବର୍ତ୍ତୀ ରାଗ କାଳିପୋଈ ପଞ୍ଚାୟତ ଚଢ଼େଇବନ୍ଧ ଗାଁରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ, ଅନ୍ୟ ଏକ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବାରୁ ସେଇ ରାଗରେ ଏ ଆକ୍ରମଣ ସହ ଲୁଟପାଟ ଓ ଭଙ୍ଗାରୁଜା ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ ଘଟିଥିବା ବାଙ୍କି ଏସଡିପିଓ ସ୍ୱୀକାର କରିବା ସହ ୭ଜଣ ଗିରଫ ହୋଇଥିବା କହିଛନ୍ତି।

ସେପଟେ ଜୟପୁର ଗୋପବନ୍ଧୁ ନଗରର କାର୍ତ୍ତିକ ନାଗ ନାମକ ଯୁବକଙ୍କୁ ଅପହରଣ ଓ ଆକ୍ରମଣ ଘଟଣା ବି ରାଜନୈତିକ ମୋଡ଼ ନେଇଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଟାଉନଥାନା ଘେରାଉ ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା, ଯେଉଁଥିରେ ସାମିଲ ହୋଇଥିଲେ ଜୟପୁର ବିଧାୟକ ତାରା ବାହିନୀପତି। ତାରା ଅଭିଯୋଗ କରିଛନ୍ତି ପୌର ନିର୍ବାଚନବେଳେ ଜୟପୁର ସହରରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ଶାସକ ଦଳ ଚାପରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଛି। ଜବାବ ରଖି ବିଜେଡିର ପୌରାଧ୍ୟକ୍ଷ ପ୍ରାର୍ଥୀ କହିଛନ୍ତି- ପୌର ନିର୍ବାଚନକୁ ଆଖିରେ ରଖି ବିଧାୟକ ଏଭଳି ଟାର୍ଗେଟ୍ କରୁଛନ୍ତି। ତେଣେ ଯୁବକଙ୍କୁ ଅପହରଣ ଓ ଗୁଳିକାଣ୍ଡ ଘଟଣା ପଛରେ ପୂର୍ବ ଶତ୍ରୁତା ହିଁ କାରଣ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସ୍ପି।

Advertisment

ସେପଟେ କଟକ କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟିରେ ସରପଞ୍ଚ ସଞ୍ଜୟ ରାଉତଙ୍କ ଘରକୁ ହୋଇଛି ବୋମାମାଡ଼। ୨ଟି ବାଇକରେ ୪ ଜଣ ଆସି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି ଗୋବିନ୍ଦପୁର ପୋଲିସ ତଦନ୍ତ କରୁଛି।

Election Commission Panchayat Election Violence
Advertisment
Advertisment