Advertisment

ମହାରାଷ୍ଟ୍ରରେ ମଶାଲ Vs ଖଣ୍ଡା ଓ ଢାଲ ମଧ୍ୟରେ ହେବ ଲଢ଼େଇ

ଶିବସେନାର ଉଦ୍ଧବ ଠାକ୍‌ରେ ଗୋଷ୍ଠୀଙ୍କୁ ଗତକାଲି ମଶାଲ ଚିହ୍ନ ମିଳିଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଖଣ୍ଡା ଓ ଢାଲ ଚିହ୍ନ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Election Commission allots 'two swords and shield' symbol to Eknath Shinde faction

Election Commission allots 'two swords and shield' symbol to Eknath Shinde faction

ଏଣିକି ମହାରାଷ୍ଟ୍ରରେ ମଶାଲ ବନାମ ଖଣ୍ଡା ଓ ଢାଲ ମଧ୍ୟରେ ଲଢ଼େଇ ହେବ। ଅର୍ଥାତ୍‌ ଶିବସେନାର ଉଦ୍ଧବ ଠାକ୍‌ରେ ଗୋଷ୍ଠୀଙ୍କୁ ଗତକାଲି ମଶାଲ ଚିହ୍ନ ମିଳିଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଖଣ୍ଡା ଓ ଢାଲ ଚିହ୍ନ ମିଳିଛି। ଦୁଇଟି ଖଣ୍ଡା ସହ ଢାଲ ଚିହ୍ନ ନିର୍ବାଚନ କମିଶନ ପ୍ରଦାନ କରିଛନ୍ତି। 

Advertisment

ଏହା ପୂର୍ବରୁ ସିନ୍ଦେ ଆବେଦନ କରିଥିବା ନିର୍ବାଚନ ଚିହ୍ନକୁ ନିର୍ବାଚନ ଆୟୋଗ ଅଗ୍ରାହ୍ୟ କରି ଦେଇଥିଲେ। ଏହି ଗୋଷ୍ଠୀକୁ ତ୍ରିଶୁଳ, ଉଦିତ ସୂର୍ଯ୍ୟ କିମ୍ବା ଗଦା ଚିହ୍ନ ଦେବାକୁ ଆବେଦନ ହୋଇଥିଲା। କିନ୍ତୁ ଚିହ୍ନ ତାଲିକାରେ ଏସବୁ ନଥିବାରୁ ସିନ୍ଦେ ଗୋଷ୍ଠୀର ଆବେଦନକୁ ଅଗ୍ରାହ୍ୟ କରି ଦିଆଯାଇଥିଲା। ତେବେ ଗତକାଲି ପୁଣିଥରେ ସିନ୍ଦେ ଗୋଷ୍ଠୀ ସୂର୍ଯ୍ୟ, ଖଣ୍ଡା ଓ ଢାଲ ଏବଂ ଓସ୍ତ ଗଛ ଚିହ୍ନ ପାଇଁ ଆବେଦନ କରିଥିଲା।  ଏହି ଅାବେଦନକୁ ଗ୍ରହଣ କରି ନିର୍ବାଚନ କମିଶନ ଖଣ୍ଡା ଓ ଢାଲକୁ ମଞ୍ଜୁରୀ ଦେବା ସହ ଏହି ଚିହ୍ନ ପ୍ରଦାନ କରିଛନ୍ତି।

ପୂର୍ବରୁ ଉଦ୍ଧବଙ୍କ ଗୋଷ୍ଠୀର ନାଁ- ଶିବସେନା ଉଦ୍ଧବ ବାଲାସାହେବ ଠାକ୍‌ରେ ଦିଆଯାଇଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ନାଁ-  Balasahebanchi ଶିବସେନା ରଖାଯାଇଥିଲା।ଆସନ୍ତା ଉପନିର୍ବାଚନ ତଥା ନଭେମ୍ବର ୩ରେ ହେବାକୁ ଥିବା ଅନ୍ଧେରୀ ଇଷ୍ଟ ବିଧାନସଭା ନିର୍ବାଚନ ପାଇଁ ଏହି ଦଳର ନାଁରେ ଏବଂ ଚିହ୍ନରେ ନିର୍ବାଚନ ଲଢ଼ିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାଥାଉ କି, ନିକଟରେ  ଶିବସେନାର ‘ଧନୁ ଓ ତୀର’ ଚିହ୍ନକୁ ଫ୍ରିଜ୍‌ କରାଯାଇଥିଲା। ଅର୍ଥାତ୍ ନିର୍ବାଚନୀ ଚିହ୍ନ ‘ଧନୁ ଓ ତୀର’କୁ ଶିବସେନାର କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେନି। ମହାରାଷ୍ଟ୍ର ରାଜନୈତିକ ହଟଚମଟ ଏବଂ କ୍ଷମତା ନିକଟ ଅତୀତରେ ଘଟିଥିବା ପରିବର୍ତ୍ତନ ପରଠୁ, ଶିବସେନା କାହାର ତାକୁ ନେଇ ଉଭୟ ଉଦ୍ଧବ ଠାକ୍‌ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏଥିସହ ନିର୍ବାଚନୀ ଚିହ୍ନ ‘ଧନୁ ଓ ତୀର’କୁ ନେଇ ବି ଟଣାଓଟରା ଲାଗିଛି। ଏଭଳି ସ୍ଥିତିରେ ଉଭୟ ଗୋଷ୍ଠୀକୁ ନିର୍ବାଚନ କମିଶନ ଝଟ୍‌କା ଦେଇଛନ୍ତି।

Election Commission Udhav Thackrey Eknath Shinde Shivsena
Advertisment
Advertisment