ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି 0ରୁ 2ଟି ସିଟ୍।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ୪ରେ ସରକାର ପରିବର୍ତ୍ତନ ହେବ । ସେଦିନ ଅପରାହ୍ମ ସୁଦ୍ଧା ଟ୍ରେଣ୍ଡ ଆସି ସାରିଥିବ ଓ ଚିତ୍ର ସ୍ପଷ୍ଟ ହେବ । ୧୦ରେ ଶପଥ ନେବୁ ବୋଲି ବି ଦମ୍ଭ ଦେଖାଇଛନ୍ତି ମନମୋହନ ସାମଲ ।
ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ସରିବା ପରେ ନଡ୍ଡାଙ୍କ ବଡ଼ ଦାବି । NDA ୪ଶହ ପାର୍ ସହ ବିଜେପି ଏକାକୀ ୩୭୦ ସିଟ୍ ଅତିକ୍ରମ କରିଯିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।
ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।
ଅତନୁ ପ୍ରଚାର କରିବାକୁ ଆସିଥିବା ଦେଖି ଲୋକେ କହିଲେ, ଆମ ଗାଁ ପାଇଁ କ’ଣ କରିଛ? ଆଜି ଯାଏଁ କେଉଁଠି ଥିଲ? ଆଜି କାହିଁକି ଆସିଛ ? ଏମିତି ନାନା ପ୍ରଶ୍ନ ପଚାରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଗଲେ ଲୋକେ। ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଡଙ୍ଗାରେ ଖସି ପଳାଇଲେ ଅତନୁ।
ବିଜେଡିର ବିଜ୍ଞାପନକୁ ମିଛ ଦର୍ଶାଇ ଜବାବ ରଖିଛନ୍ତି । ‘ଏକ୍ସ’ରେ ତଥ୍ୟ ରଖି କାଉଣ୍ଟର କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ବଳ ଟେଲିକମ ସଂଯୋଗ ଅଭିଯୋଗକୁ ନେଇ ବୈଷ୍ଣବ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ANIକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିବା ସହ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି କହିଛନ୍ତି ।
ଆଜି ଓଡ଼ିଶା ଆସି ପ୍ରଚାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ବାଲେଶ୍ବରର ସିମୁଳିଆରେ ଜନସଭାକୁ଼ ସମ୍ବୋଧନ କରି ଆରମ୍ଭରୁ ବିଜେପି-ବିଜେଡ଼ିକୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧି ।
ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।
ନିଜ ଟିମରେ ଥିବା ଡାକ୍ତରଙ୍କୁ ତୁରନ୍ତ ପଠାଇବା ସହ ଚିକିତ୍ସା କରିବା ପାଇଁ କହିଥିଲେ । ମୋଦିଙ୍କ ଏଭଳି ଉଦାରତାକୁ ଏବେ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି ।
ଲୋକଙ୍କ ମନରେ ଉଠୁଥିବା ଏହି ସମସ୍ତ ପ୍ରଶ୍ନ ଉପରୁ ବା ରହସ୍ୟ ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ । ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ତା’ର ଯାଞ୍ଚ ମଧ୍ୟ କରାଯିବ ବୋଲି କହିଛନ୍ତି ମୋଦି ।
ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ । ରାସନ୍ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ବଣ୍ଟନ ହେଉଛି ।
ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ। ଅପରାହ୍ନ ୪ଟାରେ ବରୁଆ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ।
ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍ ଗୋଡ଼ରେ ଇଶାରା କରିବା ଦୃଶ୍ୟକୁ ନେଇ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଗାଡ଼ିରେ ବିଜେପି ପତାକା ଲାଗିଥିବା ଦେଖି ୪୦ରୁ ୫୦ ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ ଇଟା, ପଥର ମାଡ଼ ସହ ତାଙ୍କୁ ବିଧା ଗୋଇଠା ମାରିଥିଲେ । ତା’ ପୁଣି ପୋଲିସ ଉପସ୍ଥିତିରେ। ସେଠାରୁ ଜୀବନ ବଞ୍ଚାଇ ଥାନାକୁ ଆସି ଅଭିଯୋଗ କରିଥିଲେ ସୁବାସ।
ସିସିଟିଭି ଫୁଜେଟ୍ ଜାରି କରି ସତ-ମିଛର ପର୍ଦ୍ଦାଫାସ୍ କଲେ ଅପରାଜିତା । ପରାଜୟ ଭୟରେ ତୃତୀୟ ମହଲା ଇଙ୍ଗିତରେ କରାଯାଇଛି ଗିରଫଦାରୀ କହିଛନ୍ତି ସରକାରୀ ଅଧିକାରୀ ।
ଅମିତ ଶାହ ମଧ୍ୟ ଓଡ଼ିଶା ଆସି ନବୀନ ଓ ପାଣ୍ଡିଆନଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହଙ୍କ ଗର୍ଜନରେ କମ୍ପିଲା ପାଣିକୋଇଲି ସଭା । କୋରେଇ ପାଣିକୋଇଲି ସଭାରେ ଅମିତ ଶାହ କହିଲେ ଚିଟଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍ରେ ପୂରାଯିବ ।
ଜୁନ୍ ୧ ତାରିଖରେ ତପସ୍ୟା ସରିବା ପରେ ସେ ତାମିଲନାଡ଼ୁରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ଜୁନ୍ ୪ ରେ ନିର୍ବାଚନ ଫଳାପଳ ପ୍ରକାଶ ପାଇବ ।
ଗତ ୨୫ ତାରିଖରେ ମତଦାନ ବେଳେ ବେଗୁନିଆ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗିବା ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।
ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ର ପାଇଁ ବିଜେପିରୁ ମାନସ କୁମାର ଦତ୍ତ, ବିଜେଡିରୁ ସ୍ୱରୂପ ଦାସ ଓ କଂଗ୍ରେସରୁ ମୋନାଲିସା ଲେଙ୍କା ପ୍ରାର୍ଥୀ ହୋଇଛନ୍ତି ।
ବେଗୁନିଆ ଇଭିଏମ୍ ଭଙ୍ଗାରୁଜା ମାମଲା । ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ।
'ମନ୍ଦବୁଦ୍ଧି ପାଇଁ ପାଣ୍ଡିଆନଙ୍କୁ ମିଳୁ ନୋବେଲ୍ । 4 ତାରିଖ ପରେ ପଠାଇ ଦିଆଯିବ ତାମିଲନାଡୁ ।'
ପୂରା ଘଟଣା ସୋମବାର ବିହାରରେ ଆୟୋଜିତ ଲୋକସଭା ନିର୍ବାଚନୀ ସଭାରେ ଘଟିଛି। ପାଟନା ଉପକଣ୍ଠ ପଲିଗଞ୍ଜ ଠାରେ ଆରଜେଡି ନେତ୍ରୀ ମିଶା ଭାରତୀଙ୍କ ପାଇଁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା।