/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742710340.jpg)
ବିରିୟାନି ଭିତରେ ଖଣ୍ଡ ଖଣ୍ଡ ଗୋ ମାଂସ
କଳା ଜରିରେ ଆଣୁଥିଲେ ଗୋ ମାଂସ ବିରିୟାନୀ । ରାସ୍ତା ଉପରେ ମାଡ଼ି ବସିଲେ ଲୋକେ । ରାସ୍ତାରେ ଆଣ୍ଠେଇ ଦେଲେ, ସାମ୍ନାରେ ବିରିୟାନୀ ଢାଲିଦେଲେ । ଆଉ ତା’ରେ ଆରମ୍ଭ ହେଲା ଉତ୍ତେଜନା । ପୋଲିସ ଆସିଲା, ସ୍ଥିତିକୁ ନିୟନ୍ତ୍ରଣ କଲା । ଯାଜପୁର ଜିଲ୍ଲା କୋରେଇ ଥାନା ପୁରୁଣା ପାଟୁଳି ଛକରେ ଘଟିଛି ଏଭଳି ଘଟଣା । ଦୁଇଜଣ ଯୁବକ ଗୋ ମାଂସ ବିରିୟାନୀ ନେଇ ଯାଉଥିବା ଅଭିଯୋଗ ଆସିବା ପରେ ସେହି ରାସ୍ତାରେ ହିଁ ଆରମ୍ଭ ହୋଇଥିଲା ଉତ୍ତେଜନା । କୁହାଯାଉଛି, ଜଣେ ଯୁବକ ଏନେଇ ପ୍ରଥମେ ସନ୍ଦେହ କରିଥିଲେ ।
ଅଧିକ ପଢ଼ନ୍ତୁ: ଭାଣେଜୀ କହୁଥିବା ଯୁବତୀଙ୍କୁ ବୋହୂ କରି ନେଲେ OAS ବାବୁଙ୍କ ପରିବାର
ଏହା ପରେ ବିରିୟାନୀ ଆଣିଥିବା ଯୁବକଙ୍କୁ କି ମାଂସର ବିରିୟାନୀ ଆଣିଛ କହି ପଚାରି ଥିଲେ l ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଖବର ମିଳିବା ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା l ପରେ ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପୋଲିସକୁ ସ୍ଥାନୀୟ ଲୋକ ଏନେଇ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ବିରିୟାନୀ ଆଣିଥିବା ଯୁବକ ଦୁଇଜଣଙ୍କୁ ନିଜ ଗାଡ଼ିରେ ବସାଇ ଉକ୍ତ ହୋଟେଲକୁ ଯାଇଥିଲା । ସେଠାରେ ହୋଟେଲ ବନ୍ଦ କରିବାକୁ କହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)