/odishatv-khabar/media/post_attachments/uploadimage/library/16_9/16_9_0/Dog_1742703934.jpg)
Dog
ବର୍ବରତାର ସବୁ ସୀମା ଟପିଗଲା ମଣିଷ। ଆଗରୁ ମଣିଷକୁ ହାଣି ହତ୍ୟା କରୁଥିଲା, ଏବେ କୁକୁରକୁ ବି ହାଣିପକାଇଲା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଏପରି ଘଟଣା କେଉଁ ବାହାର ରାଜ୍ୟ ଘଟିନାହିଁ। ଏହା ଆମେ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଛି। ଦୁର୍ବୃତ୍ତମାନେ କୁକୁରଟି ଖଣ୍ଡାରେ ହାଣୁଥିବାର ଦୃଶ୍ୟ କଏଦ ହୋଇଛି।
ଅଧିକ ପଢ଼ନ୍ତୁ: ଜାଗରରେ ବୋହିଲା ରକ୍ତର ନଈ ; ବାପି ପଣ୍ଡାଙ୍କ ୨ ଭାଇଙ୍କୁ ହାଣି ପକାଇଲେ
ଗତକାଲି ଭୋର ୪ଟା ୧୮ ମିନିଟରେରେ ଏକ ସ୍କୁଟରରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ। ଏହି ସମୟରେ କଲୋନୀରେ ଥିବା ବୁଲା କୁକୁର ସେମାନଙ୍କୁ ଦେଖି ଭୋକିଥିଲେ। କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନଙ୍କ ମୁଣ୍ଡକୁ ବିଷ ଚଢ଼ିଯାଇଥିଲା। ଗାଡ଼ିରୁ ଓହ୍ଲାଇ ଆସି ଦୁଇ ଯୁବକ ଏକ ଖଣ୍ଡାରେ କୁକୁରକୁ ଚୋଟ ଚୋଟ ପରେ ମାରି ଚାଲିଥିଲେ। କୁକୁରଟି ଜୀବନ ବିକାଳେ ଦୌଡ଼ିବାକୁ ଲାଗିଥିଲା। ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସିସିଟିଭିରେ ଏହି ସବୁ ଦୃଶ୍ୟ କଏଦ ହୋଇଛି। କୁକୁରଟିର ଅବସ୍ଥା ଗୁରୁତର ରହିଛି।
କୁକୁରର ଭୁଲ ବୋଧେ ଏୟା ଥିଲା ଯେ ରାତି ଅଧରେ କେହି ଅଜଣା ଦୁର୍ବୃତ୍ତ ସାହିରେ ବୁଲୁଥିବା ଦେଖି ଭୋକିଥିଲା। କିନ୍ତୁ ଏଠି ମଣିଷ ନିଜ କ୍ରୁରତାର ସବୁ ସୀମା ଟପି ଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ଭୋରରୁ ଦୁର୍ବୃତ୍ତ ମାନେ କାହିଁକି ଖଣ୍ଡା ଧରି ବୁଲୁଥିଲେ? କ’ଣ ତାଙ୍କ ଉଦ୍ଦେଶ୍ୟ ଥିଲା ,ଦୁର୍ବୃତ୍ତମାନେ କିଛି ଅଘଟଣ ଘଟାଇଥାଆନ୍ତେ କି, କୁକୁର ତାଙ୍କ ପ୍ଲାନ ଫେଲ୍ କରିଥିଲା, ଏପରି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)