ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଭବାନୀ । ଭବାନୀଙ୍କ ନାମ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି ।
ଛାତ୍ରଠୁ ଯୁବ, ମହିଳାଠୁ ନେଇ କିସାନ କଂଗ୍ରେସ ସବୁ କମିଟିକୁ AICC ଭଙ୍ଗି ଦେଇଛନ୍ତି ।
ଛାତ୍ରଠୁ ଯୁବ, ମହିଳାଠୁ ନେଇ କିସାନ କଂଗ୍ରେସ ସବୁ କମିଟିକୁ AICC ଭଙ୍ଗି ଦେଇଛନ୍ତି ।
ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଥିଲା।
ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।
ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦିଆଯାଇଛି।
ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ । ‘ଭଗବାନ ଭରସାରେ ଚାଲିଥିଲା ସ୍କିମ୍, ମନିଟରିଂ କରୁଥିଲା ଥାର୍ଡଫ୍ଲୋର୍’ ।
AG ଭଳି ପଦବି ଖାଲି ପଡ଼ିବା ନେଇ ବିଜେଡିର ସମାଲୋଚନା। ଠିକ୍ ସମୟରେ ଠିକ୍ ବ୍ୟକ୍ତିଙ୍କୁ ଦିଆଯିବ ନିଯୁକ୍ତି କହିଲା ବିଜେପି ।
ପୂର୍ବତନ ପ୍ରଶାସକ କହିଲେ ନିଯୁକ୍ତି ନୁହେଁ ଆକ୍ସନ । କିଭଳି ତ୍ୱରାନ୍ୱିତ ହେବ ବିଭାଗୀୟ ପ୍ରୋସିଡିଂ ଉଠିଲା ପ୍ରଶ୍ନ ।
ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଢୋଲ ଭିତରେ ମୂଷା ପାଇଁ ଦଳ ଶୋଚନୀୟ ପରାଜୟର ଶିକାର ହେଲା ବୋଲି କହିଛନ୍ତି।
ବିଜେଡି ବିପର୍ଯ୍ୟୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁଙ୍କ ମନ୍ତବ୍ୟ । ବିଭିନ୍ନ ଜାଗାରେ ଥିବା ମୂଷାଙ୍କ ପାଇଁ ହାରିଲୁ: ନୃସିଂହ ସାହୁ ।
ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିଲାଗି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଗାଦିମଡ଼ା IASଙ୍କ ବଦଳିକୁ ନେଇ ପାୱାର କରିଡର ହଲଚଲ । ପୂର୍ବ ପ୍ରଶାସକଙ୍କ ମତ, ବଦଳି ନୁହେଁ ଦରକାର କାର୍ଯ୍ୟାନୁଷ୍ଠାନ ।
ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ।
ଶିଶୁଉଦ୍ୟାନ ଭାଙ୍ଗି କୋଟି କୋଟି ବ୍ୟୟରେ ହୋଇଥିଲା ଆଲିସାନ୍ କଟେଜ୍ । କାହା ସ୍ୱାର୍ଥରେ ଓ ଅନୁମତିରେ ନିର୍ମିତ ଆଲିସାନ୍ କଟେଜ୍ ?
ବିଜେଡି କର୍ପୋରେଟରଙ୍କୁ ଧରି ଦୁଇ ଗୋଷ୍ଠୀ କରାଯାଉଥିବାରୁ ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢିଛି । ଅନ୍ୟପଟେ ତୁ ତୁ ମେ ମେ ଜାରି ରହିଛି ।
ଗୋଟିଏ ପଟେ ପିସିସି ସଭାପତିଙ୍କ ବିରୁଦ୍ଧରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ତ ଅନ୍ୟପଟେ ଦଳର ଜଣକ ପରେ ଜଣେ ନେତା ବି ମଙ୍ଗୁଆଳଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି ।
ଆଜି ତାଲା ଖୋଲିଥିଲେ ବି କଂଗ୍ରେସ ଅଫିସ୍ ଖାଁ ଖାଁ । AICCକୁ ସବୁ ଜଣାଇଛି କହିଲେ ଶରତ ।
ଅଣ ଓଡ଼ିଆଙ୍କୁ କାମ ଦେବା ପାଇଁ ଛୋଟ ଛୋଟ କାମକୁ ମିଶାଇ ହଜାରେ କୋଟିରୁ ଅଧିକ ବଡ଼ ଟେଣ୍ଡର କରାଯାଉଥିଲା। ଏସବୁର ଖୋଳତାଡ ନିହାତି ଆବଶ୍ୟକ ବୋଲି ମଧ୍ୟ ସେ ଦାବି କରିଛନ୍ତି।
ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି ।
ଲୋକସଭାରେ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ବିରୋଧୀ ସିଟରେ ବସିବାରୁ ଅଣନିଃଶ୍ୱାସୀ ହୋଇଛନ୍ତି ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା।
ପ୍ରଥମ ଦିନରେ ୧୫୫୦ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ଟିମ୍ । ଅନ୍ ଦି ସ୍ପଷ୍ଟ ଫୈସଲା ପାଇ କୃତ୍ୟ କୃତ୍ୟ ଜନତା ।
ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ ହେଲେ ଏବେ ନ୍ୟାୟ ପାଇବେ। ଆଗାମୀ ଦିନରେ ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ସବୁ ଜିଲ୍ଲାରେ ଲୋକଙ୍କ ଅଭିଯୋଗ ଶୁଣାଯିବ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।