/odishatv-khabar/media/post_attachments/uploadimage/library/16_9/16_9_0/explosion_1742702250.jpg)
explosion
ବହି ଗୋଦାମରେ ବିସ୍ଫୋରଣ। ଜଳିଗଲା ଲକ୍ଷାଧିକ ଟଙ୍କାର ବହି। ଜଗତସିଂହପୁର ଜନତା କୋଠି ନିକଟରେ ଥିବା ଏକ ବହି ଗୋଦାମରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Advertisment
ଅଧିକ ପଢ଼ନ୍ତୁ: ଘରେ ଭିଡ଼ୁଥିଲେ ବାଣ; ବିସ୍ଫୋରଣରେ ଉଡ଼ିଗଲା ଆଜବେଷ୍ଟ, ସ୍ୱାମୀ-ସ୍ତ୍ରୀ ଗୁରୁତର
ଗତକାଲି ବିଳମ୍ବିତ ରାତିରେ ହଠାତ୍ ବହି ଗୋଦାମରେ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ଗୋଦାମ ଭିତରେ ୩ ଜଣ ଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Advertisment
ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଘରର କାନ୍ଥ ଗୁଡ଼ିକ ଫାଟିଯାଇଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବହି ଜଳି ଯାଇଛି । ତେବେ ବହି ଗୋଦାମରେ କେମିତି ବିସ୍ଫୋରଣ ହେଲା, ତାର କାରଣ ଜଣାପଡ଼ିନାହିଁ। ବାଲିକୁଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ବୀଭତ୍ସ ହତ୍ୟା ! ବଚସା ପରେ ଭଉଣୀର ମୁଣ୍ଡ କାଟିଦେଲା ଭାଇ, ଥାନାରେ କଟାମୁଣ୍ଡ ଧରି ପହଞ୍ଚିଲା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)