• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଜୁନ୍ ପହିଲାରେ ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଆଜି ସରୁଛି ପ୍ରଚାର । ଆଜି ଓଡ଼ିଶା ଆସି ପ୍ରଚାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ବାଲେଶ୍ବରର ସିମୁଳିଆରେ ଜନସଭାକୁ ରାହୁଲ ଗାନ୍ଧି ସମ୍ବୋଧନ କରିଛନ୍ତି ।

ଜନସଭାକୁ଼ ସମ୍ବୋଧନ କରି ଆରମ୍ଭରୁ ବିଜେପି-ବିଜେଡ଼ିକୁ ଟାର୍ଗେଟ୍‌ କରିଛନ୍ତି ରାହୁଲ ଗାନ୍ଧି । କହିଛନ୍ତି ଯେ, ‘ ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି । ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ସମ୍ବିଧାନକୁ ସମାପ୍ତ କରିଦେବ । ଯେତେ ବି ଶକ୍ତି ଲଗାନ୍ତୁ ସମ୍ବିଧାନକୁ ସମାପ୍ତ କରିପାରିବେ ନାହିଁ । ବିଜେପି-ବିଜେଡି ମିଶିକି ଅଛନ୍ତି, ଚିନ୍ତାଧାରା ଗୋଟିଏ । ମୁଁ ବିଜେପି ବିରୋଧରେ ଲଢୁଥିବାରୁ ମୋ ନାଁରେ ୨୪ଟି ମାମଲା ହୋଇଛି । ଯଦି ନବୀନ ବିଜେପି ବିରୋଧରେ ଲଢୁଛନ୍ତି ତାଙ୍କ ନାଁରେ ମାମଲା କାହିଁକି ହେଉନି ? ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଫିଙ୍ଗି ଦେବାକୁ ଚାହୁଁଛୁ । ’ 

ସେ ଆହୁରି କହିଛନ୍ତି ଯେ, ‘ଓଡ଼ିଶାରେ ପାଣ୍ଡିଆନ ସରକାର ଚଳାଉଛନ୍ତି । ଜୁନ୍ ୪ରେ ଆମ ସରକାର ହେବ, ମହାଲକ୍ଷ୍ମୀ ଯୋଜନା ଚାଲୁ କରିବୁ । ଜୁଲାଇ ୫ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ । କ୍ଷମତାକୁ ଆସିଲେ ଆମେ ଚାଷୀଙ୍କ ଋଣ ଛାଡ଼ କରିବୁ । ଅଗ୍ନିବୀର ଯୋଜନାକୁ ଅଳିଆ ଗଦାରେ ଫିଙ୍ଗିଦେବୁ । ଅଗ୍ନିବୀର ଯୋଜନା ରଦ୍ଦ କରିବୁ,ରାଜ୍ୟରେ ୩୦ ଲକ୍ଷ ନିଯୁକ୍ତି ଦେବୁ । ’

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ

ତେବେ ଆଜି ପ୍ରଚାରର ଶେଷ ଦିନରେ ଜନମତ ନିଜ ଆଡକୁ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ପ୍ରାର୍ଥୀ । ଆଜି ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର କୋଳାହଳ ଉପରେ ବ୍ରେକ ଲାଗିବ । ଓଡ଼ିଶାରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି ।

ଓଡ଼ିଶାରେ ଏହା ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଆସନ ଓ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଆସନ୍ତା ୧ ତାରିଖରେ ଭୋଟ ଗ୍ରହଣ ହେବ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ । ସେହିପରି ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ମତ ଅଧିକାର ସାବ୍ୟସ୍ତ କରିବେ ଭୋଟର । ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ମତଦାନ ହେବ।

ଅଧିକ ପଢ଼ନ୍ତୁ: ବିଜେଡିର 'ରତ୍ନଭଣ୍ଡାର' ସ୍ପଷ୍ଟୀକରଣ ଚେଷ୍ଟା; ପୁଣି ଟାର୍ଗେଟ୍ କଲା ବିଜେପି

OTV is now on Whatsapp

Join and get latest news update delivered to you via whatsapp

Join Now