ବିଜେପିର ଘନଘନ ଟାର୍ଗେଟ, ହେଲେ ନବୀନ ନିରବ । ଖାଲି ରାଜନୈତିକ କାଉଣ୍ଟର କରୁଛନ୍ତି, ହେଲେ ମୁଦ୍ଦା କି ପ୍ରଶ୍ନର ଉତ୍ତର ରଖୁନାହନ୍ତି। ରତ୍ନଭଣ୍ଡାରରୁ ଚିଟଫଣ୍ଡ, ଖଣି ଦୁର୍ନୀତି ଠାରୁ ବାବୁ ରାଜ୍ ।
ବିଜେପି ଓ କଂଗ୍ରେସକୁ କଡ଼ା ତାଗିଦ କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆଚରଣ ବିଧି ପାଳନ କରିବାକୁ ଏବଂ ଭାଷା ସଂଯମତା ରକ୍ଷା ପାଇଁ ଷ୍ଟାର୍ ପ୍ରଚାରକଙ୍କୁ ନିର୍ଦ୍ଦେଶ ଦେବାକୁ ଉଭୟ ଦଳକୁ କହିଛନ୍ତି ଭାରତୀୟ ଇଲେକ୍ସନ୍ କମିଶନ ।
ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ଜନସଭାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ
ନବୀନ ବାବୁଙ୍କୁ ୭୭ ବର୍ଷ ବୟସ ହେଲାଣି, ସେ ଓଡ଼ିଆ ଅସ୍ମିତାକୁ ଶେଷ କରିସାରିଲେଣି । ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ । ଓଡ଼ିଶାବାସୀ ଏହାକୁ ବିରୋଧ କରିବା କଥା।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି ବିଜେପି । ସର୍ଟ ଭିଡିଓରେ ନବୀନ ବାବୁ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI, ପଚାରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ।
ନିର୍ବାଚନ ପ୍ରଚାରରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଟପ୍ ଲିଡର । ଆଜି ଓଡ଼ିଶାରେ ପ୍ରଚାର କରିବେ ରାମ । ବିଜେପି ନେତା ତଥା ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ ।
ରାଜନୀତିରେ ଏନେଇ ଭୁଲ୍ ବ୍ୟାଖ୍ୟା ତିଆରି ହେଉଛି। ଲିଙ୍ଗରାଜ ମନ୍ଦିର କାମକୁ ମୁଁ କେବେବି ବିରୋଧ କରିନାହିଁ।
ଏକା ଦିନରେ ଚାରି ଚାରିଟି ନିର୍ବାଚନୀ ସଭା କରି ବିଜେପି ପାଇଁ ଭୋଟ୍ ମାଗିଲେ, ନବୀନ ସରକାର ଉପରେ ଏକୁ ବଳି ଆରେକ ପ୍ରଚଣ୍ଡ ହମଲା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।
ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଆରମ୍ଭ ହୋଇଗଲାଣି ରାଜନୈତିକ ବୟାନବାଜି ।
ଗତକାଲି ସକାଳେ ପୁରୀରେ ମୋଦିଙ୍କ ରୋଡ୍ ଶୋ’ପରେ ପ୍ରଧାନମନ୍ତ୍ରୀ ମୋଦି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ବଦଳରେ ଭୁଲବଶତଃ ଜଗନ୍ନାଥ ମୋଦିଙ୍କ ଭକ୍ତ ବୋଲି ଏକ ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲକୁ କହିଦେବା ପରେ ସୃଷ୍ଟି ହୋଇଥିଲା ବିସ୍ଫୋରକ ସ୍ଥିତି ।
ରେମୁଣା ବାଲିପାଳ ହାଟ ପଡ଼ିଆରେ ମହିଳା ସମାବେଶକୁ ସମ୍ବୋଧନ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା କହିଲେ ଅଶ୍ବିନୀ ବୈଷ୍ଣବ ।
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । ବିଜେପି କର୍ମୀଙ୍କ ସମେତ ଜନତାଙ୍କ ମଧ୍ୟରେ ଉତ୍ସାହ ।
ବୟସ ହୋଇଯାଇଥିବା ନବୀନଙ୍କୁ ରିଟାୟର୍ଡ କରାଇବାକୁ ଆହ୍ୱାନ । ଚିଟ୍ଫଣ୍ଡ, ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବି ଟାର୍ଗେଟ୍ ।
ରାଜଧାନୀରେ ୫ ବର୍ଷରେ କେତେ ବିକାଶ ହୋଇଛି, ସେନେଇ ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ଅପରାଜିତା
ଭୁବନେଶ୍ୱରର ଉନ୍ନତି ପାଇଁ କେବେ ବି କୌଣସି ବିଜେଡି ନେତା ପ୍ରସ୍ତାବ ଦେଇନାହାନ୍ତି ବୋଲି ସାଂସଦ ପ୍ରଶ୍ନ କରିବା ସହ ପୂର୍ବରୁ ଥରେ ଭୁବନେଶ୍ୱର ବିମାନ ବନ୍ଦରରେ ନିଜେ ମୁଖ୍ୟମନ୍ତ୍ରୀ, ତାଙ୍କୁ ଭୁବନେଶ୍ୱର ପାଇଁ ଭଲ କାମ କହି ପ୍ରଶଂସା କରିଥିଲେ ।
୨୨ରେ ଓଡ଼ିଶା ଆସିବେ ଟେଲିଭିଜନ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ବିଜେପି ନେତା ଅରୁଣ ଗୋଭିଲ ୨୨ରେ ୪ଟି ସଭାରେ ଯୋଗଦେବେ ।
ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ରିଲିଜ୍ ନେଇ ପୁଣି ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା । ଭିଡିଓର ସତ୍ୟତା ଉପରେ ପ୍ରଶ୍ନ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି- ତାମିଲ କଣ୍ଢେଇନଚାଳି ପୁଣି ଏକ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି ।
ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ ।
ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗିଲେ ସମ୍ବିତ ପାତ୍ର।
୪ଟି ସ୍ଥାନରେ ଶାହ କରିବେ ଜୋରଦାର ପ୍ରଚାର। ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ। ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ।
ପୋଲିଂ କର୍ମଚାରୀଙ୍କୁ ଲୋକେ ଅଟକ ରଖିବାକୁ କେନ୍ଦ୍ରକରି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚିଛନ୍ତି।
ବିଶେଷ କରି ମାଓ ଅଧ୍ୟୁଷିତ ଅଞ୍ଚଳ ଓ 18 ଛୁଇଁବା ପରେ ପ୍ରଥମଥର ଭୋଟ୍ ଦେଉଥିବା ଭୋଟରଙ୍କ ଭିତରେ ତ ଦେଖିବା ଭଳି ଥିଲା ଉତ୍ସାହ।
ଦ୍ୱିତୀୟ ଦଫା ଲଢ଼େଇରେ ୫ ସଂସଦୀୟ କ୍ଷେତ୍ର ଓ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ।