/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716280891.jpg)
Odisha Election
ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ରିଲିଜ୍ ନେଇ ପୁଣି ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା । ଭିଡିଓର ସତ୍ୟତା ଉପରେ ପ୍ରଶ୍ନ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି- ତାମିଲ କଣ୍ଢେଇନଚାଳି ପୁଣି ଏକ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଡିପ୍ ଫେକ୍ ଭିଡିଓ କରି ମିଛ ଅଭିଯୋଗ କରିଛନ୍ତି ।
ସତ ମୁଖ୍ୟମନ୍ତ୍ରୀ ତାଙ୍କ ଭର୍ଚୁଆଲ ଅବତାର କଥା ଜାଣୁଛନ୍ତି କି ନାହିଁ ସନ୍ଦେହ ହେଉଛି । ଏମିତି ମିଛ ଭିଡିଓକୁ ନେଇ ଦବି ନଯିବାକୁ ଅପରାଜିତାଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହ ଆପଣ ଜଣେ ଫାଇଟର୍ ଏହାକୁ ନେଇ ହତୋତ୍ସାହ ନହେବାକୁ ସେ ଅପରାଜିତାଙ୍କୁ କହିଛନ୍ତି । ସେପଟେ ବୈଜୟନ୍ତଙ୍କ ପୋଷ୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।
ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’
'୪୦୦ ପାର୍ କରିବା, ଓଡିଶାର ଭାଗ୍ୟ ବଦଳାଇବା'#BaijayantPanda#BJP#OdishaPolitics#OTVpic.twitter.com/GVruxDMlt4
— ଓଟିଭି (@otvkhabar) May 21, 2024
ଗତ କିଛିଦିନ ତଳେ ବାଲେଶ୍ୱରରେ ବିଜେପିର ଶକ୍ତି ପ୍ରଦର୍ଶନ ପାଇଁ ଏକାଠି ହୋଇଥିଲେ ରାଜ୍ୟ ବିଜେପିର ୫ ତୁଙ୍ଗ ନେତା । ଶହ ଶହ ସମର୍ଥକଙ୍କ ସହ ରୋଡ୍ ସୋ’ କରିବା ପରେ ବୈଠକ କରିଥିଲେ । ଏହି ଅବସରରେ ରାଜ୍ୟ ବିଜେପିର ୫ ହେଭିୱେଟ୍ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏକାଠି ହୋଇ ନିର୍ବାଚନ ରଣନୀତି ଉପରେ ଆଲୋଚନା କରିଥିଲେ ।
ତେବେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବର୍ଷିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ କହିଥିଲେ, ଆସନ୍ତା ଜୁନ ୧୦ ତାରିଖରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବାତାବରଣ ଅଧିକ ଦୃଢ଼ୀଭୂତ ହେଉଛି ବୋଲି ବୈଜୟନ୍ତ କହିଛନ୍ତି । ବିଜେପିକୁ ସଫଳ କରିବାକୁ ଓଡ଼ିଶା ଜନତା ମନସ୍ଥ କରିସାରିଲେଣି ବୋଲି କହିଛନ୍ତି ଏହି ଅବସରରେ ସେ ଦୋହରାଇଥିଲେ ।
ସେହିପରି ବୈଜୟନ୍ତ କହିଥିଲେ, ଓଡ଼ିଶାରେ ଏବେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ୨ ଜଣ ବୁଲି ବୁଲି କମେଡ଼ି ଭିଡିଓ ଛାଡ଼ୁଛନ୍ତି । ଲୁଚିଛପି ଭିଡିଓ ତିଆରି କରି ମଝିରେ ମଝିରେ ଛାଡ଼ୁଛନ୍ତି । ଲୁଚିଛପି ଭିଡିଓ ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି ।
ଅଧିକ ପଢ଼ନ୍ତୁ: କଟକରେ ମୋଦିଙ୍କ କଡ଼ା ମନ୍ତବ୍ୟ; ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !
ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ବାଲେଶ୍ୱରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏଠି ଆଉଟସୋର୍ସ ସରକାର ଚାଲିଛି, ଆଉ ଜଣେ ସରକାର ଚଳାଉଛନ୍ତି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ'ରେ ଲୋକ ନଥିଲେ ବୋଲି କହିଛନ୍ତି ଅପରାଜିତା ।
ରୋଡ୍ ସୋ'ରେ ମୁଖ୍ୟମନ୍ତ୍ରୀଙ୍କ ସହ ସାନ ବାବୁ ଯାଇଥିଲେ । ବଡ଼ବାବୁ ହେବାକୁ ରୋଡ୍ ସୋ'ରେ ସାନବାବୁ ଯାଇଥିଲେ ବୋଲି ସେ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ କେହି ଦଳୀୟ ପ୍ରାର୍ଥୀ ନଥିଲେ । କ’ଣ ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)