Advertisment

ବିଜେପି ଓ କଂଗ୍ରେସକୁ ECIଙ୍କ ତାଗିଦ, ସମାଜ ବିଭାଜନକାରୀ ଭାଷଣ ନ ଦେବାକୁ ନିର୍ଦ୍ଦେଶ

ବିଜେପି ଓ କଂଗ୍ରେସକୁ କଡ଼ା ତାଗିଦ କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆଚରଣ ବିଧି ପାଳନ କରିବାକୁ ଏବଂ ଭାଷା ସଂଯମତା ରକ୍ଷା ପାଇଁ ଷ୍ଟାର୍ ପ୍ରଚାରକଙ୍କୁ ନିର୍ଦ୍ଦେଶ ଦେବାକୁ ଉଭୟ ଦଳକୁ କହିଛନ୍ତି ଭାରତୀୟ ଇଲେକ୍ସନ୍ କମିଶନ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
EC cracks whip on BJP, Congress

ECI

ଦେଶରେ ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ମୋଟ୍‌ ୭ ପର୍ଯ୍ୟାୟରେ ଭୋଟ୍‌ ଦେବେ ଦେଶବାସୀ । ତେବେ ଏହାରି ମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଯାଇଛି । ମେ’ ୨୫ରେ ଷଷ୍ଠ ଓ ଜୁନ୍‌ ୧ରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ସବୁ ଦଳ ଜୋରସୋରରେ ପ୍ରଚାର ଜାରି ରଖିଛନ୍ତି । ତେବେ ଘମାଘୋଟ ପ୍ରଚାର ମଧ୍ୟରେ ଆଜି ଦୁଇ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସକୁ ତାଗିଦ କରିଛନ୍ତି ନିର୍ବାଚନ ଆୟୋଗ ।

Advertisment

ବିଜେପି ଓ କଂଗ୍ରେସକୁ କଡ଼ା ତାଗିଦ କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆଚରଣ ବିଧି ପାଳନ କରିବାକୁ ଏବଂ ଭାଷା ସଂଯମତା ରକ୍ଷା ପାଇଁ ଷ୍ଟାର୍ ପ୍ରଚାରକଙ୍କୁ ନିର୍ଦ୍ଦେଶ ଦେବାକୁ ଉଭୟ ଦଳକୁ କହିଛନ୍ତି ଭାରତୀୟ ଇଲେକ୍ସନ୍ କମିଶନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ୍ କରାଯାଇଛି।

ଅଧିକ ପଢ଼ନ୍ତୁ: ପୋଲିଂ ବୁଥରେ ବିଧାୟକଙ୍କ ଦାଦାଗିରି; କଚାଡ଼ି ଭାଙ୍ଗିଦେଲେ EVM..ଭିଡିଓ ଭାଇରାଲ

Advertisment

ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଥିବା ନୋଟିସ୍‌ ଉଭୟ ଦଳର ଷ୍ଟାର୍ ପ୍ରଚାରକମାନଙ୍କୁ ନିର୍ବାଚନ ପ୍ରଚାର ବେଳେ ଜାତି, ସମୁଦାୟ, ଭାଷା ଓ ଧର୍ମ ଆଧାରରେ ଟିପ୍ପଣୀ ଦେବାରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରସଙ୍ଗରେ ଉଭୟ ଦଳ ପୂର୍ବରୁ ରଖିଥିବା ସ୍ପଷ୍ଟୀକରଣ ନ୍ୟାୟସଂଗତ ନୁହେଁ । ଷ୍ଟାର୍ କ୍ୟାମ୍ପେନର ମାନଙ୍କୁ ଭାଷା ସଂଯମତା ରକ୍ଷା କରିବାକୁ ଏବଂ ଆଦର୍ଶ ଆଚରଣ ବିଧି ଅନୁପାଳନ କରିବାକୁ ବିଧିବଦ୍ଧ ଚିଠି ଲେଖି ଜଣାଇବା ପାଇଁ ଉଭୟ ଦଳର ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ECI।

କଂଗ୍ରେସକୁ ସମ୍ବିଧାନ ଉଚ୍ଛେଦ ହୋଇପାରେ ଭଳି ଭ୍ରମାତ୍ମକ ବକ୍ତବ୍ୟ ଏବଂ ସେନାର ସାମାଜିକ-ଅର୍ଥନୈତିକ ସଂରଚନାକୁ ନେଇ ମନ୍ତବ୍ୟ ଦେବାରୁ କ୍ଷାନ୍ତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ECI ।

ଏହା ପୂର୍ବରୁ ମଙ୍ଗଳବାର ଦିନ କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବିଜେପି ପ୍ରାର୍ଥୀଙ୍କୁ ତାମଲୁକ ଆସନ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ନିର୍ବାଚନ ପ୍ରଚାରକୁ ୨୪ ଘଣ୍ଟା ପାଇଁ ରୋକ୍‌ ଲଗାଇ ଦେଇଛନ୍ତି । ତାଙ୍କୁ ସାର୍ବଜନୀନ ବିବୃତ୍ତିରେ ସତର୍କ ରହିବାକୁ ନିର୍ବାଚନ ଆୟୋଗ ତାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ସୂଚନା ଅନୁସାରେ ତୃଣମୂଳ କଂଗ୍ରେସ ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ । ଟିଏମସି କହିଛି ଯେ ଗଙ୍ଗୋପାଧ୍ୟାୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ସିସୋଦିଆଙ୍କୁ ହାଇକୋର୍ଟ ଝଟକା, ମିଳିଲାନି ଜାମିନ !

Election Commission BJP Congress JP Nadda Mallikarjun Kharge General Elections 2024
Advertisment
Advertisment