Advertisment

‘ମୁଁ ଲିଙ୍ଗରାଜ ଆକ୍ଟକୁ ବିରୋଧ କରିନି, ଯଦି ମୁଖ୍ୟମନ୍ତ୍ରୀ କହୁଛନ୍ତି ୭୨ ଘଣ୍ଟାରେ ପ୍ରମାଣ ଦିଅନ୍ତୁ’

ଭୁବନେଶ୍ୱରର ଉନ୍ନତି ପାଇଁ କେବେ ବି କୌଣସି ବିଜେଡି ନେତା ପ୍ରସ୍ତାବ ଦେଇନାହାନ୍ତି ବୋଲି ସାଂସଦ ପ୍ରଶ୍ନ କରିବା ସହ ପୂର୍ବରୁ ଥରେ ଭୁବନେଶ୍ୱର ବିମାନ ବନ୍ଦରରେ ନିଜେ ମୁଖ୍ୟମନ୍ତ୍ରୀ, ତାଙ୍କୁ ଭୁବନେଶ୍ୱର ପାଇଁ ଭଲ କାମ କହି ପ୍ରଶଂସା କରିଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Aparajita Sarangi Seeks Evidence On CM Naveen’s Lingaraj project work Allegation

Aparajita Sarangi

ସେପଟେ ଆଜି ସମ୍ବଲପୁରରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ଶାହ । ରତ୍ନଭଣ୍ଡାର ଚାବି ହଜିଲାଣି, ନକଲି ଚାବି ବାହାରିଲାଣି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ହିସାବ ଖୁଲାସା ହେବ । ରତ୍ନ ଭଣ୍ଡାର ରିପୋର୍ଟକୁ ବିଜେପି ଆସିଲେ ସାର୍ବଜନୀନ କରିବ ।

Advertisment

ସେହିପରି ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ । ସାରା ଦେଶରେ ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କିନ୍ତୁ ଗରିବ । ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି । କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ । ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷ ହିଁ କେବଳ ଅଭାବ । ତାହା ହେଉଛି ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି । କଥା ଦେଉଛି, ବିଜେପି ସରକାରରେ ଓଡ଼ିଶା ପାଇଁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ’ ବୋଲି ଶାହ କହିଛନ୍ତି ।

ଅଧିକ ପଢ଼ନ୍ତୁ: କଟକରେ ମୋଦିଙ୍କ କଡ଼ା ମନ୍ତବ୍ୟ; ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

Advertisment

କେବେ ବି ଲିଙ୍ଗରାଜ ଆକ୍ଟକୁ ମୁଁ ବିରୋଧ କରିନାହିଁ । ଯଦି ବିରୋଧ କରିଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି- ତାହାଲେ ୭୨ ଘଣ୍ଟା ଭିତରେ ତା’ର ପ୍ରମାଣ ଦିଅନ୍ତୁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ଟାର୍ଗେଟ୍ କରି କହିଛନ୍ତି ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖର ବିକାଶ ମୋର ଲକ୍ଷ୍ୟ । ତେଣୁ କେବେ ଓ କେଉଁ ସମୟରେ ଏ ପ୍ରକଳ୍ପକୁ ମୁଁ ବିରୋଧ କରିଛି ତା’ର ନେଇ ଠୋସ୍ ପ୍ରମାଣ ଅଛି ନା ମୁଖ୍ୟମନ୍ତ୍ରୀ ଖାଲି କାଗଜ ପଢ଼ିଦେଲେ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

ଭୁବନେଶ୍ୱରର ଉନ୍ନତି ପାଇଁ କେବେ ବି କୌଣସି ବିଜେଡି ନେତା ପ୍ରସ୍ତାବ ଦେଇନାହାନ୍ତି ବୋଲି ସାଂସଦ ପ୍ରଶ୍ନ କରିବା ସହ ପୂର୍ବରୁ ଥରେ ଭୁବନେଶ୍ୱର ବିମାନ ବନ୍ଦରରେ ନିଜେ ମୁଖ୍ୟମନ୍ତ୍ରୀ, ତାଙ୍କୁ ଭୁବନେଶ୍ୱର ପାଇଁ ଭଲ କାମ କହି ପ୍ରଶଂସା କରିଥିଲେ । ଆଉ ଏବେ କିଛି କରିନାହାନ୍ତି ବୋଲି କହୁଛନ୍ତି- ତେଣୁ ସେ ରିପୋର୍ଟ କାର୍ଡ ପଢ଼ି ଦିଅନ୍ତୁ ବୋଲି କହିଥିଲେ ଅପରାଜିତା । ଏଥିସହ ଜଣେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ, ଜଣେ ପ୍ରଥମ ଥରର ସାଂସଦଙ୍କୁ ଅଙ୍ଗୁଳି ଉଠାଉଛନ୍ତି ବୋଲି ଅପରାଜିତା ପ୍ରଶ୍ନ କରିବା ସେ ଗତ ୫ ବର୍ଷରେ କ’ଣ କରିଛନ୍ତି ସେ ନେଇ ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ଓ ସମୟ ମାଗିଛନ୍ତି ।

ଏଥିସହ ଐତିହ୍ୟ ଉନ୍ନତିକରଣ କ୍ଷେତ୍ରରେ ଆଦୌ ଅଭିଜ୍ଞତା ନଥିବା ଏକ ଦକ୍ଷିଣ ଭାରତୀୟ ସଂସ୍ଥା ଭୂମିପୁତ୍ରକୁ କିପରି ଶ୍ରୀମନ୍ଦିର ପ୍ରକଳ୍ପ ଡିପିଆର୍ ପ୍ରସ୍ତୁତି ପାଇଁ ଅନୁମତି ଦିଆଗଲା ସେ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ତେବେ ଅପରାଜିତାଙ୍କ ଏସବୁ ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନାହିଁ ।

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

BJP Aparajita Sarangi Odisha Election General Election 2024
Advertisment
Advertisment