• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି ବିଜେପି । ସର୍ଟ ଭିଡିଓରେ ନବୀନ ବାବୁ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI, ପଚାରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ଯଦି ନବୀନ ବାବୁ କହୁଥାନ୍ତେ, ତାହେଲେ ସଭା ସମିତିରେ ବି କୁହନ୍ତେ । କିନ୍ତୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି ।

ନବୀନ ବାବୁଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇ ପାରୁନି ବୋଲି କହିଛନ୍ତି ସମୀର ମହାନ୍ତି । ତାଙ୍କୁ ଯିଏ ରିମୋଟ୍ ଧରି ଚଳାଉଛନ୍ତି, ଏକଥା ସବୁ ଜାଣିଛନ୍ତି । ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନବୀନ କାହିଁକି ଚୁପ୍ ? ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା ? ଧାନ MSP ନେଇ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି ।

ଅଧିକ ପଢ଼ନ୍ତୁ: କଟକରେ ମୋଦିଙ୍କ କଡ଼ା ମନ୍ତବ୍ୟ; ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

ତାଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓକୁ ନେଇ ଗତକାଲି ପୁଣି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଭିଡିଓର ସତ୍ୟତା ଉପରେ ପ୍ରଶ୍ନ ଉଠାଇ ବୈଜୟନ୍ତ କହିଛନ୍ତି- ତାମିଲ କଣ୍ଢେଇନଚାଳି ପୁଣି ଏକ ମିଛ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଡିପ୍ ଫେକ୍ ଭିଡିଓ କରି ମିଛ ଅଭିଯୋଗ କରିଛନ୍ତି । ସତ ମୁଖ୍ୟମନ୍ତ୍ରୀ ତାଙ୍କ ଭର୍ଚୁଆଲ ଅବତାର କଥା ଜାଣୁଛନ୍ତି କି ନାହିଁ ସନ୍ଦେହ ହେଉଛି । ଏମିତି ମିଛ ଭିଡିଓକୁ ନେଇ ଦବି ନଯିବାକୁ ଅପରାଜିତାଙ୍କୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ । ବୈଜୟନ୍ତଙ୍କ ପୋଷ୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଫେକ୍ ଭିଡିଓ ବାବଦରେ ମତ ରଖିଛନ୍ତି ସାଇବର ଏକ୍ସପର୍ଟ ।

ସେପଟେ ନବୀନଙ୍କ ଅଭିଯୋଗ ଉପରେ ସିଧା ଜବାବ ରଖିଛନ୍ତି ଅପରାଜିତା । ଲିଙ୍ଗରାଜ ପ୍ରକଳ୍ପ ଓ ଭୁବନେଶ୍ୱରର ବିକାଶ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନବୀନ ଆଣିଥିବା ଅଭିଯୋଗର ତଥ୍ୟ ଓ ପ୍ରମାଣ ସହ ସ୍ପଷ୍ଟୀକରଣ ରଖିଛନ୍ତି ଅପରାଜିତା । କହିଛନ୍ତି, ରାଜନୀତିରେ ଏନେଇ ଭୁଲ୍ ବ୍ୟାଖ୍ୟା ତିଆରି ହେଉଛି। ଲିଙ୍ଗରାଜ ମନ୍ଦିର କାମକୁ ମୁଁ କେବେବି ବିରୋଧ କରିନାହିଁ ।

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍ କଥା । ନବୀନ କେବଳ ତାଙ୍କୁ ଦିଆଯାଉଥିବା କାଗଜ ପଢି ମନ୍ତବ୍ୟ ଦେଉଛନ୍ତି । ଯଦି ବିରୋଧ କରିଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି- ତାହାଲେ ୭୨ ଘଣ୍ଟା ଭିତରେ ତାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ଅପରାଜିତା । କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଥିବା ଭୁବନେଶ୍ୱରର ବିକାଶ କାମ ପ୍ରସଙ୍ଗରେ ମଧ୍ୟ ଜବାବ ରଖିଛନ୍ତି ଭୁବନେଶ୍ୱର ସାଂସଦ । କହିଛନ୍ତି, ମୁଁ କଣ କାମ କରିଛି, ପ୍ରତିବର୍ଷ ରିପୋର୍ଟ କାର୍ଡ ଦେଉଛି, ତେବେ ତାହା କୋଟେରୀରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ପହଞ୍ଚୁନି ।

ରାଜଧାନୀରେ ୫ ବର୍ଷରେ କେତେ ବିକାଶ ହୋଇଛି, ସେନେଇ ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ଅପରାଜିତା । କେବଳ ଏତିକି ନୁହେଁ, କମ୍ପ୍ରେହେନସିଭ୍ ଡ୍ରେନେଜ୍ ଡେଭଲପମେଣ୍ଟ ପ୍ଲାନ୍, ବସ୍ତିବାସିନ୍ଦାଙ୍କୁ ୬୦୦ ବର୍ଗଫୁଟର ପଟ୍ଟା, ଆପାର୍ଟମେଣ୍ଟ ବସ୍ତିବାସିନ୍ଦାଙ୍କୁ ବଡ ଫ୍ଲାଟ୍ ଦେବା, ଭେଣ୍ଡିଂ ଜୋନ୍, ଐତିହ୍ୟର ବିକାଶ, ପଦ୍ମକେଶରୀପୁରରେ ସୁଧ କାରବାର ଓ ହିଂସା, ଏସବୁ ବାବଦରେ ସେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି, ହେଲେ ଉତ୍ତର ଆସିନି ବୋଲି କହିଛନ୍ତି ଅପରାଜିତା । ଆସନ୍ତା ୨୫ରେ ରାଜଧାନୀ ଭୁବନେଶ୍ୱରରେ ପଡିବ ଭୋଟ୍ । ଏହାପୂର୍ବରୁ ନବୀନଙ୍କ ମିଛ ଭିଡିଓ ଅଭିଯୋଗକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ଅଧିକ ପଢ଼ନ୍ତୁ: ଓଡ଼ିଆ ଅସ୍ମିତା ଅସ୍ତ୍ରରେ ରାଜ୍ୟ ସରକାରଙ୍କୁ ଶାହଙ୍କ ଘନ ଘନ ଆଟାକ୍

OTV is now on Whatsapp

Join and get latest news update delivered to you via whatsapp

Join Now