Advertisment

୨୫ରେ ପୁଣି ଆସୁଛନ୍ତି ଅମିତ୍ ଶାହ, ୪ଟି ସ୍ଥାନରେ କରିବେ ଜନସଭା

ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ଜନସଭାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Amit Shah To Visit Odisha on may 25

Amit Shah

ବିଜେପି ଫୋକସରେ ଓଡ଼ିଶା। ଆସନ୍ତା ୨୫ରେ ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୪ଟି ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ଶାହ । ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ଜନସଭାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ । ତେବେ ଗତକାଲି ଓଡ଼ିଶା ଗସ୍ତରେ ଆସି ୪ଟି ସ୍ଥାନରେ ପ୍ରଚାର କରିଥିଲେ ଶାହ । ଏକା ଦିନରେ ଚାରି ଚାରିଟି ନିର୍ବାଚନୀ ସଭା କରି ବିଜେପି ପାଇଁ ଭୋଟ୍ ମାଗିଲେ, ନବୀନ ସରକାର ଉପରେ ଏକୁ ବଳି ଆରେକ ପ୍ରଚଣ୍ଡ ହମଲା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।

Advertisment

ସମ୍ବଲପୁର ଅଇଁଠାପାଲି ସଭାମଞ୍ଚରେ ମୁହଁ ଖୋଲୁ ଖୋଲୁ 'ଓଡ଼ିଆ ଅସ୍ମିତା' ଅସ୍ତ୍ରରେ ପ୍ରଥମ ପ୍ରହାର କରି ଶାହ କହିଥିଲେ, ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି, ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ। ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ।

ଅଧିକ ପଢ଼ନ୍ତୁ: ‘ନିର୍ବାଚନ ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ’

ଏଥିସହ ପ୍ରାୟ ସବୁ ସ୍ଥାନରେ ଏକାଧିକ ବାର ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଖାରି, ବିଜେପି ସରକାର ଆସିଲେ ରତ୍ନଭଣ୍ଡାରର ଖୁଲାସା ହେବ, ରତ୍ନଭଣ୍ଡାର ରିପୋର୍ଟ ସାର୍ବଜନୀନ ହେବ, ୪ ଦ୍ୱାର ଖୋଲିବ, ରତ୍ନଭଣ୍ଡାର ଲୁଟେରାଙ୍କ ପ୍ରତି ଦଣ୍ଡବିଧାନର ପ୍ରତିଶ୍ରୁତି ଦେଇଥିଲେ ଶାହ। ସେହିପରି ଚିଟ୍‌ଫଣ୍ଡ କଥା ଉଠାଇ ବିଜେପି କ୍ଷମତାକୁ ଆସିବାର ୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲରେ ଠୁଙ୍କିବୁ, କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରାଇବୁ ବୋଲି ବି କହିଥିଲେ।

Advertisment

କେବଳ ସେତିକି ନୁହେଁ, ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିବାକୁ ଯେଉଁ ଷଡ଼ଯନ୍ତ୍ର ରଚିଥିଲେ ପ୍ରଧାନମନ୍ତ୍ରୀଙ୍କ ପାଇଁ ସେ ପରମ୍ପରା ଅକ୍ଷୁଣ୍ଣ ରହିଲା ବୋଲି କହିଥିଲେ ଶାହ। ସେହିପରି ତାମିଲ ବାବୁ ଆମକୁ ଏଠି ରାମ ଉତ୍ସବ ପାଳନ ପାଇଁ ରୋକିଥିଲେ ବୋଲି କହି ରାମ ଉତ୍ସବ ରୋକିବାକୁ ଚେଷ୍ଟା କରିଥିବା ଲୋକଙ୍କୁ ଭୋଟ୍ ନଦେବାକୁ ଆହ୍ବାନ ଦେଇଥିଲେ।

ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କାହିଁକି ଗରିବର କାରଣ ସାମ୍ନାକୁ ଆଣି ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି ବୋଲି ଅଭିଯୋଗ ଆଣିଥିଲେ ଶାହ । କହିଥିଲେ, କଥା ଦେଉଛି ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ । ଭ୍ରଷ୍ଟାଚାରୀ ଜେଲରେ ପଶିବେ। ଏଥିସହ ନବୀନ ବାବୁଙ୍କ ବୟସ ହୋଇଗଲାଣି ତାଙ୍କୁ ରିଟାୟାର୍ଡ କରିବାକୁ ଆହ୍ୱାନ ଦେଇଥିଲେ ଶାହ।

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

ଚାରିଟି ଯାକ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ହମଲା ସାଙ୍ଗକୁ ଡବଲ୍ ଇଞ୍ଜିନ୍ ସରକାରର ଫାଇଦା ଗଣେଇଥିଲେ ବିଜେପି ଚାଣକ୍ୟ। ଏଥିସହ ସ୍ଥାନୀୟ ମୁଦ୍ଦାକୁ ଗୁରୁତ୍ୱ ଦେଇ ଆଦିବାସୀଙ୍କ ବିକାଶ, ନକ୍ସଲବାଦ, ଶିକ୍ଷା-ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗରେ ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହ, ଓଡ଼ିଶାକୁ ନମ୍ବର ୱାନ୍ କରିବାକୁ ମୋଦିଙ୍କୁ ୫ ବର୍ଷ ସମୟ ଦେବାକୁ ଜନତା ଜନାର୍ଦ୍ଦନଙ୍କୁ ଆହ୍ୱାନ ଦେଇଥିଲେ ଶାହ।

ସେହିପରି ବୁଥ୍ ରିଗିଂ କରି କିଭଳି ନିର୍ବାଚନ ଜିତାଯାଉଥିଲା, ତା’ଉପରେ ନୟାଗଡ଼ ଲାଠିପଡ଼ା ସମାବେଶରେ ନିଶାନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କହିଛନ୍ତି, ଏଥର ନିର୍ବାଚନ କମିଶନ ଜାଗତିଆର ଅଛନ୍ତି। ପ୍ରତିଥର ବୁଥ୍ ରିଗିଂ କରି ଯେଭଳି ନିର୍ବାଚନ ଜିତାଯାଉଥିଲା, ଆଉ ତାହା ହୋଇପାରିବନି। ବୁଥ୍ ରିଗିଂ ରୋକିବାକୁ କେନ୍ଦ୍ରୀୟ ଫୋର୍ସ ତୟାର ରହିଛନ୍ତି। ସମୃଦ୍ଧ, ସ୍ୱାଭିମାନୀ ଓ ବିକଶିତ ଓଡ଼ିଶା ମୋଦିଙ୍କ ସଂକଳ୍ପ ବୋଲି ନୟାଗଡ଼ ଲାଠିପଡ଼ା ସଭାରେ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ।

Amit Shah BJP Odisha Election Odisha Politics General Elections 2024
Advertisment
Advertisment