Advertisment

ଜଗନ୍ନାଥଙ୍କୁ ନେଇ ଭୁଲରେ କହିଦେଇଥିଲେ ଏମିତି; ପଶ୍ଚାତ୍ତାପ ପାଇଁ ୩ ଦିନ କରିବେ ଉପବାସ

ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗିଲେ ସମ୍ବିତ ପାତ୍ର।

author-image
Manoranjan Behera
ଅଦ୍ୟତନ ହୋଇଛି
Sambit Patra apologizes For His Remarks Of Lord Jagannath

Sambit Patra

ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବାବେଳେ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ତାଙ୍କ ପାଟିରୁ ବାହାରି ଯାଇଥିବା ଏକ ଶବ୍ଦକୁ ନେଇ ବିବାଦ ଉପୁଜିଥିଲା। ଏହାପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ନିଜେ ସମ୍ବିତ ପାତ୍ର। ଏମିତିକି ଉକ୍ତ ଭୁଲ ପାଇଁ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗୁଛି ବୋଲି ସମ୍ବିତ ନିଜ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପ୍ରତିକିୟା ରଖିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବୁଥରେ ପୋଲିଂ ଟିମକୁ ତାଲା ପକାଇଦେଲେ ଗ୍ରାମବାସୀ

ତାସହ ଏଭଳି ଭୁଲର ପଶ୍ଚାତ୍ତାପ ପାଇଁ ୩ ଦିନ ଉପବାସ ରହିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଗତକାଲି ସମ୍ବିତ ପାତ୍ର ମୋଦିଙ୍କ ରୋଡ ସୋ ସମୟରେ ଭୁଲବଶତ ଏଭଳି ମନ୍ତବ୍ୟ ରଖିଥିଲେ। ତେବେ ସମ୍ବିତଙ୍କ ଏଭଳି ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଟୁଇଟ କରି ଏହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହିଥିଲେ। ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ୍ସ ରେ ଏହାକୁ ସମାଲୋଚନା କରିଛନ୍ତି। ତେବେ ସମ୍ବିତ ଏ ନେଇ କ୍ଷମା ପ୍ରାର୍ଥନା କରିସାରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ‘ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି’

ଗତକାଲି ସକାଳ ପ୍ରାୟ ୮ଟା। ସୁସଜ୍ଜିତ ଗାଡ଼ିରେ ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଥିରେ ଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହିତ ଭୋଟ୍ ମାଗିଥିଲେ ଏହି ଟପ୍ ବିଜେପି ହେଭିୱେଟ୍। ଜନତାଙ୍କ ଜୋଶ୍ ବି ପ୍ରତିଫଳିତ ହୋଇଥିଲା ମୋଦିଙ୍କ ମୁହଁରେ।

କେବଳ ପୁରୀବାସୀ ନୁହଁନ୍ତି, ପର୍ଯ୍ୟଟକ ଓ ଆଖପାଖ ଜିଲ୍ଲାର ସାଧାରଣ ଲୋକ ବି ଧାଇଁଆସିଥିଲେ ମୋଦିଙ୍କୁ ପାଖରୁ ଦେଖିବା ପାଇଁ । କିଏ ମୋଦିଙ୍କ ପାଇଁ ଚିତ୍ର ଆଙ୍କି ଉପହାର ଆଣିଥିଲା, ତ ଆଉ କିଏ ସଜ ହୋଇଥିଲା ବିଭିନ୍ନ ବେଶରେ। ଚାଲିଥିଲା ଓଡ଼ିଶୀ ନୃତ୍ୟ ଓ ଘୋଡ଼ାନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ। ମୋଦିଙ୍କ ରୋଡ ସୋ'ର କ୍ରେଜ୍ ଏତେ ଅଧିକ ଥିଲା ଯେ, ପ୍ରବଳ ଜନସମାଗମ ଭିତରେ ୧ କିଲୋମିଟର ରୋଡ୍ ସୋ ପାଇଁ ଲାଗିଥିଲା ୧ ଘଣ୍ଟା ସମୟ।

BJP Sambit Patra Lord Jagannath Odisha Politics General Election 2024
Advertisment
Advertisment