ସର୍ବସମ୍ମତିକ୍ରମେ ଏନଡିଏର ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ପାଇଁ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରଛନ୍ତି ମୋଦି । ତା’ସହ ଆସନ୍ତା ୯ ତାରିଖ ସଂଧ୍ୟା ୭ଟା ୧୫ରେ ଶପଥ ପାଇଁ ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ ଜଣାଇଥିବା ମୋଦି କହିଛନ୍ତି ।
ଓଡ଼ିଶାରେ ଆସିଛି ବିଜେପି ସରକାର। ଖୋଲିବ ଫାଇଲ୍, ଜେଲ୍ ଯିବେ ଦୋଷୀ। ଚିଟଫଣ୍ଡରୁ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଅବା ମନ୍ତ୍ରୀ ନବ ଦାସ ମର୍ଡର କେସରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା। ବିଜେଡି ସରକାର ଅମଳର ଏସବୁର କାଣ୍ଡକାରଖାନାର ତଦନ୍ତ ନେଇ ଖୋଦ୍ ମୋଦି ଓ ଶାହାଙ୍କ ଗ୍ୟାରେଣ୍ଟି ପରେ ବଢିଛି ଆଶା।
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଏବେ ବି ସସପେନ୍ସ। ରେସରେ ଆଗରେ କିଏ। ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବସିବାକୁ ଥିବା ବେଳେ ଅପେକ୍ଷା ପର୍ଯ୍ୟବେକ୍ଷକଙ୍କୁ।
ବିଜେପି ସରକାର ଆସିଲେ ଖୋଲିବେ କି ରାଜ୍ୟର ସବୁ ବଡ଼ ଘଟଣାର ଫାଇଲ୍ ? ଚିଟଫଣ୍ଡ, ରତ୍ନଭଣ୍ଡାର ଚାବି, ମନ୍ତ୍ରୀ ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ତଦନ୍ତ ଗ୍ୟାରେଣ୍ଟିକୁ ନେଇ ବଢିଛି ଆଶା ।
ନାଁ ଆମେ ହାରିଥିଲୁ ନା ହାରିବୁ, ଏନଡିଏ ଥିଲା ଓ ରହିବ । ଆଜି ନୂଆଦିଲ୍ଲୀର ସମ୍ବିଧାନ ସଦନରେ ଅନୁଷ୍ଠିତ ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ନିର୍ବାଚିତ ହେବା ପରେ ଏଭଳି କହିଛନ୍ତି ମୋଦି ।
ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ କାଣ୍ଟେ କି ଟକ୍କର । ସଭିଙ୍କ ହୋସ୍ ଉଡ଼ାଇଲା ନିର୍ବାଚନ ଫଳ । ହାରୁ ହାରୁ ଜିତିଗଲା ବିଜେଡି, ଜିତୁ ଜିତୁ ହାରିଗଲା ବିଜେପି । ସଜ ସଜ ସରିଛି ୨୦୨୪ ସାଧାରଣ ନିର୍ବାଚନ ।
ଏନ୍ଡିଏ ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ଓଡ଼ିଶାରେ ନିର୍ବାଚନ ଫଳାଫଳକୁ ନେଇ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ । ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ବୋଲି କହିଛନ୍ତି ମୋଦି ।
ଏନ୍ଡିଏ ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ସର୍ବସମ୍ମତି କ୍ରମେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି । ଏଥିପାଇଁ କୃତଜ୍ଞ ବୋଲି କହିଲେ ମୋଦି । ଏନ୍ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ମୌକା ପାଇଛି ।
ଆମେଠିରୁ ହାରିଲେ ସ୍ମୃତି ଇରାନୀ । ସ୍ମୃତିଙ୍କୁ ହରାଇଳା କଂଗ୍ରେସ । ଉତ୍ତରପ୍ରଦେଶର ଆମେଠି ଆସନରେ ଜୋରଦାର ଲଢ଼େଇ ହୋଇଛି । ଗତଥର ଯେଉଁ ଆସନରୁ ସ୍ମୃତି କଂଗ୍ରେସ ନାତା ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ । ଏଥର ସେହି ଆସନରୁ ହାରିଛନ୍ତି ସ୍ମୃତି ଇରାନୀ ।
କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର ? କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? କାହା ନାଁରେ ମୋହର ମାରିବ ବିଜେପି ସଂସଦୀୟ ବୋର୍ଡ ?
ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ।
ପୂର୍ଣ୍ଣ ବହୁମତ ମିଳିବା ପରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ କସରତ। ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା। କିଏ ହେବ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଅନେକ ନାଁ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟା । ସୋସିଆଲ୍ ମିଡିଆରେ ନବୀନଙ୍କୁ ମସିହା ସଜାଉଛନ୍ତି ବିଜେଡି ନେତା । ହେଲେ ବିଜେପି କହିଛି, ରାଜ୍ୟରେ ବର୍ତ୍ତମାନର ଏ ସ୍ଥିତି ପାଇଁ ନବୀନ ହିଁ ମୁଖ୍ୟ ଦୋଷୀ।
ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ।
ପୂର୍ଣ୍ଣ ବହୁମତ ମିଳିବା ପରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ କସରତ। ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା। କିଏ ହେବ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଅନେକ ନାଁ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଆସନ୍ତା ୯ ତାରିଖରେ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ୮ ତାରିଖରେ ନୁହେଁ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ।
ବିଜେପିର ବିପୁଳ ବିଜୟ ପରେ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି ବିଜେପି ନେତା । ଆଜି ବିଭିନ୍ନ ପ୍ରସଙ୍ଗ ଉଠାଇ ସିଧା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜୟୀ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ।
ବିଜେଡିର ଭୁଲ ରଣନୀତି ଓ ମୋଦି ହାୱା ସବୁକିଛି ଓଲଟପାଲଟ କରିଦେଲା । ଇତିହାସ ରଚିବାକୁ ଆଉ ହାତରେ ଥିଲା ୭୪ ଦିନ ବାକି । ହେଲେ ଓଡ଼ିଶାରେ ଧରାଶାୟୀ ହୋଇଗଲା ବିଜେଡି ସରକାର ।
ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହିପାରୁଥିବେ।
ଏକାକୀ ଲୋକସଭାରେ ସରକାର କରିବାକୁ ଆଶା ରଖିଥିବା ବିଜେପି ବର୍ତ୍ତମାନ ଛନ୍ଦି ହୋଇ ତଳେ ପଡ଼ିଛି । ମ୍ୟାଜିକ୍ ନମ୍ୱର ଛୁଇଁବା ପାଇଁ ସହଯୋଗୀ ଦଳଙ୍କର ଆବଶ୍ୟକତା ଥିବା ବେଳେ ମୌକେ ପେ ଚୌକା ମାରିବାକୁ ଚେଷ୍ଟା କରୁଛନ୍ତି ସହଯୋଗୀ ।
ଲକ୍ଷ୍ମଣ ବାଗ୍ VS ନବୀନ ପଟ୍ଟନାୟକ । ଜଣେ ଚାଷୀ ନେତା ଆଉ ଜଣେ ରାଜ୍ୟର ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ । ଯିଏ କି ରାଜନୀତି କ୍ୟାରିୟରରେ ପରାଜୟ ଜାଣିନାହାନ୍ତି । ଦେଖିନାହାନ୍ତି ପରାସ୍ତର ସୂର୍ଯ୍ୟ । ହେଲେ ସେହି ନବୀନଙ୍କୁ ଏଥର ନିର୍ବାଚନରେ ଚେକ୍ ଦେଇଛନ୍ତି ଏହି ବିଜେପି ନେତା ଲକ୍ଷ୍ମଣ ବାଗ୍ ।
ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଜୁନ୍ ୮ ତାରିଖରେ କାହିଁକି ଶପଥ ନେବେ ମୋଦି ? ୮ ତାରିଖ ପଛରେ କଣ ରହିଛି ରହସ୍ୟ ?
ନିର୍ବାଚନୀ ଫଳାଫଳ ଶାସକ ଦଳ ବିପକ୍ଷରେ ଯାଇଛି। ଓଡ଼ିଶାରେ ‘ମୋଦୀ ସୁନାମୀ’ ଦେଖିବାକୁ ମିଳିଛି। ଫଳରେ ବିଜେଡି ସରକାରର ଅବସାନ ହୋଇଛି। ଏହି ବିଜୟ ପଛରେ ପାଣ୍ଡିଆନଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବୋଲି ବିବେଚନା କରାଯାଇଛି।
ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ।